Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

 ଅକ୍ଟୋବରରେ ୧୫ ଦିନ ଛୁଟି ରହିବ ବ୍ୟାଙ୍କ

Swayangprajna Mishra
Browse all articles by Swayangprajna Mishra
·1 year ago·2 min read
 ଅକ୍ଟୋବରରେ ୧୫ ଦିନ ଛୁଟି ରହିବ ବ୍ୟାଙ୍କ

Key Points

  • ବ୍ୟାଙ୍କରେ କାମ ଥିଲେ ଆଗୁଆ କାମ ସାରନ୍ତୁ
  •  ଅକ୍ଟୋବରରେ ୧୫ ଦିନ ଛୁଟି ରହିବ ବ୍ୟାଙ୍କ

ଅର୍ଗସ ବ୍ୟୁରୋ :  ବ୍ୟାଙ୍କରେ ଜଦି କିଛି ଗୁରୁତ୍ବପୂର୍ଣ୍ଣ କାମ ରହିଛି, ତେବେ ଜଲଦି ଶେଷ କରିବାକୁ ଚେଷ୍ଟା କରନ୍ତୁ । କାରଣ ବ୍ୟାଙ୍କ ଛୁଟି ୧୫ ଦିନ ରହିବ। ଆରବିଆଇର ସୂଚନା ମୁତାବକ,  ଅକ୍ଟୋବର ମାସରେ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଅଧିକ ଦିନ ଛୁଟି ରହିବ ବ୍ୟାଙ୍କ । ତେବେ ସବୁ ରାଜ୍ୟ ପାଇଁ ଅଲଗା ଅଲଗା ଛୁଟିଦିନ ରହିଛି । ଆସନ୍ତୁ ଜାଣିବା କେଉଁକେଉଁ ଦିନ ଛୁଟି ରହିବ ବ୍ୟାଙ୍କ । ଆଜି ଅକ୍ଟୋବର ୧ ରେ ଜାମ୍ମୁ କାଶ୍ମୀରର ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ଶେଷ ହୋଇଛି । ଯେଉଁଥିପାଇଁ ବ୍ୟାଙ୍କ ବ୍ୟବସ୍ଥା ବନ୍ଦ ରହିଛି । ସେହପରି ଆସନ୍ତା କାଲି ଗାନ୍ଧିଜୟନ୍ତୀ ପାଇଁ ମଧ୍ୟ ବନ୍ଦ ରହିବ ବ୍ୟାଙ୍କ ।୩ ଅକ୍ଟୋବରରେ ନବରାତ୍ରୀ ଉତ୍ସବ  ଆରମ୍ଭ ହେଉଥିବାରୁ ଜୟପୁରରେ ବ୍ୟାଙ୍କ ହଲିଡେ ରହିଛି । 

ଅଧିକ ପଢନ୍ତୁ : ଓ୍ବାର୍କ ପ୍ରେସର ନେଉଛି ଜୀବନ

ଅକ୍ଟୋବର ୧୦ରେ ମହାସପ୍ତମୀ ଉପଲକ୍ଷେ ଅଗରତାଲା , ଗୌହାଟୀ, କୋହିମା ଏବଂ କୋଲକାତାରେ ବ୍ୟାଙ୍କ ଛୁଟି ରହିବ । ୧୧ ସେପ୍ଟେମ୍ବରରେ ଦଶହରା ପାଇଁ ବ୍ୟାଙ୍ଗଲୁର, ଭୁବନେଶ୍ବର, ଚେନ୍ନାଇ, ଗ୍ୟାଙ୍ଗଟକ, ରାଞ୍ଚି ଆଦି ସହରରେ ବ୍ୟଙ୍କ ବ୍ୟବସ୍ଥା ବନ୍ଦ ରହିବ । ପୁଣି ୧୨ ଅକ୍ଟୋବରରେ ସେକେଣ୍ଡ ସଟର୍ଡେ ପାଇଁ ଛୁଟି ରହିବ ବ୍ୟାଙ୍କ । ସେହିପରି ୧୩ ରେ ରବିବାର ଥିବାବେଳେ ୧୪ ରେ ଦଶମୀ ପାଇଁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୬ରେ ଲକ୍ଷ୍ମୀପୂଜା ପାଇଁ ଅଗରତାଲା, କୋଲକାତାରେ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହିବ । ଏଥିସହ ୧୭ ଅକ୍ଟୋବରରେ ମହର୍ଷି ବାଲ୍ମିକୀ ଜୟନ୍ତୀକୁ ନେଇ ବ୍ୟାଙ୍ଗଲୋର , ଗୌହାଟୀ ଏବଂ ସିମଲାରେ ବନ୍ଦ ରହିବ ବ୍ୟାଙ୍କ । ୨୦,୨୬,୨୭ ରେ ଶନିବାର , ରବିବାର ଯୋଗୁଁ ବ୍ୟାଙ୍କ ସେବା ବନ୍ଦ ରହିବ । ସେହିପରି ଶେଷରେ ୩୧ ଅକ୍ଟୋବରକୁ ଦିପାବଳୀ ପାଇଁ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ ।
  
 

Sponsored
There will be a 15-day bank holiday in October | Argus News