ଆଜି ସଂସଦରେ ଉପସ୍ଥାପିତ ହୋଇପାରେ ୱାକଫ ଆକ୍ଟ ସଂଶୋଧନ ବିଲ୍

ଅର୍ଗସ ବ୍ୟୁରୋ : ଆଜି ସଂସଦରେ ଉପସ୍ଥାପିତ ହୋଇପାରେ ୱାକଫ ଆକ୍ଟ ସଂଶୋଧନ ବିଲ୍ । ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ କ୍ୟାବିନେଟ ଅନୁମୋଦନ ମିଳିସାରିଛି । କେନ୍ଦ୍ର ସରକାର କୌଣସି ସମ୍ପତ୍ତିକୁ “ଓ୍ବାକଫ ସମ୍ପତ୍ତି” କରିବା ଅଧିକାର ଥିବା ୱାକଫ ବୋର୍ଡର କ୍ଷମତାରେ ଅଙ୍କୁଶ ଲଗାଇବାକୁ ଚାହୁଛନ୍ତି । ୪୦ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ୱାକଫ୍ ବୋର୍ଡ ଦ୍ବାରା ସମ୍ପତ୍ତି ଉପରେ ଦିଆ ଯାଇଥିବା ଦାବିଗୁଡିକର ବାଧ୍ୟତାମୂଳକ ଯାଞ୍ଚ ହେବ। ଓ୍ବାକଫ ବୋର୍ଡର ବିବାଦୀୟ ସମ୍ପତ୍ତି ପାଇଁ ବାଧ୍ୟତାମୂଳକ ଯାଞ୍ଚ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।
ଅଧିକ ପଢନ୍ତୁ ଭାରତ ଖବର
ଓ୍ବାକଫ ଆକ୍ଟରେ ସଂଶୋଧନ ପାଇଁ ଏକ ବିଲ୍ ସଂସଦରେ ଉପସ୍ଥାପିତ ହୋଇପାରେ। ଓ୍ବାକଫ ବୋର୍ଡର ପ୍ରାୟ ୮.୭ ଲକ୍ଷ ସମ୍ପତ୍ତି ଅଛି। ଅର୍ଥାତ୍ ଓ୍ବାକଫ ବୋର୍ଡର ସମ୍ପତ୍ତି ପ୍ରାୟ ୯.୪ ଲକ୍ଷ ଏକର। ୨୦୧୩ରେ କଂଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାର ମୌଳିକ ଓ୍ବାକଫ ଆକ୍ଟରେ ସଂଶୋଧନ କରି ଓ୍ବାକଫ ବୋର୍ଡକୁ ଅଧିକ କ୍ଷମତା ପ୍ରଦାନ କରିଥିଲେ। ଅଗଷ୍ଟ ୫ ତାରିଖରେ ସରକାର ସଂସଦରେ ବିଲ୍ ଆଗତ କରିବା ସମ୍ଭାବନା ରହିଛି । ପୂର୍ବରୁ ୫ ଅଗଷ୍ଟ ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ବିଲ୍ ସଂସଦରେ ଉପସ୍ଥାପିତ ହୋଇଥିଲା। ଏହା ପରେ, ୫ ଅଗଷ୍ଟ ୨୦୨୦ରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଭୂମି ପୂଜନ ହୋଇଥିଲା ।