ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖି ପ୍ରଭାବିତ ୟୁଏଇ

ଅର୍ଗସ ବ୍ୟୁରୋ : ଭାରତୀୟ ଅର୍ଥନୀତିରେ ଦ୍ରୁତ ଅଭିବୃଦ୍ଧି ଦେଖି ପ୍ରଭାବିତ ହୋଇଛି ୟୁଏଇ । ଖୁବଶୀଘ୍ର ଭାରତରେ 50 ବିଲିୟନ ଡଲାର ବିନିଯୋଗ କରିବା ନେଇ ମିଳିଛି ସୂଚନା । ୨୦୨୪ରେ ଏହି ବିନିଯୋଗ ନେଇ ଘୋଷଣା କରିବ ୟୁଏଇ । ଭାରତ ଏବେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ଯାହାକୁ ବିଶ୍ବ ଏଜେନ୍ସି ସହିତ ବଡ ଦେଶ ମଧ୍ୟ ପ୍ରଶଂସା କରିଛନ୍ତି । ଏଥିରେ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
ବର୍ତ୍ତମାନ ଭାରତ-ୟୁଏଇ ସମ୍ପର୍କ କ୍ରମାଗତ ଭାବେ ମଜବୁତ ହେଉଛି । ଏହାସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୟୁଏଇ ଓ ଭାରତ ମଧ୍ୟରେ ଅଣ ତୈଳ ଦ୍ବିପାକ୍ଷିକ ବାଣିଜ୍ୟ ପ୍ରାୟ ୧୦୦ ବିଲିୟନ ଡଲାରରେ ପହଞ୍ଚିଛି । ଏହି ସମ୍ପର୍କକୁ ଆଗକୁ ନେବାକୁ 50 ବିଲିୟନ ଡଲାର ବା ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ ପାଇଁ ପ୍ରସ୍ତୁତି ଚଳାଇଛି ୟୁଏଇ । ୨୦୨୪ ପ୍ରାରମ୍ଭରେ ଏନେଇ ଘୋଷଣା କରାଯିବାର ସମ୍ଭାବନା ରହିଛି । ଏଭଳି ହେଲେ ଭାରତର ଉତ୍ପାଦନ କ୍ଷେତ୍ର ଏବଂ ଭିତ୍ତିଭୂମି ମଜବୁତ ହେବା ସହ ଅର୍ଥନୀତିକୁ ଆହୁରି ବଳ ମିଳିବ ।
📱 Get Argus News App
✨ସେପଟେ ଭାରତର ସଫଳତାକୁ ଦେଖି ଚିନ୍ତାରେ ଚୀନ୍ । ୟୁଏଇ ସହ ଭାରତର ସମ୍ପର୍କ ସୁଦୃଢ଼ ହେଉଥିବା ବେଳେ ଏହାକୁ ସହିପାରୁନି ଡ୍ରାଗନ । ଗୋଟିଏ ପଟେ ଭାରତର ଅର୍ଥନୀତି ରକେଟ ବେଗରେ ଆଗକୁ ବଢୁଥିବା ବେଳେ ଚୀନ ଅର୍ଥନୀତି କରୋନା କାରଣରୁ ମାନ୍ଦା ପଡ଼ିଛି । ଅନେକ ବିଦେଶୀ କମ୍ପାନି ଚୀନ୍ ଛାଡ଼ିବାରେ ଲାଗିଛନ୍ତି । ବହୁ ଏଜେନ୍ସି ମଧ୍ୟ ଚୀନର ଅର୍ଥ ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଆଉ ଏବେ ୟୁଏଇ ଭାରତରେ ଏତେ ବଡ଼ ନିବେଶ କରୁଥିବା ସୂଚନା ମିଳିବା ପରେ ଇର୍ଶାରେ ଜଳୁଛି ଡ୍ରାଗନ ।