Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସାମ୍ନାକୁ ଆସିଲା ହିମାଂଶୁର ମନଗଢା କାହାଣୀ, ମିଛକହି ଲୋକଙ୍କୁ ଠକୁଥିଲା ହିମାଂଶୁ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସାମ୍ନାକୁ ଆସିଲା ହିମାଂଶୁର ମନଗଢା କାହାଣୀ, ମିଛକହି ଲୋକଙ୍କୁ ଠକୁଥିଲା ହିମାଂଶୁ

ଅର୍ଗସ ବ୍ୟୁରୋ : ଅନଲାଇନ ଗେମ ଖେଳି ୯୬ ଲକ୍ଷ ହରାଇ ଥିବା ହିମାଂଶୁଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ । ସମସ୍ତେ ତାଙ୍କୁ ସହାନୁଭୂତି ଦେଖାଇ ତାଙ୍କର ରହିବା ପଢିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଅନଲାଇନ ଗେମକୁ ଫ୍ରଡ ବୋଲି କହୁଥିବା ଏହି ହିମାଂଶୁ ମିଶ୍ର ନିଜେ ଜଣେ ଫ୍ରଡ ବୋଲି ଜଣାପଡିଛି ।ତଦନ୍ତରୁ ଯାହା ଜଣା ପଡିଛି,ହିମାଂଶୁ ଲଗାତାର ଲୋକଙ୍କୁ ନିଜର ଇମୋସନାଲ କଥା କହି ଠକିବାରେ ଲାଗିଛି ।   ନିଜକୁ ବିହାରର ବୋଲି କହୁଥିବା ହିମାଂଶୁର ପ୍ରକୃତ ଘର ହେଉଛି ଉତ୍ତରପ୍ରଦେଶର କାନପୁର । ସେଠାରେ ସେ ପେନ ବିକିବା କାମ କରୁଥିଲେ । ଘର ସହ ତାଙ୍କର କୌଣସି ସମ୍ପର୍କ ହିଁ ନଥିଲା ।

ଅଧିକ ପଢନ୍ତୁ : ଅନଲାଇନ ଗେମ ହେଲା କାଳ, ଚାଲିଗଲା ୧୭ ବର୍ଷୀୟ ଛାତ୍ରର ଜୀବନ

ସେ କେବଳ ମନଗଢା କାହାଣୀ କହି ଲୋକଙ୍କୁ ଭାବୁକ କରୁଥିଲେ । ଯେଉଁଥିପାଇଁ କିଛି ଲୋକ ତାଙ୍କର ରହିବା ବ୍ୟବସ୍ଥା କରିବା ସହ ତାଙ୍କର କୋଚିଙ୍ଗ ବ୍ୟବସ୍ଥା ମଧ୍ୟ କରିଥିଲେ । ଯେଉଁମାନଙ୍କ ଠାରୁ ସେ ଟଙ୍କା କରଜ କରିଥିବା କଥା କହିଥିଲେ, ସେମାନେ ଏହାକୁ ମିଛ ବୋଲି ବୋଲି କହିଥିଲେ । ଅନଲାଇନ ଗେମ ନିଶ୍ଚିତ ଭାବରେ ଫ୍ରଡ ଏବଂ ଏହା ବ୍ୟାନ ହେବା ଦରକାର, ହେଲେ ଇମୋସନାଲ କଥା କହି ଲୋକଙ୍କ ଠାରୁ ସାହାଯ୍ୟ ପାଇବା ଆଦୌ ଏକ ଭଲ ମାଧ୍ୟମ ନୁହେଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The story of Himanshu came to light, Himanshu was cheating people by telling lies | Argus News