Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସାରା ଦେଶରେ ଉତ୍ସାହର ମାହୋଲ, ଓଡିଶାରେ ବି ଢୋଲ- ନଗଡା ବଜାଇ ସ୍ଵାଗତ

National

ସାରା ଦେଶରେ ଉତ୍ସାହର ମାହୋଲ, ଓଡିଶାରେ ବି ଢୋଲ- ନଗଡା ବଜାଇ ସ୍ଵାଗତ

Manini Pattanayak
Browse all articles by Manini Pattanayak
·2 years ago·2 min read
ସାରା ଦେଶରେ ଉତ୍ସାହର ମାହୋଲ, ଓଡିଶାରେ ବି ଢୋଲ- ନଗଡା ବଜାଇ ସ୍ଵାଗତ

ନୂଆଦିଲ୍ଲୀ/ଭୁବନେଶ୍ୱର:  ସାରା ଦେଶରେ CAA ଲାଗୁ ଉତ୍ସାହ । ୩ ମୁସଲିମ ଦେଶରେ ଧାର୍ମିକ ବିଦ୍ଵେଶ କାରଣରୁ ଉତ୍ପୀଡ଼ନର ଶିକାର ହୋଇ ଭାରତର ଶରଣାର୍ଥୀ ସାଜିଛନ୍ତି ଅନେକ ହିନ୍ଦୁ, ଇସାଇ, ଶିଖ୍, ବୌଦ୍ଧ, ଜୈନ ଓ ପାର୍ସୀ ବିଦେଶୀ ନାଗରିକ । ମୋଦି ସରକାରଙ୍କ ବଡ଼ ପଦକ୍ଷେପ  । ସାରା ଦେଶରେ CAA ଲାଗୁ ପାଇଁ ଜାରି ହେଲା ବିଜ୍ଞପ୍ତି । ବହୁ ବିତର୍କ ଓ ବିରୋଧ ଭିତରେ ୨୦୧୯ରେ ସଂସଦରୁ ପାସ୍ ହୋଇଥିଲା ଅଧିନିୟମ । ୨୦୨୦ ଜାନୁଆରୀରେ ମିଳିଥିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । 

ଏପଟେ ଓଡିଶାରେ ବିଭିନ୍ନ ସ୍ଥାନରେ ଏହାକୁ ସ୍ଵାଗତ କରିଛନ୍ତି ଶରଣାର୍ଥୀ । ପାକିସ୍ତାନରୁ ବାଂଲାଦେଶ ବିଭାଜନ ହେବା ପରେ ୧୯୭୧ ମସହିରେ ପୂର୍ବ ବଙ୍ଗରେ ହେଉଥିବା ହିଂସା ଫଳରେ ହିନ୍ଦୁ ସମ୍ପ୍ରଦାୟର କିଛି ଲୋକଙ୍କୁ ଭାରତ ସରକାର ଆଣି ବାଲଶ୍ଵେର ଜିଲ୍ଲା ରେମୁଣାରେ ଥଇଥାନ କରିଥିଲେ । ପ୍ରାୟ ୧ ହଜାର ପରିବାର ଏବେ ରେମୁଣାରେ ରହୁଛନ୍ତି । ଅଣମୁସଲମାନ ଶରଣାର୍ଥୀ ମାନଙ୍କୁ ନାଗରିକତ୍ଵ ପ୍ରଦାନ କରିବା ଦିଗରେ ମୋଦି ସରକାର ପଦକ୍ଷେପ ନେଇଛନ୍ତି । ତେଣୁ ଶରଣାର୍ଥୀ ମାନେ ଖୁସି ହେବା ସହିତ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।  
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଞ୍ଚଳବାସୀ ମଧ୍ୟ ନାଗରିକତ୍ଵ ଅଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବତୀଘର, ଖରିନାସି, ବଉଳକଣ। ରାମନଗର ଏବଂ ଜମ୍ବୁ ପଞ୍ଚାୟତରେ ବସବାସ କରୁଥିବା ମୋଟ ୧୫୫୧ ପରିବାରଙ୍କ ମନରେ ଖୁସିର ଲହର ଖେଳିଯାଇଛି । ଭାରତୀୟ ନାଗରିକତ୍ଵ ଆଇନ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବଉଳକଣି ପଞ୍ଚାୟତ ଲୁଣାଘେରି ଗ୍ରାମରେ ରହୁଥିବା ଶରଣାର୍ଥୀ । ଗାଁରେ  ରାମ ନାମ ହରି ନାମ କୀର୍ତ୍ତନ କରିବା ସହ ମିଠା ବାଣ୍ଟି ଖୁସି ମନାଇଛନ୍ତି । ସେହିପରି ନଗରଙ୍ଗପୁରର ଉମରକୋଟ ୟୁଭି 52 ରାଇଘରରେ ରହୁଥିବା ଅନେକ ଶରଣାର୍ଥୀ ପରିବାରରେ ଖୁସିର ଲହରୀ...

ଅନ୍ୟପଟେ ସିଏଏ ଲାଗୁ ହେବାକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛି ରାଜ୍ୟ ବିଜେପି । ସେହିପରି ବିଜେଡି ମଧ୍ୟ ସିଏଏକୁ ସ୍ଵାଗତ କରିଥିବା ବେଳେ କଂଗ୍ରେସ ଚିରାଚରିତ ଢଙ୍ଗରେ ବିରୋଧ କରିଛି ।  ତେବେ ମାର୍ଚ୍ଚ ୨୦୨୩ରେ ବିଧାନସଭାରୁ ମିଳିଥିବା ତଥ୍ୟ ଅନୁସାରେ ଓଡିଶାରେ ସମୁଦାୟ ୧ ଲକ୍ଷ ୫୭ ହଜାର ୪୩୨ ଜଣ ବଙ୍ଗଳାଦେଶୀ ଶରଣାର୍ଥୀ ବିଭିନ୍ନ ଜିଲ୍ଲାରେ ରହୁଛନ୍ତି । ଏହାସହ ୩ ହଜାର ୭୪୦ ଜଣ ବଙ୍ଗଳାଦେଶୀ ଅନୁପ୍ରବେଶକାରୀ ମଧ୍ୟ ବେଆଇନ ଭାବେ ବିଭିନ୍ନ ଜିଲ୍ଲାରେ ବସବାସ କରୁଛନ୍ତି । ପାକିସ୍ତାନ ଓ ଆଫଗାନିସ୍ତାନରୁ କେତେ ଲୋକ 2014 ପୂର୍ବରୁ ଓଡିଶା ଆସି ରହୁଛନ୍ତି ତାର ହିସାବ ସରକାରୀ ଭାବେ ନାହିଁ।  
ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
They felt insulted in their own country when they were not granted citizenship," he said, adding that PM Modi honoured Hindu, Buddhist, Jain and Sikh refugees by granting them citizenship through the CAA. | Argus News