ଆଜି ସୁପ୍ରିମକୋର୍ଟରେ ନିଟ୍ ୟୁଜି ମାମଲା ନେଇ ଶୁଣାଣି
·2 years ago·1 min read

ଅର୍ଗସ ବ୍ୟୁରୋ : ନିଟ୍ ୟୁଜି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି । ସିଜେଆଇ ଡି ୱାଇ ଚନ୍ଦ୍ରଚୁଡ଼,ଜଷ୍ଟିସ ଜେ ବି ପାରଦୀୱାଲ ଏବଂ ଜଷ୍ଟିସ ମନୋଜ ମିଶ୍ରା ଙ୍କ ଖଣ୍ଡପୀଠ ଏନେଇ ଶୁଣାଣି କରିବେ । ପୂର୍ବରୁ ଏନେଇ ସତ୍ୟପାଠ ଦାଖଲ କରିଛନ୍ତି କେନ୍ଦ୍ର ସରକାର । ପୁନଃ ପରୀକ୍ଷା ନହେବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର । ନିଟ୍-ୟୁଜି ପରୀକ୍ଷାର ତଥ୍ୟ ଅନୁଧ୍ୟାନ ପରେ ସରକାର ଆଇଆଇଟି ମାଡ୍ରାସର ଏକ ରିପୋର୍ଟକୁ ନିଜ ସତ୍ୟପାଠରେ ଯୋଡ଼ିଛନ୍ତି ।
ଅଧିକ ପଢନ୍ତୁ : ଅଗଷ୍ଟ ୧୧ରେ NEET-PG ପରୀକ୍ଷା
ଯେଉଁଥିରେ କୁହାଯାଇଛି ଯେ “ସାମୂହିକ ଅନିୟମିତତାର କୌଣସି ସଙ୍କେତ ନାହିଁ “। ସରକାର କହିଛନ୍ତି ଯେ ତଥ୍ୟ ବିଶ୍ଳେଷଣରେ କୌଣସି ବଡ଼ ଧରଣର ଅନିୟମିତତା ହୋଇଥିବାର ସଂକେତ ମିଳିନାହିଁ। ତେଣୁ ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସରକାର ସମର୍ଥନ କରୁନାହାନ୍ତି ବୋଲି କୁହାଯାଉଛି। ଜୁଲାଇ ତୃତୀୟ ସପ୍ତାହରୁ ନିଟ୍ କାଉନସେଲିଂ ଆରମ୍ଭ ହେବ। ଏହି ମାମଲାରେ ଏନଟିଏ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: