Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

Jitendra Dash
Browse all articles by Jitendra Dash
·2 years ago·1 min read
ଆଇଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପିଏସସି ଦ୍ୱାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ୨୦୨୩ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ‘ଏକ୍ସ’ରେ ଅଭିନନ୍ଦନ ଜଣାଇଛନ୍ତି । 

ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ଆଇଏଏସ- ୨୦୨୩ ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଆଦିତ୍ୟ ଶ୍ରୀବାସ୍ତବ, ତାଳଚେରର ଅନିମେଶ ପ୍ରଧାନଙ୍କ ସମେତ ସଫଳତା ପାଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଓଡ଼ିଶାର ସୁଯୋଗ୍ୟ ସନ୍ତାନ ଅନିମେଶ ଆମ ତାଳଚେର ତଥା ଓଡ଼ିଶାକୁ ଗର୍ବିତ କରିଛନ୍ତି । 

ଅଧିକ ପଢନ୍ତୁ : UPSC ରେଜଲ୍ଟ ; ଦ୍ବିତୀୟ ସ୍ଥାନରେ ଓଡିଆ ପୁଅ ଅନିମେଶ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପରିଶ୍ରମ, ଏକାଗ୍ରତା ଓ ସ୍ମାର୍ଟଓ୍ୱାର୍କ ଦ୍ୱାରା ସେମାନେ ଏହି କୃତି ହାସଲ କରିଛନ୍ତି । ନିଜକୁ ଜନସେବାରେ ସାମିଲ କରି ‘ବିକଶିତ ଭାରତ’ ଗଠନ କରିବା ଦିଗରେ ସୂଚାରୁରୂପେ ଦାୟିତ୍ୱ ନିର୍ବାହ କରିବା ପାଇଁ ଶ୍ରୀ ପ୍ରଧାନ କୃତି ଛାତ୍ରଛାତ୍ରୀଙ୍କୁ ।

Sponsored
The Union Minister congratulated the successful students in the IAS examination | Argus News