Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ  

National

ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ  

Manini Pattanayak
Browse all articles by Manini Pattanayak
·2 years ago·1 min read
ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ  

ନୂଆଦିଲ୍ଲୀ: ଉତ୍ତରକାଶୀ ଟନେଲରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ଅପରେସନ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି ସନ୍ଧ୍ୟା ସୁଦ୍ଧା ରେସ୍କ୍ୟୁ ଅପରେସନ୍ ସରିବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ଦେଇଛନ୍ତି ପିଏମ୍‌ଓର ପୂର୍ବତନ ପରାମର୍ଶଦାତା ଭାସ୍କର କୁଲବେ । ବର୍ତ୍ତମାନ ଟନେଲ୍ ଭିତରେ 48 ମିଟର ଯାଏଁ ପାଇପ୍ ପ୍ରବେଶ କରିସାରିଛି । ଶ୍ରମିକଙ୍କଠୁ 12 ମିଟର ଦୂରରେ ରହିଛି ପାଇପ୍ । ଆଉ କିଛି ଘଣ୍ଟାର ଅପେକ୍ଷା । ନୂଆ ଜୀବନ ନେଇ ଉତ୍ତରକାଶୀର ଅନ୍ଧାରୀ ସୁଡଙ୍ଗରୁ ଆଲୋକ ଦେଖିବେ 5 ଓଡ଼ିଆଙ୍କ ସମେତ 41 ଶ୍ରମିକ ।

ଉଦ୍ଧାର ହେବା ମାତ୍ରେ ଶ୍ରମିକଙ୍କୁ କିଭଳି ହସ୍ପିଟାଲରେ ପହଞ୍ଚାଯିବ ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ, ସେଥିପାଇଁ ପ୍ରସ୍ତୁତ ରହିଛି ଆମ୍ବୁଲାନ୍ସ।  ଅତ୍ୟାଧୁନିକ ମେସିନ ସହ ଅନ୍ୟାନ୍ୟ ଆବଶ୍ୟକୀୟ ଉପକରଣ ଆମ୍ବୁଲାନ୍ସରେ ମହଜୁଦ ରଖାଯାଇଛି । ହସ୍ପିଟାଲରେ ବେଡ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି। ଅଭିଜ୍ଞ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଅକ୍ସିଜେନ, ଦଉଡ଼ି, ଷ୍ଟ୍ରେଚର ନେଇ ଟନେଲ୍ ଭିତରକୁ ଯାଉଛନ୍ତି ଏନ୍‌ଡିଆର୍‌ଏଫ୍‌ ଟିମ୍‌ । ଗୁରୁବାର ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ କେନ୍ଦ୍ରମନ୍ତ୍ରୀ ବି.କେ ସିଂହ । 
ଅଧିକ ପଢନ୍ତୁ ଭାରତ ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
The rescue operation for the workers trapped in the Uttarkashi tunnel has reached its final stage. | Argus News