Videos
|
National

ପ୍ୟାରୀସ ବିଜେତାଙ୍କୁ ଓଡ଼ିଶାବାସୀ ଦେଲେ ଭରପୂର ପ୍ୟାର

Manini Pattanayak
Browse all articles by Manini Pattanayak
·2 years ago·2 min read
ପ୍ୟାରୀସ ବିଜେତାଙ୍କୁ ଓଡ଼ିଶାବାସୀ ଦେଲେ ଭରପୂର ପ୍ୟାର

 ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ୟାରିସ ବିଜେତାଙ୍କୁ ଓଡ଼ିଶା ମାଟିରେ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା । ଲୋକସେବା ଭବନରେ ଆୟୋଜିତ ହୋଇଥିଲା ପ୍ୟାରିସ ବିଜେତାଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତୀ ଓ କ୍ରୀଡାମନ୍ତ୍ରୀଙ୍କ ଉପସ୍ଥିତିରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ପୂର୍ବ ଘୋଷଣା ମୁତାବକ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା । ଖେଳାଳିଙ୍କୁ ବିମାନବନ୍ଦର ସ୍ବାଗତଠାରୁ ପୁରସ୍କାର ସମାରୋହ ଯାଏ ସମସ୍ତ ସଫଳ ଆୟୋଜନ ପଛରେ ବଡ଼ ଭୂମିକା ରହିଛି କ୍ରୀଡ଼ା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଙ୍କର । ଏଭଳି ଅଭୁତପୂର୍ବ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛି ହକି ଇଣ୍ଡିଆ ।  

ଭବ୍ୟ ସ୍ବାଗତ ପରେ ପ୍ୟାରିସ ବିଜେତାଙ୍କୁ ଓଡ଼ିଶା ମାଟିରେ ଦିଆଯାଇଛି ଭବ୍ୟ ସମ୍ବର୍ଦ୍ଧନା। କଳିଙ୍ଗଷ୍ଟାଡିଅମରେ ଆୟୋଜିତ ସତନ୍ତ୍ର କାର୍ଯ୍ୟକ୍ରମରେ ହକି ହିରୋଙ୍କୁ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ଏହାପରେ ଟିମ୍ ଇଣ୍ଡିଆ ସଦସ୍ୟଙ୍କ ସମ୍ମାନାର୍ଥେ ପ୍ରସ୍ତୁତ ସ୍ବତନ୍ତ୍ର ନୃତ୍ୟ ଓ ସଂଗୀତ ପରିବେଶଣ କରାଯାଇଥିଲା କଳିଙ୍ଗ ଷ୍ଟାଡିଅମରେ। ଫଟୋ ସେସନରେ ଖେଳାଳିଙ୍କ ସହ ପୋଜ ଦେଇଥିଲେ ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀ। ଏହି ଅବସରରେ ଅଲିମ୍ପିକ୍ ପଦକ ବିଜେତା ଭାରତୀୟ ହକି ଦଳର ସଦସ୍ୟଙ୍କ ସହ କଥା ହୋଇ ସେମାନଙ୍କ ଉତ୍ସାହ ବଢାଇଥିଲେ ମୁଖ୍ୟମନ୍ତ୍ରୀ। ଓଡ଼ିଶାର ଆତିଥେୟତାରେ ଖୁସି ପ୍ରକାଶ କରିଛନ୍ତି ଖେଳାଳି। ହକି ଇଣ୍ଡିଆ ସଭାପତି ଦିଲ୍ଲୀର ତିର୍କୀବି କହିଛନ୍ତି ଭାରତୀୟ ହକି ତାରକାଙ୍କ ପାଇଁ ଏଭଳି ସ୍ବାଗତ ଏଭଳି ଆୟୋଜନ ଓଡ଼ିଶାରେ ପୂର୍ବରୁ କେବେ ହୋଇନଥିଲା। ଆଉ ଟିମ୍ ଇଣ୍ଡିଆ ଅଧିନାୟକ ହରମନପ୍ରିତ୍ ସିଂହ କହିଛନ୍ତି ଧନ୍ୟବାଦ ଓଡ଼ିଶା।

ସଂଧ୍ୟାରେ ଲୋକସେବା ଭବନରେ ଆୟୋଜିତ ହୋଇଥିଲା ପ୍ୟାରିସ ବିଜେତାଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ। ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତୀ ଓ କ୍ରୀଡାମନ୍ତ୍ରୀଙ୍କ ଉପସ୍ଥିତିରେ ଟିମ୍ ଇଣ୍ଡିଆ ଖେଳାଳିଙ୍କୁ ପୁରସ୍କୃତ କରାଯାଇଥିଲା। ପୂର୍ବ ଘୋଷଣା ମୁତାବକ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା ଓ ସପୋର୍ଟ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା। ଖେଳାଳିଙ୍କୁ ବିମାନବନ୍ଦର ସ୍ବାଗତଠାରୁ ପୁରସ୍କାର ସମାରୋହ ଯାଏ ସମସ୍ତ ସଫଳ ଆୟଜନ ପଛରେ ବଡ଼ ଭୂମିକା ରହିଛି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କର। ଏଭଳି ଅଭୁତପୂର୍ବ ଆୟୋଜନ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛି ହକି ଇଣ୍ଡିଆ। ଭାରତୀୟ ହକି ଦଳକୁ ଏହିଭଳି ଆଗକୁ ବି ପ୍ରୋତ୍ସାହିତ କରିଚାଲିବେ ମୋହନ ସରକାର। ପୂର୍ବରୁ ୨୦୩୬ ଅର୍ଥାତ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଶତବାର୍ଷିକ ଯାଏ ଓଡ଼ିଶା ଭାରତୀୟ ହକି ଟିମର ପ୍ରାୟୋଜକ ବନି ରହିବା ନେଇ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: