Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କଂଗ୍ରେସ ଧର୍ମ ଆଧାରରେ ଚାହୁଁଛି  ସଂରକ୍ଷଣ

National

କଂଗ୍ରେସ ଧର୍ମ ଆଧାରରେ ଚାହୁଁଛି  ସଂରକ୍ଷଣ

Manini Pattanayak
Browse all articles by Manini Pattanayak
·2 years ago·2 min read
କଂଗ୍ରେସ ଧର୍ମ ଆଧାରରେ ଚାହୁଁଛି  ସଂରକ୍ଷଣ

ନୂଆଦିଲ୍ଲୀ:  ବେଙ୍ଗଲରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଧର୍ମ ଆଧାରରେ ସଂରକ୍ଷଣ ଚାହୁଁଛି କଂଗ୍ରେସ । ବିଜେପିକୁ ସମର୍ଥନ କରୁଥିବାରୁ SC, ST, OBCଙ୍କ କୋଟା ଛଡ଼ାଇ ମୁସଲମାନଙ୍କୁ ଦେବାକୁ ଷଡ଼ଯନ୍ତ୍ର ହୋଇଛି । ଆଉ ଏଥିରେ କଂଗ୍ରେସକୁ ସମର୍ଥନ କରୁଛନ୍ତି TMC ଓ INDI ମେଣ୍ଟ । ମୋଦି କହିଲେ, ମୁଁ ଥିବା ଯାଏଁ ସଫଳ ହେବନି ବିରୋଧୀଙ୍କ ଅପଚେଷ୍ଟା  ।

ବଙ୍ଗାଲରେ ଜନସାଧାରଣଙ୍କୁ ଉଦବୋଧନ ଦେଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି କଂଗ୍ରେସ ଧର୍ମ ଆଧାରରେ ସଂରକ୍ଷଣ ଲାଗୁ କରିବାକୁ ଚାହୁଁଛି କଂଗ୍ରେସ । ସେଥିପାଇଁ ଏସସି, ଏସଟି ଏବଂ ଓବିସିଙ୍କ କୋଟା ଛଢାଇ ନେଇ ଜେହାଦି ଭୋଟ ବ୍ୟାଙ୍କ ବା ମୁସଲମାନମାନଙ୍କୁ ଦେବାକୁ ଚାହୁଁଛି । ଦଳିତ ଓବିସି ଏବଂ ଆଦିବାସୀ ଯେଉଁମାନେ କଂଗ୍ରେସ ସହ 50 ବର୍ଷ ଧରି ରହିଲେ ସେମାନେ ଏବେ ମୋଦିଙ୍କୁ ସମର୍ଥନ ଦେଉଛନ୍ତି । ସେଥିପାଇଁ ସେମାନଙ୍କୁ ଦଣ୍ଡିତ କରିବାକୁ ଚାହୁଁଚି କଂଗ୍ରେସ । ତେଣୁ ସଂରକ୍ଷଣ ଛଡାଇ ନେଉଛି । କର୍ଣ୍ଣାଟକରେ ଏହି ପ୍ରକ୍ରିୟା ଆରମ୍ଭ କରିଦେଇଛି କଂଗ୍ରେସ । ଖାସ କରି ଏଥିପାଇଁ ବିରୋଧିଙ୍କୁ ସଂରକ୍ଷଣ ପ୍ରସଙ୍ଗରେ 3ଟି ଚ୍ୟାଲେଂଜ ଦେଇଛନ୍ତି ମୋଦି । ଯେ ପର୍ଯ୍ୟନ୍ତ ମୋଦି ଅଛନ୍ତି କଂଗ୍ରେସକୁ ଲୁଟିବାକୁ ଦେବ ନାହିଁ ବୋଲି ସେ କହିଛନ୍ତି । 

 ଆମେଥିରେ ହାତ ଟେକିଦେଲେ ଗାନ୍ଧି ପରିବାର । ଏବେ ରାଏବରେଲୀ ଭରସା । ଆଜି ଏଆଇସିସି ପକ୍ଷରୁ ଶେଷ ମୁହୂର୍ତ୍ତରେ ରାଏବରେଲି ଓ ଆମେଥି ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ଉତ୍ତରପ୍ରଦେଶର ରାଏବରେଲୀରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ନାମାଙ୍କନ ଭରିଛନ୍ତି । ପିଏମ ମୋଦିଙ୍ କଟାକ୍ଷ, ଓ୍ବାଇନାଡାରୁ ରାହୁଲ ହାରିବେ। ତେଣୁ ଓ୍ବାଇନାଡାରେ ଭୋଟିଂ ଶେଷ ହେବା ପରେ ଆଉ ଗୋଟିଏ ସିଟ ଉପରେ ରାହୁଲଙ୍କ ନଜର ଥିଲା ।  ପିଏମ କହିଛନ୍ତି, ଆମେଥି କୁ ନେଇ ଏତେ ଭୟଭୀତ ଯେ ରାହୁଲ ଏବେ ରାୟବରେଲି ମୁହାଁ`   2024 ମହାଲଢେଇରେ କିଶୋରୀ ଲାଲ ଶର୍ମା ଲଢିବେ ଆମେଥିରୁ । ଗତ ନିର୍ବାଚନରେ ରାହୁଲ ଆମେଥିରୁ ଲଢିଥିଲେ । ରାହୁଲଙ୍କୁ ହରାଇଥିଲେ ବିଜେପି ନେତା ସ୍ମୃତି ଇରାନୀ ।  
  ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
They want to cut the quota of SC, ST, OBC and give it to Muslims : modi | Argus News