Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କଲେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ବିଶ୍ବ ପାଳୁଛି ଆନ୍ତର୍ଜାତିକ ଯୋଗ ଦିବସ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀନଗର ଏସ୍‌କେଆଇସିସିରେ ପାଳନ ହୋଇଛି ମୁଖ୍ୟ କାର୍ଯ୍ୟକ୍ରମ । ଏହି ଯୋଗ ଅଧିବେଶନରେ ସାମିଲ୍ ହୋଇ ଯୋଗ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । 

ଅଧିକ ପଢନ୍ତୁ : ଅନ୍ତର୍ଜାତୀୟ ଯୋଗ ଦିବସ ; ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ ଯୋଗ

ପ୍ରଧାନମନ୍ତ୍ରୀ କହିଛନ୍ତି, "ଯୋଗ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥାଏ । ଯୋଗ ମଣିଷର ଶରୀର, ମନ ଓ ଆତ୍ମାରେ ଏକାଗ୍ରତା ଆଣିଥାଏ । ସାରା ବିଶ୍ବରେ ଯୋଗ କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶ୍ବର ପ୍ରାୟ ସମସ୍ତ ବରିଷ୍ଠ ନେତା ନିୟମିତ ଯୋଗ କରିଥାନ୍ତି । ବିଶ୍ବରେ ବଡ ବଡ ବିଶ୍ବବିଦ୍ୟାଳୟରେ ଯୋଗ ଉପରେ ଗବେଷଣା ହେଉଛି । ଯୋଗ କେବଳ ଏକ ବିଦ୍ୟା ନୁହେଁ ଏକ ବିଜ୍ଞାନ । ଯୋଗ ଦ୍ବାରା ନିଯୁକ୍ତିର ନୂଆ ବାଟ ଫିଟିଛି । ଜର୍ମାନୀରେ ଦେଢକୋଟି  ଯୋଗ ପ୍ରଶିକ୍ଷକ ଅଛନ୍ତି । ସାଉଦୀ ଆରବରେ ଯୋଗ ହେଉଛି ଶିକ୍ଷାର ଏକ ଅଂଶ । ଯୋଗ ମଣିଷର ଶରୀର, ମନ ଓ ଆତ୍ମାରେ ଏକାଗ୍ରତା ଆଣିଥାଏ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister joined the yoga session | Argus News