Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News -   ନିର୍ବାଚନ ପାଇଁ ନିୟମ ଭାଙ୍ଗିଲେ ରାଜ୍ୟ ସରକାର

National

  ନିର୍ବାଚନ ପାଇଁ ନିୟମ ଭାଙ୍ଗିଲେ ରାଜ୍ୟ ସରକାର

Manini Pattanayak
Browse all articles by Manini Pattanayak
·2 years ago·2 min read
  ନିର୍ବାଚନ ପାଇଁ ନିୟମ ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ୱର:  ଚାଷୀ ଅସନ୍ତୋଷ ଦବାଇବାକୁ ଚେଷ୍ଟା। ନିର୍ବାଚନ ପାଇଁ ନିୟମ ଭାଙ୍ଗିଲେ ରାଜ୍ୟ ସରକାର। ନିର୍ଦ୍ଧାରିତ ସମୟ ପୂର୍ବରୁ କାଳିଆ ଟଙ୍କା ବାଣ୍ଟିବାକୁ ମସୁଧା। ବିରୋଧୀଙ୍କ ଅଭିଯୋଗ ନିର୍ବାଚନ ପାଇଁ ରାଜ୍ୟ ସରକାର କରୁଛନ୍ତି କାଳିଆ ଭେଳିକି । ଚାଷୀଙ୍କ ଦାବି 4 ହଜାର ନୁହେଁ 10 ହଜାର ଦିଅନ୍ତୁ ସରକାର। ଖସୁଥିବା ଭୋଟ ବ୍ୟାଙ୍କକୁ ଦେଖି ଭୟଭୀତ ଶାସକ ଦଳ । ଚାଷୀଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ପୁଣି ଥରେ କାଳିଆ ଲଲିପପ୍ ଧରାଇବାକୁ ଯାଉଛନ୍ତି ରାଜ୍ୟ ସରକାର । ଗୁରୁବାର ରାଜ୍ୟ କ୍ୟାବିନେଟ୍ ରେ ପୂର୍ବ ନିର୍ଦ୍ଧାରିତ ନିୟମକୁ ପରିବର୍ତ୍ତନ କରି ନିର୍ବାଚନ ପୂର୍ବରୁ ଚାଷୀଙ୍କୁ କାଳିଆ ଟଙ୍କା ବାଣ୍ଟିବାକୁ କରାଯାଇଛି ମସୁଧା ।

ନିଷତ୍ତି ଅନୁଯାୟୀ ଏଣିକି ଏପ୍ରିଲ 1 ତାରିଖ ଅକ୍ଷୟ ତୃତୀୟା କି ସେପ୍ଟମ୍ବର 1 ନୂଆଖାଇ ନୁହେଁ ଯେ କୌଣସି ସମୟରେ କାଳିଆ ଟଙ୍କା ଚାଷୀଙ୍କୁ ଦେଇ ପାରିବେ ରାଜ୍ୟ ସରକାର । ସେହିପରି ଭୂମିହିନ ଚାଷୀ ପରିବାକକୁ ବର୍ଷକୁ ପୂର୍ବରୁ 12500 ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ସେହି ରାଶିକୁ 2000 ବୃର୍ଦ୍ଧି କରି 14500 ଦେବାକୁ ନିଷ୍ପତି ନେଇଛି ରାଜ୍ୟ କ୍ୟାବିନେଟ । ଏ ସବୁ ଭିତରେ ଯୋଜନାର ଅବଦ୍ଧି ଶେଷ ହେଉଥିବାରୁ ଆଉ ତିନି ବର୍ଷ ଅର୍ଥାତ 2027 ପର୍ଯ୍ୟନ୍ତ କାଳିଆ ଯୋଜନାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିରୋଧୀ । ବିରୋଧୀଙ୍କ ଅଭିଯୋଗ ଚାଷୀଙ୍କୁ ଶାସକ ଦଳ ରାଜନୈତିକ ମୋହରା କରିଥିବାରୁ ରାଜ୍ୟର ଚାଷୀ ପରିବାରଙ୍କ ମାସିକ ଆୟ ତଳ ଆଡୁ ଦୁଇ ନମ୍ବର ଅର୍ଥାତ 5111 ଟଙ୍କାରେ ସୀମିତ ।  ସେପଟେ ଚାଷୀଙ୍କ ପ୍ରଶ୍ନ କାଳିଆ ରାଶିକୁ 10 ହଜାରରୁ କାହିଁକି କମାଇ 4 ହଜାର କଲେ ସରକାର.. ନିର୍ବାଚନ ଥିବାରୁ ସରକାର ଯଦି କାଳିଆ ରାଶି ଦେଉଛନ୍ତି ତେବେ  ପୂର୍ବ ଘୋଷଣା ଅନୁସାରେ 5 ହଜାର  ଦିଅନ୍ତୁ ବୋଲି ଚାଷୀ ଦାବି କରିଛନ୍ତି।

ରାଜ୍ୟର ଚାଷୀଙ୍କ ସଂଖ୍ୟା 78 ଲକ୍ଷ 86 ହଜାର 72 । ମୁଖ୍ୟମନ୍ତ୍ରୀ ଘୋଷଣା କଲେ 75 ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା । ବର୍ତ୍ତମାନ ରାଜ୍ୟ ସରକାରଙ୍କ କାଳିଆ ଯୋଜନାରେ ଉପକୃତ ହେଉଛନ୍ତି ମାତ୍ର 44 ଲକ୍ଷ ଚାଷୀ ।  ମାତ୍ର କେନ୍ଦ୍ରର ପିଏମ କିଷାନ ଯୋଜନା ବେଳକୁ 30 ଲକ୍ଷ ପାର ହେଉନି ରାଜ୍ୟ ସରକାର ପଠାଇଥିବା ତାଲିକା । ଯେଉଁଥିପାଇଁ ଆସନ୍ତା 28 ତାରିଖରେ ମିଳିବାକୁ ଥିବା ପିଏମ କିଷାନରୁ ପାଖାପାଖି 14 ଲକ୍ଷ ଓଡିଆ ଚାଷୀ 16 ତିମି କିସ୍ତି ପାଇବାରୁ  ବଞ୍ଚିତ ହେବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Painting
Sponsored
The state government broke the rules for the election | Argus News