Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Education News / ବିକଶିତ ଦେଶପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ବିକଶିତ ଦେଶପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ
Dharmendra Pradhan

Key Points

ଶିକ୍ଷା ଜୀବନର ଅମୂଲ୍ୟ ନିଧି ଶିକ୍ଷାର ବିକାଶ ହିଁ ଦେଶର ବିକାଶ ଆଗାମୀ ୨୫ ବର୍ଷ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ବିକଶିତ ଦେଶପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ

ଅର୍ଗସ ବ୍ୟୁରୋ: ଶିକ୍ଷା ମାନବର ଜନ୍ମଗତ ଅଧିକାର । ସେଥିପାଇଁ ଶିକ୍ଷାକୁ ସବୁବେଳେ ପ୍ରାଧାନ୍ୟ ଦେବାସହ ଦେଶର ଆଗାମୀ ଭବିଷ୍ୟତମାନଙ୍କୁ ଶିକ୍ଷାର ମୂଲ୍ୟବୋଧ ଉପରେ ସଜାଗ କରିବା ପାଇଁ ସବେବେଳେ ଚେଷ୍ଟା କରନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦେଶକୁ ଏକ ଶ୍ରେଷ୍ଠ ଅଗ୍ରଣୀ ଦେଶଭାବେ ପରିଣତ କରିବାକୁ ହେଲେ ଶିକ୍ଷାକୁ କିପରି ଗୁରୁତ୍ବ ଦେବାକୁ ପଡିବ, ସେ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସବୁବେଳେ ପରାମର୍ଶ ଦିଅନ୍ତି ଧର୍ମେନ୍ଦ୍ର ।

ଅନୁଗୁଳ ଛେଣ୍ଡିପଦା ହାଇସ୍କୁଲରେ ଅନୁଷ୍ଠିତ ହୋଇଥିବା ପ୍ଲାଟିନମ ଜୁବଲିର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ  ରାଜ୍ୟପାଳ ରଘୁବର ଦାସ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ରାଜ୍ୟପାଳ ଶିକ୍ଷାର ଗୁରୁତ୍ବ ଏବଂ ଶିକ୍ଷାର ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରିଥିଲେ । ସେ କହିଥିଲେ ଜାତୀୟ ଶିକ୍ଷାନୀତିରେ ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦିଆଯାଏ । ସର୍ବାଙ୍ଗୀନ ବିକାଶର ସ୍ବପ୍ନ ଦେଖିବାକୁ ହେଲେ ଆମକୁ କଠୋର ପରିଶ୍ରମ କରି ସଫଳତା ହାସଲ କରିବାକୁ ପଡିବ ବୋଲି କହିଥିଲେ । 

ଧର୍ମେନ୍ଦ୍ର କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାକୁ ହେଲେ ଶିକ୍ଷାକୁ ବିକାଶ କରିବା ଦିଗରେ ପ୍ରାଧାନ୍ୟ ଦେବାକୁ ପଡିବ ।

ଆଗାମୀ ୨୫ ବର୍ଷରେ ଦେଶକୁ ଏକ ଅଗ୍ରଣୀ ଦେଶରେ ପରିଣତ କରିବା ପାଇଁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୨୫ ବର୍ଷରେ ଭାରତ ବିଶ୍ବର ପ୍ରଥମ ଅର୍ଥନୀତି ଦେଶରେ ପରିଗଣିତ ହେବ । ଏଥିପାଇଁ ଆଗାମୀ ପିଢୀମାନଙ୍କୁ ଶିକ୍ଷାର ଗୁରୁତ୍ବ ବୁଝିବାର ଆବଶ୍ୟକତା ରହିଛି । ଦେଶର ଯୁବକ ତଥା ଛାତ୍ରଛାତ୍ରୀ ହେଉଛନ୍ତି, ଆଗାମୀ ଦିନର ଭବିଷ୍ୟତ ।

ଅଗ୍ରଣୀ ଦେଶ ତିଆରି କରିବାର ଦାୟିତ୍ବ ଭାର ସେମାନଙ୍କ କାନ୍ଧରେ । ତେଣୁ ଶିକ୍ଷାକୁ ପ୍ରଧାନ୍ୟ ଦେଇ ଏକ ବିକଶିତ ଭାରତ ତିଆରି କରିବାକୁ ସମସ୍ତେ ଚେଷ୍ଟା କରିବା ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
ବିକଶିତ ଦେଶପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ | Argus News