Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଟ୍ରେନରେ ଆସିଲା ହାର୍ଟ ଆଟାକ୍ , ଭଗବାନ ସାଜି ବଞ୍ଚାଇଲେ ଟିଟିଆଇ

National

ଟ୍ରେନରେ ଆସିଲା ହାର୍ଟ ଆଟାକ୍ , ଭଗବାନ ସାଜି ବଞ୍ଚାଇଲେ ଟିଟିଆଇ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
ଟ୍ରେନରେ ଆସିଲା ହାର୍ଟ ଆଟାକ୍ , ଭଗବାନ ସାଜି  ବଞ୍ଚାଇଲେ ଟିଟିଆଇ

Key Points

  • ଟ୍ରେନରେ ବୃଦ୍ଧଙ୍କୁ ଆସିଲା ହାର୍ଟ ଆଟାକ୍
  • ଭଗବାନ ସାଜି ଜୀବନ ବଞ୍ଚାଇଲେ ଟିଟିଆଇ
  • ରେଳଟିମ୍‌ଙ୍କୁ ପ୍ରଶଂସା କଲେ କେନ୍ଦ୍ର ରେଳମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଟ୍ରେନରେ ଯାତ୍ରାବେଳେ ହଠାତ ଛାତିରେ ଯନ୍ତ୍ରଣା ହେଲା । ପରିବାର ଲୋକେ ବିକଳ ହୋଇ ସମସ୍ତଙ୍କୁ ସାହାଯ୍ୟ ମାଗିଥିଲେ ।  ଆଉ ସେତେବେଳେ ଭଗବାନ ସାଜି ୭୦ ବର୍ଷର ବୃଦ୍ଧଙ୍କୁ ନୂଆ ଜୀବନ ଦେଇଥିଲେ ଟିଟିଆଇ ରାଜୀବ କୁମାର ଏବଂ ମନମୋହନ କୁମାର । କୁହାଯାଏ ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ । ଆଉ ଏଠାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ହାର୍ଟ ଆଟାକ୍ ଆସୁଥିବା ବେଳେ ଭଗବାନଙ୍କ ଦୂତ ସାଜି ଜଣେ ଟିଟିଆଇ କିପରି ବୃଦ୍ଧ ବ୍ୟକ୍ତି ଜଣକଙ୍କ ଜୀବନ ବଞ୍ଚାଉଛନ୍ତି ଦେଖନ୍ତୁ । 

ଅମୃତସରରୁ ହାଜିପୁର ଯାଉଥିଲା ଆମ୍ରପାଲି ଏକ୍ସପ୍ରେସ୍‌ । ଏହି ଏଟ୍ରେନରେ ଜେନେରାଲ ବଗିରେ ଏକ ଦମ୍ପତ୍ତି ଯାତ୍ରା କରୁଥିଲେ । ଅଚାନକ ସେହି ୭୦ ବର୍ଷୀୟ ବୃଦ୍ଧଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ବେହୋସ୍ ହୋଇ ଯାଇଥିଲେ । ଠିକ ଏହି ସମୟରେ ତାଙ୍କର ପତ୍ନୀ ବିକଳ ହୋଇ ଚିଲେଇବା ସହ ସମସ୍ତଙ୍କୁ ସାହାଯ୍ୟ ମାଗିଥିଲେ । 

ଏହି ସମୟରେ ରାଜୀବ କୁମାର ଏବଂ ମନମୋହନ କୁମାର ନାମକ ୨ ଜଣ ଟିଟିଆଇ ସେହି ବୃଦ୍ଧ ଜଣଙ୍କୁ ସିପିଆର ଏବଂ ମାଉଥ ଟୁ ମାଉଠ ଅକ୍ସିଜେନର ସପୋର୍ଟ ଦେଇଥିଲେ । ୫ ମିନିଟ୍ ଧରି ଏପରି କରିବା ପରେ ଯାତ୍ରୀ ଜଣକ ଆଖି ଖୋଲିଥିଲେ ଏବଂ ସୁସ୍ଥ ଅନୁଭବ କରୁଥିବା କହିଥିଲେ । ପରେ ପରେ ତୁରନ୍ତ ଛପରା ଷ୍ଟେସନ ପାଖରେ ଏହି ବୃଦ୍ଧ ଜଣକଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବଂ ପ୍ରାଥମିକ ଚିକିତ୍ସା ପରେ ସୁରକ୍ଷିତ ଭାବରେ ତାଙ୍କୁ ହାଜୀପୁର ପହଞ୍ଚା ଯାଇଥିଲା । ଏବେ ସେ ସେଠାରେ ନିଜ ପରିବାରଙ୍କ ସହ ସୁରକ୍ଷିତ ରହିଥିବା ସୂଚନା ମିଳିଛି ।
ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲଗାଛି । ସ,ମସ୍ତେ ଏହି ସାହାସୀ ଟିଟିଆଇଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏପରିକି ରେଳନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ତାଙ୍କର ଏହି ଭିଡିଓ ଶେୟାର କରିବା ସହ ଭାରତୀୟ ରେଳ ବିଭାଗକୁ ପ୍ରଶଂସା କରିଛନ୍ତି । ବାସ୍ତବରେ ଟିଟିଆଇଙ୍କ ଏପରି ସାହାସୀକତା କାର୍ଯ୍ୟ ବେଶ ପ୍ରଶଂସନୀୟ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
The old man had a heart attack in the train , TTE saved his life | Argus News