Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୪ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଦେଶବାସୀଙ୍କ ସାମ୍ନାରେ

Ritu Das
Browse all articles by Ritu Das
·2 years ago·1 min read
୪ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଦେଶବାସୀଙ୍କ ସାମ୍ନାରେ

ଅର୍ଗସ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାକୁ ଭୁଲ୍ ସାବ୍ୟସ୍ତ କରିଛି ମୋଦି ମ୍ୟାଜିକ୍। 4 ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଦେଶବାସୀଙ୍କ ସାମ୍ନାରେ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପି କମାଲ କରିଥିବା ବେଳେ କଂଗ୍ରେସକୁ ତେଲେଙ୍ଗାନା ଦେଇଛି ସ୍ବାନ୍ତନା।  ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ସରକାରକୁ କ୍ଷମତାଚ୍ୟୁତ କରି ଶାସନର ମଙ୍ଗ ଧରିବାକୁ ଯାଉଛି ଭାରତୀୟ ଜନତା ପାର୍ଟି। ସେପଟେ ମଧ୍ୟପ୍ରଦେଶରେ ବୃହତ୍ତ ବିଜୟ ହାସଲ କରିଛି ବିଜେପି। 

କିଛି ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଗଣତି ଚାଲିଛି ସତ, ହେଲେ ସରକାର ଗଠନର ଗଣିତ କଷା ସରିଛି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ହେଭିୱେଟଙ୍କୁ ଉତାରି ବିଜେପି ଯେଉଁ ଷ୍ଟ୍ରାଟେଜି ଆପଣାଇଥିଲା ତାହା କାରିଗର ସାବ୍ୟସ୍ତ ହୋଇଛି। ସେହିପରି ଛତିଶଗଡ଼ରେ ଐତିହାସିକ କମବ୍ୟାକ କରିଛି ଦଳ। ପ୍ରାୟ ସମସ୍ତ ଏକଜିଟ୍ ପୋଲ ଛତିଶଗଡ଼ରେ ବିଜେପିର ପରାଜୟ ଦେଖାଉଥିଲା। ହେଲେ ମୋଦି ସୁନାମି ଏକଜିଟ୍ ପୋଲର ଅଙ୍କକୁ ବିଗାଡ଼ ଦେଇଛି। ଛତିଶଗଡ଼ରେ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିବାକୁ ଯାଉଛି ବିଜେପି। ସେପଟେ କେବଳ ତେଲଙ୍ଗାନାରେ ବିଜୟର ସ୍ବାଦ ଚାଖି ପାରିଛି କଂଗ୍ରେସ। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପ୍ରାୟ ମୂଳପୋଛ ହୋଇସାରିଥିବା କଂଗ୍ରେସ ଦକ୍ଷିଣରେ ନିଜ ଉପସ୍ଥିତି ବଞ୍ଚାଇ ରଖିଛି।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The results of the | Argus News