Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି  

Manini Pattanayak
Browse all articles by Manini Pattanayak
·2 years ago·1 min read
ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି  

ରାୟପୁର:  ଛତିଶଗଡ଼ ବିଧାନସଭା ପାଇଁ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି । ବାକି ଥିବା 70ଟି ଆସନ ପାଇଁ ଭୋଟିଂ । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍, ଟିଏସ ସିଂଦେଓଙ୍କ ସହ 8 ମନ୍ତ୍ରୀ, 4 ସାଂସଦଙ୍କ ସହ 958 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । 22ଟି ଜିଲ୍ଲାର 70ଟି ଆସନ ପାଇଁ 827 ଜଣ ପୁରୁଷ, 130 ଜଣ ମହିଳା ଏବଂ ଜଣେ କିନ୍ନର ନିର୍ବାଚନ ରଣାଙ୍ଗନରେ ତାଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।

ଅଧିକ ପଢନ୍ତୁ: ବାକି ଥିବା ୭୦ଟି ଆସନ ପାଇଁ ହେବ ଭୋଟିଂ

1 କୋଟି 63 ଲକ୍ଷ 14 ହଜାର 479 ଭୋଟର ଏହି ପର୍ଯ୍ୟାୟରେ ମତାଧିକାର ସାବ୍ୟସ୍ତ କରୁଛନ୍ତି । 70ଟି ନିର୍ବାଚନ ମଣ୍ଡଳୀରେ ମୋଟ 18 ହଜାର 833ଟି ପୁଲିଂ ବୁଥର ବ୍ୟବସ୍ଥା କରାଯାଇଛି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନଭେମ୍ବର 7 ତାରିଖରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟିଂ ହୋଇଥିଲା । ନକ୍ସଲ ପ୍ରଭାବିତ 20ଟି ଆସନ ପାଇଁ ହୋଇଥିଲା ମତଦାନ। ନଭେମ୍ବର 7ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ଭୋଟିଂରେ 78 ପ୍ରତିଶତ ମତ ସାବ୍ୟସ୍ତ କରିଥିଲେ  । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରାଜନୀତି ଖବର ଆହୁରି ପଢନ୍ତୁ

Sponsored
The second phase of voting for the Chhattisgarh Assembly continues | Argus News