Videos
|
National

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହ ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସହ ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ୨୫ ତମ କାର୍ଗିଲ ବିଜୟ ଦିବସରେ ସହିଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୀର ସହିଦଙ୍କୁ ସ୍ମରଣ କରିବାକୁ ଦ୍ରାସରେ ନିର୍ମାଣ ହୋଇଥିବା କାରଗିଲ ଯୁଦ୍ଧ ସ୍ମାରକୀରେ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳି। ସେପଟେ ନୂଆଦିଲ୍ଲୀ ସ୍ଥିତ ଜାତୀୟ ସମର ସ୍ମାରକୀରେ ଶ୍ରଦ୍ଧାସୁମନ ଅପର୍ଣ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଏହି ଦିନ, ଭାରତୀୟ ସେନାର ସାହସୀ ସୈନିକମାନେ ପାକିସ୍ତାନ ବିପକ୍ଷରେ ବିଜୟ ହାସଲ କରିଥିଲେ । ଭାରତ ଏବଂ ପାକିସ୍ତାନ ମଧ୍ୟରେ କାର୍ଗିଲ ଯୁଦ୍ଧ ୬୦ ଦିନ ଧରି ଚାଲିଥିଲା । ପାକିସ୍ତାନୀ ସେନା ଗୁପ୍ତରେ କାର୍ଗିଲ ପାହାଡ ଉପରକୁ ଚଢି ଯାଇଥିଲେ । ଭାରତୀୟ ଅଞ୍ଚଳରେ କାର୍ଗିଲର ୧୫ ହଜାର ଫୁଟ ଉଚ୍ଚ ଶିଖରକୁ କବଜା କରି ନେଇଥିଲେ ପାକିସ୍ତାନୀ ସୈନିକ ।

ଅଧିକ ପଢନ୍ତୁ : ଆଜି ୨୫ ତମ କାର୍ଗିଲ ବିଜୟ ଦିବସ

କିନ୍ତୁ ଭାରତୀୟ ସେନ୍ୟ ଅଦମ୍ୟ ସାହସ ଦେଖାଇ କାର୍ଗିଲଙ୍କୁ ପାକିସ୍ତାନୀ ସେନାଙ୍କ କବଳରୁ ମୁକ୍ତ କରିଥିଲେ । କାର୍ଗିଲ ଯୁଦ୍ଧରେ ୫୦୦ରୁ ଅଧିକ ଭାରତୀୟ ସେନଙ୍କ ସ୍ମୃତିରେ ଏଠାରେ ଏକ ସ୍ମାରକ ନିର୍ମାଣ କରାଯାଇଛି । ଏହା ଭାରତୀୟ ସେନାଙ୍କ ପାଇଁ ଉତ୍ସର୍ଗୀକୃତ ।ଏହି ଅବସରରେ ସିଙ୍କୁନ୍ ଲା ଟନେଲ୍ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୋଦି । ଏହି ପ୍ରକଳ୍ପର ଲମ୍ବ ୪.୧ କିଲୋମିଟର ଅଟେ। ଏହି ପ୍ରକଳ୍ପ ସମାପ୍ତ ହେବ, ଏହା ଦୁନିଆର ସର୍ବୋଚ୍ଚ ଟନେଲ୍ ହେବ। ସିଙ୍କୁନ୍ ଲା ଟନେଲ୍ ସମାପ୍ତ ହେବା ସହିତ ଆମର ସୁରକ୍ଷା ବାହିନୀ ମଧ୍ୟ ବହୁତ ସାହାଯ୍ୟ ପାଇବେ କହିଛନ୍ତି ପ୍ରଧାନମନ୍ତ୍ରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The Prime Minister paid tribute to the martyr | Argus News