Videos
|
National

ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ପାଇଁ ଛାତ୍ରଛାତ୍ରୀଙ୍କ ବଢୁଛି ଆଗ୍ରହ 

Manini Pattanayak
Browse all articles by Manini Pattanayak
·1 year ago
ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ପାଇଁ ଛାତ୍ରଛାତ୍ରୀଙ୍କ ବଢୁଛି ଆଗ୍ରହ 

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ପାଇଁ ଛାତ୍ରଛାତ୍ରୀଙ୍କ ବଢୁଛି ଆଗ୍ରହ । ଦିନକ ମଧ୍ୟରେ ଏକ ଲକ୍ଷ ୫୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିପାଇଁ ପଂଜୀକରଣ କରିଛନ୍ତି। ଅଟୋମୋବାଇଲ, ବ୍ୟାଙ୍କିଙ୍ଗ୍, ଗ୍ୟାସ ଓ ଶକ୍ତି, ତୈଳ ଓ ଫାଇନାନସ କଂପାନୀରେ ଇଣ୍ଟର୍ଣ୍ଣସିପ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ୧୯୩ଟି କଂପାନୀ ଛାତ୍ରଛାତ୍ରୀଙ୍କୁ ପିଏମ୍ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ସାମିଲ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି। 


ଏହି ଯୋଜନା ଦେଶର ୭୩୭ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବର୍ଷ ବଜେଟରେ ଘୋଷଣା କରିଥିଲେ। ଏହି ଯୋଜନା ଦ୍ବାରା ଛାତ୍ରଛାତ୍ରୀ ମାନଙ୍କୁ ଭଲ କଂପାନୀରେ ନିଯୁକ୍ତି ମିଳିବା ସହ କଂପାନୀମାନଙ୍କୁ ମଧ୍ୟ ଉତ୍ତମ କର୍ମଚାରୀ ମିଳିବ ।  

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
There is a growing interest among students for the Prime Minister's Internship Scheme | Argus News