ୱାଏନାଡର ଭୟଙ୍କର ଭୂସ୍ଖଳନ , ଗଲାଣି ୧୪୮ଜଣଙ୍କର ଜୀବନ

ଅର୍ଗସ ବ୍ୟୁରୋ :କେରଳରେ ପ୍ରକୃତିର ତାଣ୍ଡବ । ୱାଏନାଡରେ ଭୟଙ୍କର ଭୂସ୍ଖଳନ । ଏଯାଏ ୧୪୮ଜଣଙ୍କର ଗଲାଣି ଜୀବନ । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା । ଏବେ ବି ମାଟି ଅତଡ଼ା ତଳେ ଫସି ହୋଇ ରହିଛନ୍ତି ଶତାଧିକ ଲୋକ । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ରେସକ୍ୟୁ ଅପରେସନରେ ଆର୍ମି ଓ ଭାରତୀୟ ସେନାର ଯବାନ ମାନେ ମୁତୟନ ହୋଇଛନ୍ତି । କେରଳ ସରକାର ଆଜି ଓ ଆସନ୍ତାକାଲି ଦୁଇଦିନ ପାଇଁ ସମଗ୍ର ରାଜ୍ୟରେ ଶୋକ ଦିବସ ଘୋଷଣା କରିଛନ୍ତି । ସେନାର MI 17 ଓ ALH ହେଲିକପ୍ଟର ବି ନିୟୋଜିତ ହୋଇଛି । ଭୂସ୍ଖଳନରେ ପାଣିରେ ମାଟିରେ ମିଶିଯାଇଛି ଘରଦ୍ବାର । ରାସ୍ତାଘାଟ ଧୋଇଯାଇଛି ।
ଅଧିକ ପଢନ୍ତୁ : କେରଳରେ ଭୟଙ୍କର ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୯୦କୁ ବୃଦ୍ଧି
କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପିଏମ୍ । ଏଥିସହ ମୃତାହତଙ୍କୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ।