Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସମାଲୋଚନା

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସମାଲୋଚନା

ଅର୍ଗସ ବ୍ୟୁରୋ :  କଂଗ୍ରେସର ଏଜେଣ୍ଡା ବିଭାଜନ । ମହାରାଷ୍ଟ୍ର ଧୁଲେରେ ନିର୍ବାଚନ ପ୍ରଚାର ମଞ୍ଚରୁ କଂଗ୍ରେସର ଆଦିବାସୀ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୁଣିଥରେ ଦେଶବାସୀଙ୍କୁ ଏକ୍ ହେବାକୁ ପ୍ରଧାନମନ୍ତ୍ରୀ ମୋଦି ଦେଇଛନ୍ତି ଆହ୍ବାନ ।  ଷଡ଼ଯନ୍ତ୍ର କରି ଦେଶରେ ଆଦିବାସୀ ସଂପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିବା କଂଗ୍ରେସର ଏଜେଣ୍ଡା କହିବା ସହ ଧାର୍ମିକ ରାଜନୀତି ଯୋଗୁ ଦେଶ ବିଭାଜନ ହୋଇଥିଲା ବୋଲି କହିଛନ୍ତି ମୋଦି । ଏବେ ଜାତିଆଣ ରାଜନୀତି କରି ଆଦିବାସୀଙ୍କ ଏକତା ଭାଙ୍ଗିବାକୁ କଂଗ୍ରେସ ଚକ୍ରାନ୍ତ କରୁଥିବାରୁ ଏକ ହୋଇ ରହିବାକୁ ଜନତାଙ୍କୁ ଆହ୍ବାନ ଦେଇଛନ୍ତି ମୋଦି ।  ଏକ ହୈ ତୋ ସେଫ୍ ହୈ ।

ଅଧିକ ପଢନ୍ତୁ : ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମହା ରାଲି

 କ୍ଷମତାରୁ ଯିବା ପରେ ବି କଂଗ୍ରେସ ଦେଶବାସୀଙ୍କୁ ଜାତି ଆଧାରରେ ଭାଗ ଭାଗ କରିବା ସହ ପ୍ରତ୍ୟକ ଜାତିକୁ ଅନ୍ୟ ଜାତି ବିରୋଧରେ ଲଢେଇ କରାଇବାକୁ ଚାହୁଛି । SC, ST ଓ OBC ସଂପ୍ରଦାୟକୁ ପରସ୍ପରର ବିରୋଧୀ କରିବାକୁ କଂଗ୍ରେସ ଚକ୍ରାନ୍ତ କରୁଥିବା କହିଛନ୍ତି ମୋଦି । ଦେଶରେ ଜାତି ଭିତ୍ତିକ ଜନଗଣନା କରି ସମାଜରେ ବିଭେଦ ସୃଷ୍ଟି କରିବାକୁ ପ୍ରୟାସ କରୁଥିବା କଂଗ୍ରେସକୁ ଜବାବ ଦେବାକୁ ଏକ ହେବାକୁ ଆହ୍ବାନ ଦେଇଛନ୍ତି ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister strongly criticized the anti-tribal policies of the Congress | Argus News