ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଜବତ କଲା ପୋଲିସ
·2 years ago

ଅର୍ଗସ ବ୍ୟୁରୋ: ପଶ୍ଚିମବଙ୍ଗର ଦକ୍ଷିଣ 24 ପ୍ରଗଣା ଜିଲ୍ଲା ସ୍ଥିତ ନରେନ୍ଦ୍ରପୁର ଥାନା ଅନ୍ତର୍ଗତ ରାଜପୁର ସୋନାରପୁର ପୌରସଭାର ନରେନ୍ଦ୍ରପୁର ପାର୍କ ପାଖରେ ଥିବା ଏକ ଫ୍ଲାଟରେ ବହୁ ଦୁର୍ଗନ୍ଧ ଆସିବାରୁ ଆଖପାଖ ଲୋକେ ନରେନ୍ଦ୍ର ପୁର ଥାନା ଅଧିକାରୀକୁ ଖବର ଦେଇଥିଲେ।
ଘଟଣା ସ୍ଥଳରେ ନରେନ୍ଦ୍ରପୁର ଥାନା ଅଧିକାରୀ ପହଞ୍ଚି ଫ୍ଲାଟର ଗେଟ ଭାଙ୍ଗି ଘରେ ପଶିଥିଲେ। ଏତିକିବେଳେ ଘର ଭିତରେ ୩ଜଣ ଦଉଡି ଲଗାଇ ଥିବା ମୃତଦେହକୁ ଜବତ କରି ନିକଟରେ ଥିବା ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ପଡ଼ୋଶୀ କହିଛନ୍ତି ମୃତ୍ୟୁବରଣ କରିଥିବା ବ୍ୟକ୍ତି 3 ଜଣ ହେଲେ ବାପା ମା ଓ ପୁଅ। ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା କହିଛି।
ଅଧିକ ପଢ଼ନ୍ତୁ ଅପରାଧ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: