ପ୍ୟାରିସ ଅଲମ୍ପିକ ମେଡାଲିଷ୍ଟଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ
·1 year ago·1 min read

ଅର୍ଗସ ବ୍ୟୁରୋ : ପାରିସ୍ ଅଲମ୍ପିକ ମେଡାଲିଷ୍ଟଙ୍କୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୭୮ ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ତାଙ୍କ ବାସଭବନରେ ଭାରତର ଅଲିମ୍ପିକ୍ ଆଥଲେଟ୍ମାନଙ୍କୁ ସାକ୍ଷାତର ଆୟୋଜନ କରାଯାଇଥିଲା। ମନୁ ଭାକର, ଅମାନ ସେହରାୱତ ଏବଂ ହକି ଟିମ୍ କୁ ସାକ୍ଷାତ କରି ସେମାନଙ୍କ ମେଡାଲ ଦେଖିଥିଲେ ଏବଂ ଅଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ : ଶେଷ ହୋଇଛି ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଲିମ୍ପିକ୍ସ
ତେବେ ଦୀର୍ଘ ୧୬ ଦିନ ଧରି ଚାଲିଥିବା ପ୍ୟାରିସ ଅଗଷ୍ଟ ୧୧ ତାରିଖରେ ଶେଷ ହୋଇଥିଲା ।ଏହି ପ୍ୟାରିସ ଅଲିମ୍ପିକ୍ସକୁ ସ୍ମରଣୀୟ କରିବାକୁ ଉଦଯାପନୀ ସମାରୋହରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମିଳିତ ପରେଡରେ ତ୍ରିରଙ୍ଗା ଧରିଥିଲେ ପଦକ ବିଜେତା ହକି ଟିମର ଗୋଲକିପର ପି.ଆର. ଶ୍ରୀଜେସ ଓ ଡବଲ ମେଡାଲିଷ୍ଟ ମନୁ ଭାକର। ପ୍ରତିଯୋଗିତାରେ ଭାରତ ଏଥର ଗୋଟିଏ ରୌପ୍ୟ ପଦକ ସହ ମୋଟ 6ଟି ପଦକ ହାସଲ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: