କୋଟା କୋଚିଂ ସେଣ୍ଟରରେ ପ୍ରତିବନ୍ଧକ ଲଗାଯିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଅର୍ଗସ ବ୍ୟୁରୋ : କୋଟା କୋଚିଂ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଯିବା ଉପରେ ସୁପ୍ରିମକୋର୍ଟ ମନ୍ତବ୍ୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଛାତ୍ର ଆତ୍ମହତ୍ୟା ପାଇଁ କୋଟା କୋଚିଂ ପ୍ରତିଷ୍ଠାନ ଦାୟୀ ନୁହେଁ ବରଂ ପିତାମାତାଙ୍କ ଚାପ ହିଁ ଛାତ୍ର ଆତ୍ମହତ୍ୟାର କାରଣ। ତେବେ ଆମେ ସମସ୍ତେ ଯାଣିଛେ କି ଦିନକୁ ଦିନ ବଢିବାରେ ଲାଗିଛି କୋଟାରେ ଛାତ୍ର ଆତ୍ମହତ୍ୟା ।ଜାତୀୟ ସ୍ତରର ପ୍ରତିଯୋଗିତାମୂଳକ କୋଚିଂ ପାଇଁ ଗତ କିଛି ବର୍ଷ ମଧ୍ୟରେ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରାଜସ୍ଥାନର କୋଟାରେ ଏବେ ଲଗାତର ଛାତ୍ର ଆତ୍ମହତ୍ୟା ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ, ହଷ୍ଟେଲ ମାଲିକ ଓ ଅଭିଭାବକମାନେ ମଧ୍ୟ ଚିନ୍ତାରେ।
JEE ଓ NEET ପରି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷା ଓ ସରକାରୀ ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷାର କୋଚିଂ ପାଇଁ ପ୍ରତିବର୍ଷ ସମଗ୍ର ଦେଶରୁ ପ୍ରାୟ 2 ଲକ୍ଷ ଛାତ୍ରଛାତ୍ରୀ କୋଟାକୁ ଆସିଥାଆନ୍ତି । ଅତ୍ୟଧିକ ଛାତ୍ର ଆତ୍ମହତ୍ୟା ହେବା ଯୋଗୁ ଏହି କୋଚିଂ ସେଣ୍ଟରରେ ପ୍ରତିବନ୍ଧକ ଲଗାଯିବା ନେଇ ଦାବି ହୋଇଥିଲା। କିନ୍ତୁ ଏକ ଆବେଦନ ଶୁଣାଣି ବେଳେ ସୁପ୍ରିମକୋର୍ଟ କୋଟା କୋଚିଂ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରି ଦେଇଛନ୍ତି ଏବଂ ପିତାମାତାଙ୍କ ଉପରେ ମଧ୍ୟ ଦୃଢ ମନ୍ତବ୍ୟ ଦେଇ କହିଛନ୍ତି ଯେ ରାଜସ୍ଥାନର କୋଟାଠାରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କୋଚିଂ ପ୍ରତିଷ୍ଠାନକୁ ଦାୟୀ କରିବା ଠିକ୍ ନୁହେଁ କାରଣ ପିତାମାତାଙ୍କ ଆଶା ମଧ୍ୟ ପିଲାମାନଙ୍କୁ ଜୀବନ ଶେଷ କରିବାକୁ ବାଧ୍ୟ କରୁଛି।
ଦିନକୁ ଦିନ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା କଷ୍ଟ ହୋଇ ହୋଇ ଯାଉଛି । ଯାହା ଫଳରେ ପିଲାମାନଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେଉଛି। ଏବଂ ପିତାମାତାଙ୍କ ଆଶା ସେମାନଙ୍କ ଉପରେ ଯଥେଷ୍ଟ ଚାପ ପକାଉଛି। ଯାହାଦ୍ବାରା ଏହି ପରୀକ୍ଷାରେ ପିଲାମାନେ ଅଧା ମାର୍କ କିମ୍ବା ଗୋଟିଏ ମାର୍କ ଦ୍ୱାରା ବିଫଳ ହୋଇଯାଉଛନ୍ତି। ଯାହାଦ୍ବାରା ପିଲାମାନେ ସେମାନଙ୍କ ପିତାମାତାଙ୍କର ଆଶା ପୂରଣ କରିପାରୁନାହାନ୍ତି ଭାବି ଆତ୍ମହତ୍ୟା କରୁଛନ୍ତି। ଚଳିତ ବର୍ଷ ଏପର୍ଯ୍ୟନ୍ତ କୋଟାରେ 24 ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି।
📱 Get Argus News App
✨ଅଧିକ ପଢନ୍ତୁ ଭାରତ ଖବର...