Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ମୋଦି କହିଲେ ଓଡିଶାର ସ୍ବାର୍ଥ ପାଇଁ ବନ୍ଧୁତ୍ବକୁ ଦେଲେ ଜଳାଞ୍ଜଳି

National

ମୋଦି କହିଲେ ଓଡିଶାର ସ୍ବାର୍ଥ ପାଇଁ ବନ୍ଧୁତ୍ବକୁ ଦେଲେ ଜଳାଞ୍ଜଳି

Manini Pattanayak
Browse all articles by Manini Pattanayak
·2 years ago·1 min read
ମୋଦି କହିଲେ ଓଡିଶାର ସ୍ବାର୍ଥ ପାଇଁ ବନ୍ଧୁତ୍ବକୁ ଦେଲେ ଜଳାଞ୍ଜଳି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଗସ୍ତ ପୂର୍ବରୁ ଓଡ଼ିଶାର ସ୍ବାର୍ଥ ପାଇଁ ନବୀନଙ୍କ ବନ୍ଧୁତ୍ବକୁ ଜଳାଞ୍ଜଳି ଦେଇଥିବା କହିଲେ ମୋଦି । ଓଡ଼ିଶାର ଭବିଷ୍ୟତ ପାଇଁ ନେଲେ କଡ଼ା ଆଭିମୁଖ୍ୟ । କହିଲେ- ଓଡ଼ିଶାରେ ବ୍ୟବସ୍ଥାକୁ କରାଯାଇଛି ବନ୍ଧକ । ନବୀନଙ୍କ  ସହ ଭଲ ସମ୍ପର୍କ ନେଇ  ଜାତୀୟ ଗଣମାଧ୍ୟମରେ  ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ।  ପ୍ରଧାନମନ୍ତ୍ରୀ କହିଛନ୍ତି ସବୁ ରାଜନୈତିକ ନେତାଙ୍କ ସହ ମୋ ସମ୍ପର୍କ ଭଲ । ମୋ ପାଇଁ ପ୍ରଶ୍ନ ଥିଲା ସମ୍ପର୍କକୁ ଭଲ ରଖିବି, ନାଁ ଓଡ଼ିଶାର ଭାଗ୍ୟ କଥା ଚିନ୍ତା କରିବି । ଓଡ଼ିଶାର ଉଜ୍ବଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ରାସ୍ତା ବାଛିଲି । ଏଥିପାଇଁ ଯଦି ମୋ ସମ୍ପର୍କକୁ ବଳି ଚଢ଼ାଇବାକୁ ପଡ଼େ, ମୁଁ ପ୍ରସ୍ତୁତ ବୋଲି କହିଛନ୍ତି ପିଏମ୍‌ ।

୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି । ସବୁଠୁ ଚିନ୍ତାର ବିଷୟ, ଓଡ଼ିଶାର ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି । ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ହେବ ସମୃଦ୍ଧ । ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, କିନ୍ତୁ ଲୋକେ ଏଠି ଗରିବ । ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ମୋଦି। ପୂର୍ବରୁ  ମୋଦି କହିଥିଲେ ଉଭୟ ନବୀନ ପଟ୍ଟନାୟକ ଓ ନବୀନ ନିବାସ ମାଫିଆଙ୍କ କବଜାରେ .. ବିଜେପି ସରକାରକୁ ଆସିଲେ ମାଫିଆଙ୍କ ଅଣ୍ଟା ଭାଙ୍ଗିଦେବେ କହି ଓଡ଼ିଶାରେ ମୋଦି ସୃଷ୍ଟି କରିଛନ୍ତି ଭୂକମ୍ପ... ବିଜେପିର ଦାବି ଷଷ୍ଠ ପାଳି ପରିବର୍ତ୍ତେ ହେବ ସତ୍ତା ପରିବର୍ତ୍ତନ...ସମୟକୁ ଅପେକ୍ଷା, ଓଡିଶାର ମତଦାତା କାହା କଥାରେ ଲଗାଉଛନ୍ତି ମୋହର। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The Prime Minister pm modi is coming to Odisha tomorrow. | Argus News