Videos
|
National

କେରଳରେ ଫସିଥିବା ଓଡିଆ ଲୋକଙ୍କ ଉଦ୍ଧାର ପାଇଁ ଆଲୋଚନା କଲେ ରାଜ୍ୟ ସରକାର

Swayangprajna Mishra
Browse all articles by Swayangprajna Mishra
·2 years ago
କେରଳରେ ଫସିଥିବା ଓଡିଆ ଲୋକଙ୍କ ଉଦ୍ଧାର ପାଇଁ ଆଲୋଚନା କଲେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ : କେରଳରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ କେରଳ ଅଧିକାରୀଙ୍କ ସହ କଥା ହେଲେ ଓଡ଼ିଶା ସରକାର। କେରଳର ସ୍ବତନ୍ତ୍ର ରିଲିଫ କମିଶନର ଏବଂ ସେଠାକାର ଓଡ଼ିଆ ଅଧିକାରୀଙ୍କ ସହ ଓଡିଶାର ସ୍ବତନ୍ତ୍ର ରିଲିଫ କମିଶନର କଥା ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଓଡ଼ିଶାର ୨ ପରିବାର କେରଳରେ ଫସିଛନ୍ତି।

ଅଧିକ ପଢନ୍ତୁ : କେରଳରେ ଭୟଙ୍କର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି

କେରଳ ଯାଇଥିବା ୨ ଜଣ ଓଡ଼ିଆ ଡାକ୍ତରଙ୍କ ଖୋଜ ଖବର ମିଳିନାହିଁ। ସେମାନଙ୍କ ପତ୍ନୀ ମାନେ ଚିକିତ୍ସିତ ହେଉଛନ୍ତି । ଭାରତ ସରକାର ମଧ୍ୟ ସହାୟତା କରୁଛନ୍ତି। ବାୟୁ ସେନା ଏବଂ ଏନଡିଆରଏଫ ସହ ଯୋଗାଯୋଗରେ ଅଛୁ । ରାଜସ୍ବ ବିଭାଗ ଓ ଜିଲ୍ଲା ପ୍ରଶାସନ ଉଭୟଙ୍କ ପରିବାର ପାଖରେ ପହଞ୍ଚିଛି। ତାଙ୍କ ପରିବାର ସହ ସରକାର ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The state government discussed the rescue of Odia people trapped in Kerala | Argus News