ଇଏ ଏମିତି ଏକ ରେଳ ଷ୍ଟେସନ ଯେଉଁଠି ଖାଲି ଭୂତ ବୁଲନ୍ତି

ଅର୍ଗସ ବ୍ୟୁରୋ : ଦେଶରେ ଅନେକ ସ୍ଥାନ ରହିଛି ଯାହା ବିଷୟରେ ଅନେକ ସମୟରେ ଶୁଣିବାକୁ ମିଳିଥାଏ। ସେଥିମଧ୍ୟରେ ରହିଛି ଅନେକ ଗୁଡିଏ ରେଳ ଷ୍ଟେସନ। ଯେଉଁଠି ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରନ୍ତି । କିନ୍ତୁ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ବେଗୁନକୋଦର ନାମକ ଏକ ରେଳଷ୍ଟେସନ୍ ରହିଛି। ଯାହାର ନାଁ ଶୁଣିବା ମାତ୍ରେ ଲୋକେ ଭୟଭୀତ ହୋଇଯାଆନ୍ତି। ଏହି ଭୟର ପରିମାଣ ଏତେଯେ ଏହି ଷ୍ଟେସନରେ କୌଣସି ରେଳ କର୍ମଚାରୀ କାମ କରିବାକୁ ମଧ୍ୟ ପ୍ରସ୍ତୁତ ନୁହନ୍ତି। ଏହି ଷ୍ଟେସନ ସହ ଅନେକ ଭୟାନକ କାହାଣୀ ଯୋଡି ହୋଇରହିଛି ବୋଲି ଶୁଣିବାକୁ ମିଳେ। କେବଳ ସେଥିପାଇଁ ଏହାକୁ ୪୨ ବର୍ଷ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥିଲା । ୨୦୦୯ ମସିହାରେ ପୁର୍ନବାର ଏହାକୁ ଖୋଲାଯାଇଛି ।
କୁହାଯାଏ ଆଜି ବି ଯେତେବେଳେ ଏହି ଷ୍ଟେସନ ଦେଇ ଟ୍ରେନ୍ ଯାଏ ଟ୍ରେନରେ ଥିବା ଯାତ୍ରୀମାନେ ଧଳା ଶାଢୀ ପିନ୍ଧିଥିବା ଜଣେ ମହିଳାଙ୍କ ଭୂତ ବୁଲୁଥିବାର ଦେଖନ୍ତି। ସେଥିପାଇଁ ସନ୍ଧ୍ୟା ହେଲେ କୌଣସି ଲୋକ ଏହି ରେଳ ଷ୍ଟେସନ ଦେଇ ଯିବା ଆସିବା କରନ୍ତି ନାହିଁ । କେବଳ ମଣିଷ ନୁହେଁ ପଶୁମାନେ ମଧ୍ୟ ଏଠାରେ ଦେଖାଯାଆନ୍ତି ନାହିଁ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି।
ଏହି ଷ୍ଟେସନ ୧୯୬୦ ଦଶକରେ ଏକ ଗୁଜବ ଷ୍ଟେସନ ଥିଲା ଏବଂ ସନ୍ଥଲଙ୍କ ରାଣୀ ଲାଚନ କୁମାରୀଙ୍କ ଉଦ୍ୟମରେ ନିର୍ମିତ ହୋଇଥିଲା | ଦୁର୍ଗମ ଅଞ୍ଚଳରେ ଏହି ରେଳ ଷ୍ଟେସନ ଖୋଲିବା ପରେ ଆଖପାଖର ଲୋକମାନେ ବହୁତ ଖୁସି ହୋଇଥିଲେ। ଯେମିତି ସବୁ ଅସୁବିଧାର ଅନ୍ତ ହେବାକୁ ଯାଉଥିଲା| କିନ୍ତୁ ସେମାନଙ୍କର ଖୁସି ଅଧିକ ଦିନ ରହିଲା ନାହିଁ |
ଅଧିକ ପଢନ୍ତୁ ଭାରତ ଖବର...