Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି କେନ୍ଦୁଝରରେ ଜନଜାତି ଗୋଷ୍ଠୀଙ୍କୁ ଭେଟିବେ ମହାମହିମ ରାଷ୍ଟ୍ରପତି  

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି କେନ୍ଦୁଝରରେ ଜନଜାତି ଗୋଷ୍ଠୀଙ୍କୁ ଭେଟିବେ ମହାମହିମ ରାଷ୍ଟ୍ରପତି  

 ଭୁବନେଶ୍ୱର:  ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଆଜି କେନ୍ଦୁଝରରେ ଜନଜାତି ଗୋଷ୍ଠୀଙ୍କୁ ଭେଟିବେ ମହାମହିମ ରାଷ୍ଟ୍ରପତି । କେନ୍ଦୁଝରର କଦଳୀବାଡିରେ କେନ୍ଦୁଝର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରକୁ ଉଦଘାଟନ କରିବେ ମହାମହିମ । ସେଠାରୁ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟରେ 53ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା  ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । 4 ଦିନିଆ ଓଡ଼ିଶା ଗସ୍ତରେ ଗତକାଲି ଜନ୍ମମାଟି ମୟୂରଭଞ୍ଜରେ ପ୍ରଥମେ ମା' କୀଚକେଶ୍ଵରୀଙ୍କୁ ଦର୍ଶନ କରିଥିଲେ  ମହାମହିମ ।

ଏହାପରେ କେନ୍ଦ୍ର ସରକାରଙ୍କ ହାଉସିଂ ଅର୍ବାନର ହୋଲି ଡେ ହୋମର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ରାଇରଙ୍ଗପୁରର ଦୁଇ ଲାଇନ୍ ବିଶିଷ୍ଟ ବାଇପାସ୍ ରୋଡ୍ ଏନଏଚ୍ 220 ପ୍ରକଳ୍ପକୁ ଭିସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମହାମହିମ୍। ସେହିପରି ସ୍ପୋର୍ଟସ କମ୍ପ୍ଲେକେସ୍ ଭିତ୍ତିପ୍ରସ୍ତର ସ୍ଥାପନ ସହ ଏକଲବ୍ୟ ସ୍କୁଲର ଉଦଘାଟନ କରିଛନ୍ତି । ମାର୍ଚ୍ଚ 1ରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ମହାମହିମ । ସେହିପରି ମାର୍ଚ୍ଚ 2 ତାରିଖରେ ରେଢାଖୋଲରେ ସନ୍ଥକବି ଭୀମଭୋଇଙ୍କ ପୀଠ ପରିଦର୍ଶନ କରିବେ ମହାମହିମ  । 

ଅଧିକ ପଢନ୍ତୁ : ଜନ୍ମମାଟି ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The President will come to Bhubaneswar to attend the 53rd convocation at the Utkal University | Argus News