Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସରିଲା ତୃତୀୟ ପର୍ଯ୍ୟାୟ ଭୋଟିଂ, ଆସାମରେ ସର୍ବାଧିକ ୭୪.୮୬ ପ୍ରତିଶତ ମତଦାନ

Swayangprajna Mishra
Browse all articles by Swayangprajna Mishra
·2 years ago
ସରିଲା ତୃତୀୟ ପର୍ଯ୍ୟାୟ ଭୋଟିଂ, ଆସାମରେ ସର୍ବାଧିକ ୭୪.୮୬ ପ୍ରତିଶତ ମତଦାନ

ଅର୍ଗସ ବ୍ୟୁରୋ : ନିର୍ବାଚନର ତୃତୀୟ ପର୍ଯ୍ୟାୟରେ 10ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ 94ଟି ଆସନରେ ହୋଇଛି ଭୋଟିଂ। 1,351 ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ । ନିର୍ବାଚନ କମିସସନରଙ୍କ ସୂଚନା ଅନୁସାରେ ମୋଟ 63.47 ପ୍ରତିଶତ ଭୋଟିଂ ହୋଇଥିବା ବେଳେ ଆସାମରେ ସର୍ବାଧିକ ୭୪.୮୬ ପ୍ରତିଶତ ମତଦାନ । ମହାରାଷ୍ଟ୍ରରେ ସବୁଠାରୁ କମ୍ 53 ପ୍ରତିଶତ ଭୋଟିଂ ହୋଇଛି।

ଅଧିକ ପଢନ୍ତୁ : ଜାଣନ୍ତୁ, କେତୋଟି ଆସନରୁ ନିର୍ବାଚନ ଲଢିପାରିବେ ଜଣେ ପ୍ରାର୍ଥୀ ?

ସେହିପରି ପଶ୍ଚିମବଙ୍ଗରେ 73.93 ପ୍ରତିଶତ, ଗୋଆରେ 72.98 ପ୍ରତିଶତ, ଛତିଶଗଡରେ 66 ପ୍ରତିଶତରୁ ଅଧିକ, ଉତ୍ତରପ୍ରଦେଶରେ 56 ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି। I ଗୁଜୁରାଟରେ 55, କର୍ଣ୍ଣାଟକରେ 66, ମଧ୍ୟପ୍ରଦେଶରେ 62 ଏବଂ ବିହାରରେ 56 ପ୍ରତିଶତରୁ ଅଧିକ ମତଦାନ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The third phase of voting is over, with the maximum turnout of 74.86 percent in Assam | Argus News