Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ରାଜସ୍ଥାନରେ ୧୭ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ରାଜସ୍ଥାନରେ ୧୭ କୋଟି ମୂଲ୍ୟ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ରାଜସ୍ଥାନ ଓ ହରିୟାଣାକୁ ମିଳିବ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ରାଜସ୍ଥାନରେ 17 ହଜାର କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ସେହିପରି ହରିୟାଣାରେ ମଧ୍ୟ 9 ହଜାର 750 କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ହରିୟାଣା ଗସ୍ତ ପୂର୍ବରୁ ଦିନ 11ଟାରେ ଜୟପୁରରେ ଆୟୋଜିତ ବିକଶିତ ଭାରତ-ବିକଶିତ ରାଜସ୍ଥାନ କାର୍ଯ୍ୟକ୍ରମକୁ ଭର୍ଚୁଆଲରେ ସମ୍ବୋଧନ କରିବେ ପିଏମ ମୋଦି ।

ଅଧିକ ପଢନ୍ତୁ ଭାରତ ଖବର

ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ପାନୀୟ ଜଳ, ସୌର, ରେଳ ପ୍ରକଳ୍ପ ସହ ପେଟ୍ରୋଲିୟମ ଓ ନ୍ୟାଚୁରାଲ ଗ୍ୟାସ ପ୍ରକଳ୍ପ ମଧ୍ୟ ରହିଛି । ମଧ୍ୟାନ୍ନରେ ହରିୟାଣାରେ ପହଞ୍ଚିବା ପରେ ଗୁରୁଗ୍ରାମ ମେଟ୍ରୋ ରେଲ ପ୍ରୋଜେକ୍ଟ, ରେୱାରୀ ଏମ୍ସର ଶିଳାନ୍ୟାସ ସହ କୁରକ୍ଷେତ୍ରରେ ଅନୁଭବ କେନ୍ଦ୍ରର ଉଦଘାଟନ କରିବେ ପିଏମ ମୋଦି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister will inaugurate a project worth 17 crores in Rajasthan today | Argus News