Videos
|
National

ଜୁସ୍ ଦେଖିଲେ ଡ଼ରିବ ଡ଼େଙ୍ଗୁ

Arpita Mohanty
Browse all articles by Arpita Mohanty
·2 years ago·1 min read
ଜୁସ୍ ଦେଖିଲେ ଡ଼ରିବ ଡ଼େଙ୍ଗୁ

ଅର୍ଗସ ବ୍ୟୁରୋ: ବର୍ଷାଦିନ ଆସିବା ମାତ୍ରେ ଘରେ ଘରେ ରୋଗବ୍ୟାଧି ବ୍ୟାପେ । ଖାଲି ରୋଗବ୍ୟାଧି ବ୍ୟାପେ ତାହା ନୁହେଁ ବରଂ ଡାଇରିଆଠୁ ଆରମ୍ଭ କରି ମ୍ୟାଲେରିଆ ପରି ମାରାତ୍ମକ ରୋଗ ବି ବ୍ୟାପେ । ଏହାସହ ଡେଙ୍ଗୁ ବି କାୟା ମେଲାଏ । ଯାହାକୁ ନେଇ ପରିବାର ଚିନ୍ତାରେ ଥାଆନ୍ତି । ହେଲେ ଆମେ ଆପଣଙ୍କୁ ଏମିତି ଏକ ଜୁସ୍‌ କହିବୁ ଯାହା ଦେଖିବା ମାତ୍ରେ ଭଲ ହେବ ଡେଙ୍ଗୁ ।

ସାଧାରଣତଃ ଡେଙ୍ଗୁ ଭୀଷଣ ଜ୍ୱରରୁ ଆରମ୍ଭ ହୋଇଥାଏ। ଏହି ସମୟରେ ବ୍ୟକ୍ତି ବହୁତ ଦୁର୍ବଳ ହୋଇଯାଏ। ଖାଇବା ପିଇବା ମଧ୍ୟ ଠିକରେ କରିପାରେନାହିଁ। ଆଉ ସବୁଠାରୁ ବଡ ଚିନ୍ତାର ବିଷୟ ହୋଇଯାଏ ପ୍ଲେଟଲେଟ କମିବା। କାରଣ ପ୍ଲେଟଲେଟ କମିଲେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାର ସମ୍ଭାବନା ବହୁତ ଅଧିକ ଥାଏ। 

ଡାକ୍ତରଙ୍କ କହିବା ଅନୁଯାୟୀ ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ଅମୃତଭଣ୍ଡା ଏବଂ ଲିମ୍ବ ପତ୍ର ଖାଇବା ନିତ୍ୟାନ୍ତ ଆବଶ୍ୟକ। ଅମୃତଭଣ୍ଡା ରସ ଏବଂ ଲିମ୍ବ ପତ୍ର ରସ ଏହି ସମୟରେ ସଂଜୀବନୀ ଭଳି କାମ କରିଥାଏ। ଏହା ପିଇବା ଦ୍ୱାରା ଶରୀରରେ ପ୍ଲେଟଲେଟ ଲଗାତାର ଭାବେ ବୃଦ୍ଧି ପାଇଥାଏ। ଏହି ରସ ଇମ୍ୟୁନିଟିକୁ ଶକ୍ତିଶାଳୀ କରାଇଥାଏ। ସେଥିପାଇଁ ଏହାକୁ ଇମ୍ୟୁନିଟି ବୁଷ୍ଟର ବୋଲି ମଧ୍ୟ କୁହାଯାଏ। ବର୍ଷାଦିନେ ନିଜ ଡାଏଟରେ ଏହି ଦୁଇଟି ଖାଦ୍ୟ ସାମିଲ କରନ୍ତୁ ଏବଂ ଡେଙ୍ଗୁ ଭଳି ସଂକ୍ରମଣରୁ ରକ୍ଷା ପାଆନ୍ତୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ସ୍ବାସ୍ଥ୍ୟ ଖବର

This juice can save you from dengue | Argus News