ଶ୍ରମିକଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ; ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ
·2 years ago·1 min read

ଅର୍ଗସ ବ୍ୟୁରୋ : ଦୀର୍ଘ ୧୭ ଦିନର ସଂଘର୍ଷ ପରେ ଟନେଲରୁ ବାହାରକୁ ବାହାରିଲେ ୪୧ ଜଣ ଶ୍ରମିକ . ସମସ୍ତେ ସୁସ୍ଥ ଏବଂ ସୁରକ୍ଷିତ ଥିବା ସୂଚନା ମିଳିଛି. ତେବେ ପ୍ରଧାନମନ୍ତ୍ରୀ ମୋଦି ଉଦ୍ଧାର ଶ୍ରମିକଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ. ସେମାନେ ଟନେଲ ଭିତରେ ଥିବା ସମୟର ପରସ୍ଥିତି ପଚାରି ବୁଝିଥିଲେ. ଏନେଇ ଉଦ୍ଧାର ଶ୍ରମିକ କହିଥିଲେ, ଭିତରେ ତାଙ୍କୁ କୌଣସି ପ୍ରକାର ଅସୁବିଧା ହୋଇନଥିଲା . ଉତ୍ତରକାଶୀ ସରକାର ଏବଂ ବିଶେଷ ଭାବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ତାଙ୍କ ସହ ପୁରା ଯୋଗାଯୋଗରେ ରହିଥିଲେ . ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝୁଥିଲେ.
ଅଧିକ ପଢନ୍ତୁ : ମୁକ୍ତିର ଆନନ୍ଦ ; ଉଦ୍ଧାର ଶ୍ରମିକଙ୍କୁ କୋଳେଇ ନେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ
ଭିତରେ ଖାଇବା ବସିବା ଛଡା ଅନ୍ୟ କୌଣସି କାମ ନଥିବାରୁ ସେମାନେ ଭିତରେ ଚଲାବୁଲା, ଯୋଗ ଇତ୍ୟାଦି କରୁଥିଲେ ବୋଲି ମଧ୍ୟ ସେମାନେ କହିଛନ୍ତି. ତେବେ ବାହାରକୁ ୪୧ ଜଣ ଶ୍ରମିକ ବାହାରିବା ପରେ ଚାରିଆଡେ ଖୁସିର ମାହୋଲ ଖେଳିଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: