Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗୋମାତାଙ୍କୁ ଅପମାନ ନେଇ ଏବେ ସାରା ଦେଶରେ ଅସନ୍ତୋଷ

National

ଗୋମାତାଙ୍କୁ ଅପମାନ ନେଇ ଏବେ ସାରା ଦେଶରେ ଅସନ୍ତୋଷ

Jitendra Dash
Browse all articles by Jitendra Dash
·2 years ago·2 min read
ଗୋମାତାଙ୍କୁ ଅପମାନ ନେଇ ଏବେ ସାରା ଦେଶରେ ଅସନ୍ତୋଷ

ଅର୍ଗସ ବ୍ୟୁରୋ : ସନାତନକୁ ଅପମାନ, ଗୋମାତାକୁ ଅପମାନ, ହିନ୍ଦୀକୁ ଅପମାନ, ଉତ୍ତର ଭାରତକୁ ଅପମାନ । କୋଟି କୋଟି ଭାରତୀୟ ସନାତନୀଙ୍କ ଧାର୍ମିକ ଭାବନାକୁ ବାରମ୍ବାର ଚୋଟ । ଆଉ ବିବାଦ ହେବା ପରେ ଶବ୍ଦ ପ୍ରତ୍ୟାହାରର ନାଟକ । ଡିଏମକେ ସାଂସଦ ସିନ୍ଥେଲ କୁମାର ପ୍ରଥମେ ହିନ୍ଦୀ ଭାଷୀ ରାଜ୍ୟହଗୁଡ଼ିକୁ ଗୋମୁତ୍ର ରାଜ୍ୟ କହି ଅପମାନ କଲେ । ଯେତେବେଳେ ବିରୋଧ ହେଲା କହିଲେ ମୁଁ କାହାକୁ ଆଘାତ ଦେଇନି କି କିଛି ଭୁଲ କଥା କହିନି । ଆଉ ଯେତେବେଳେ ବିରୋଧ ଜୋର ଧରିଲା କହିଲେ ଶବ୍ବ ପ୍ରତ୍ୟାହାର କରିନେଉଛି । 

ଯେତେବଳେ ଚାହିଁବେ ଅପମାନ କରିବେ ଆଉ ଅଡୁଆରେ ପଡିଲେ ଶବ୍ଦ ପ୍ରତ୍ୟାହାର କଲି କହି ଖସିଯିବେ । ବିଜେପି କହିଛି ଉଦ୍ଦେଶ୍ୟମୂଳକ ଭାବେ ବ୍ୟବହାର କରାଯାଇଥିବା ଶବ୍ଦ ପାଇଁ କ୍ଷମା ଗ୍ରହଣୀୟ ନୁହେଁ । ଆଉ ଡିଏମକେ ନେତା ହେଉଛନ୍ତି ଅଭ୍ୟାସଗତ ସନାତନ ଅପମାନକାରୀ ।

ତାମିଲନାଡୁରେ ଡିଏମକେର ସହଯୋଗୀ କଂଗ୍ରେସ । ଇଣ୍ଡି ଆଲାଏନ୍ସରେ ବି ସାମିଲ ଡିଏମକେ । ହେଲେ ଗୋମାତା ଓ ସନାତନ ପ୍ରତି ଏପରି ଅପଶବ୍ଦକୁ ନେଇ କଂଗ୍ରେସ ନେତାଙ୍କ ମୁହଁରେ ତାଲା । ନା ରାହୁଲ ଗାନ୍ଧି ନା ସୋନିଆ କେହିଁ ଏ ପ୍ରସଙ୍ଗ ଏଯାଏ ପଦଟିଏ ବି ପ୍ରତିକ୍ରିୟା ଦେଲେ ନାହିଁ । ପୂର୍ବୁର ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ବି ସନାତନ ଧର୍ମକୁ କରିଥିଲେ ଅପମାନ । ସେତେବେଳ ମଧ୍ୟ କଂଗ୍ରେସ ନେତାଙ୍କ ମୁହଁରେ ପଡ଼ିଯାଇଥିଲା ତାଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଭାରତ ଖବର

ବିଜେପି କହିଛି ଉଦୟନିଧିଙ୍କ କ୍ଷେତ୍ରରେ ଚୁପ ରହିବା ଯୋଗୁଁ ୩ ରାଜ୍ୟରେ କଂଗ୍ରେସକୁ ଆଉଟ କରିଦେଲେ ଜନାତା ।  ଏବେ ସେନ୍ଥିଲ କୁମାରଙ୍କ ସନାତନ ବିରୋଧୀ ବୟନକୁ ନେଇ ନୀରବତା ୨୪ ନିର୍ବାଚନରେ କଂଗ୍ରେସକୁ ପଡ଼ିବ ମହଙ୍ଗା । କେବଳ କଂଗ୍ରେସ ନୁହଁ ଇଣ୍ଡି ଆଲାଏନ୍ସର ସବୁ ଦଳ ସେନ୍ଥିଲ କୁମାରଙ୍କ ବୟାନ ନେଇ ଚୁପ୍ । ଯାହାକି ଧରାପକାଇଦେଇଛି ଏହି ମେଣ୍ଟର ସନାତନ ବିରୋଧୀ ଓ ବିଭାଜନକାରୀ ଆଭିମୁଖ୍ୟ । ଗୋମା ଓ ସନାତନକୁ ବାରମ୍ବାର ଅପମାନକୁ ବରଦାସ୍ତ କରିବେତ ଦେଶର କୋଟି କୋଟି ସନାତନୀ । 

Painting
Sponsored