Videos
|
National

ବର୍ଷାଦିନେ କାରରେ ଏସି ଲଗାଇଲେ...

Arpita Mohanty
Browse all articles by Arpita Mohanty
·2 years ago·2 min read
ବର୍ଷାଦିନେ କାରରେ ଏସି ଲଗାଇଲେ...

Key Points

  • ବର୍ଷା ଦିନରେ କାହିଁକି ଗାଡ଼ି କାଚରେ ଧୂଆଁ ଜମେ ?
  • କାରରେ ଏସି ଲଗାଇବେ ନା ହିଟର?
  • ବଡ଼ କନଫ୍ୟୁଜନରେ ଗାଡ଼ି ମାଲିକ

ଅର୍ଗସ ବ୍ୟୁରୋ: ବର୍ଷା ଦିନ ଭାରି ଟେନସନ୍‌ । ଖାସ୍‌ କରି ଗାଡ଼ି ଚାଳକମାନେ । କାରଣ କାରରେ ଯଦି ଏସି ଲଗାଇବେ ତେବେ ପୁରା କାର କାଚ ଧୂଆଁ ଧୂଆଁ ଦେଖାଯିବ । ଅନେକ ସମୟରେ ଗାଡ଼ି ଡ୍ରାଇଭର ବି କନଫ୍ୟୁଜ ହୁଅନ୍ତି କି ଏସି ଲଗାଇବେ ନା ହିଟର ? ହେଲେ ଆଜି ଆମେ ଆପଣଙ୍କୁ କିଛି ଏମିତି ଟିପ୍ସ କହିବୁ ଯାହାଦ୍ଵାରା ଆପଣଙ୍କ ଦ୍ଵନ୍ଦ୍ଵ ଦୂର ହେବ।

 

ବର୍ଷାଦିନେ ବାୟୁରେ ଅଧିକ ଆର୍ଦ୍ରତା ଥାଏ  ଯେତେବେଳେ କାର ଭିତରେ ଥିବା ଆର୍ଦ୍ର ବାୟୁ ଥଣ୍ଡା ହୁଏ, ଏହା ଗ୍ଲାସ ଉପରେ ଏକ ପରସ୍ତ ହୋଇ ଜମା ହୋଇଯାଏ । ହାର ସମାଧାନ ଗାଡ଼ି ଭିତରେ ହିଁ ଉପଲବ୍ଧ ଥାଏ କିନ୍ତୁ ବହୁତ କମ ଲୋକ ଏହା ବିଷୟରେ ଅବଗତ ଥାଆନ୍ତି।

ବର୍ଷା ର୍ରତୁରେ ବାୟୁମଣ୍ଡଳରେ ଅଧିକ ଆର୍ଦ୍ରତା ଥାଏ । ଲଗାତାର ବର୍ଷା ହେଲେ ବାହାର ତାପମାତ୍ରା ହ୍ରାସ ହୋଇଥାଏ କିନ୍ତୁ କାର ଭିତରେ ଥିବା ତାପମାତ୍ରା ଗରମ ରହିଥାଏ । ଯେତେବେଳେ କାର ଭିତରେ ଥିବା ପବନ ଝରକାର କାଚକୁ ଧକ୍କା ଦିଏ, ଏହା ଥଣ୍ଡା ହୋଇ ପାଣିବୁନ୍ଦାରେ ପରିଣତ ହୁଏ। ପରେ କୁହୁଡି ପରି କାଚରେ ଜମା ହୋଇଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେଣୁ ଯେତେବେଳେ ଗାଡ଼ିର ୱିଣ୍ଡୋ ଗ୍ଲାସରେ କୁହୁଡି ହୋଇଯାଉଛି ସେତେବେଳେ ଏସି ଲଗାନ୍ତୁ ଏବଂ ଏହାକୁ ଫ୍ରେସ ଏୟାର ମୋଡରେ ରଖନ୍ତୁ। ଯାହାଫଳରେ କାର ଭିତରକୁ ଥଣ୍ଡା ପବନ ଆସିବ ଏବଂ କାର ଭିତରେ ଥିବା ତାପମାତ୍ରା ବାହ୍ୟ ତାପମାତ୍ରା ସହିତ ସମାନ ହେବ ଯାହାଦ୍ବାରା କୁହୁଡ଼ି ହେବନାହିଁ। କିନ୍ତୁ କେବେ ବି ବର୍ଷା ର୍ରତୁରେ କାର ଭିତରେ ହିଟର ଚଲାଇବେ ନାହିଁ କାରଣ ଏହାଦ୍ୱାରା ଉତ୍ତାପ ବୃଦ୍ଧି ପାଇବ ଏବଂ ଏହା ଆର୍ଦ୍ରତା ମଧ୍ୟ ବଢାଇବ।  ଗାଡ଼ି ଭିତର ଧୂଆଁ ଛାଡିବା ପରିବର୍ତ୍ତେ ଆହୁରି ବଢିବ। ତେଣୁ ବର୍ଷାଦିନେ କାରରେ ହିଟର ନୁହେଁ ବରଂ ଏସି ଲଗାନ୍ତୁ।

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର