|
logo
Live

Argus News - ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ

National

ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଞ୍ଚଳିକ ଭାଷାର ପ୍ରଚାର ପ୍ରସାର ପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପର୍ଧାନ. କେବଳ ଚେଷ୍ଟା କରନ୍ତି ତା ନୁହେଁ, ବରଂ କାମରେ କରିକି ଦେଖାଇଥାନ୍ତି. ତାର ସଦ୍ୟତମ ଉଦାହରଣ ହେଉଛି ପୁରି ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟ .ସଂସ୍କୃତ ବିଶ୍ବବିଦ୍ୟାଳୟର ନବକଳେବର ପାଇଁ ଧର୍ମେନ୍ଦ୍ର ଟଙ୍କା ମଞ୍ଜୁର କରିଛନ୍ତି. ପୁରୀ ଶଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟର ନବକଳେବର ହେବାକୁ ଯାଉଛି. ଏହି ୧୦୦କୋଟି ପ୍ରକଳ୍ପର ଶିଳ୍ୟାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ. 
କେନ୍ଦ୍ର ସରକାର ସମସ୍ତ ଟଙ୍କା ମଞ୍ଜୁର କରିବା ସହ ପ୍ରଶାସନ ତରଫରୁ ଜାଗାନେଇ ଅନୁମତି ମିଳିସାରିଛି । ଏହାକୁ ନେଇ ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟର ନିର୍ଦେଶକ ଅତୁଲ କୁମାର ନନ୍ଦ . ଆସନ୍ତା ୧୮ ତାରିଖ ସକାଳ ୧୦ରେ ହେବ ଶିଳ୍ୟାନ୍ୟାସ ଉତ୍ସବ . ଏହି ଶିଳ୍ୟାନ୍ୟାସ ପାଇଁ ଶିକ୍ଷା ବିଭାଗର ସଂଯୁକ୍ତ ସଚିବ ଓ ଅନେକ ବିଶ୍ୱବିଦ୍ୟାଳୟ ର କୁଳପତି ଯୋଗଦେବା କାର୍ଯ୍ୟକ୍ରମ ରହିଛି.

 

ଅନ୍ୟପଟେ ଏକ ସେମିନାରର ମଧ୍ୟ ଆୟଜନ କରାଯାଇଛି. ଏହି ସେମିନାରରେ । ଜାତି ପ୍ରଥାରୁ ଉର୍ଦ୍ଧ୍ୱରୁ ଉଠି ଏକ ସୁସ୍ଥ ସବଳ ସମାଜ ଗଠନ ପାଇଁ ସେମିନାର ରେ ଆଲୋଚନା ହେବ ।ଭକ୍ତି,ଆରାଧନା,ଉପାସନା ଓ ପ୍ରାର୍ଥନା  ମାଧ୍ୟମରେ ସମାଜରେ ଶୃଙ୍ଖଳା କିପରି ଆସିପାରିବ ସେନେଇ ଆଲୋଚନା ହେବ । 
ତେବେ ୮ମହଲା ବିଶିଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଭବନ,୫ ମହଲା ବିଶିଷ୍ଟ ଓ ୩୦୦ ଜଣ କ୍ଷମତା ସମ୍ପନ୍ନ ମହିଳା ଛାତ୍ରାବାସ ଓ ୩୦୦ ଜଣ କ୍ଷମତା ସମ୍ପନ୍ନ ପୁରୁଷ ଛାତ୍ରାବାସ ସହ ୫ ମହଲା ବିଶିଷ୍ଟ ଅତିଥି ଭବନର ହେବ ଏହାର ଶୀଳାନ୍ୟାସ ଉତ୍ସବ . 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସଦାଶିବ ସଂସ୍କୃତ ବିଶ୍ବବିଦ୍ୟାଳୟର ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ | Argus News