|
logo
Live
Argus News App
GET APP

Argus News - ବିଶ୍ବର ସବୁଠାରୁ ବ୍ୟୟବହୁଳ ବାହାଘର,  ଯେଉଁଥିରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା

National

ବିଶ୍ବର ସବୁଠାରୁ ବ୍ୟୟବହୁଳ ବାହାଘର,  ଯେଉଁଥିରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା

Priyadarshini Dixit
Browse all articles by Priyadarshini Dixit
·2 years ago·2 min read
ବିଶ୍ବର ସବୁଠାରୁ ବ୍ୟୟବହୁଳ ବାହାଘର,  ଯେଉଁଥିରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା

Key Points

ବିଶ୍ବର ସବୁଠାରୁ ବ୍ୟୟବହୁଳ ବାହାଘର 
ଯେଉଁଥିରେ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା
ବିବାହଟି ହୋଇଛି ଯୁକ୍ତରାଷ୍ଟ୍ର ଆମେରିକାରେ 

 

ଅର୍ଗସ ବ୍ୟୁରୋ : ବିବାହକୁ ନେଇ ସମସ୍ତେ ଏକ୍ସାଇଟେଡ ହୋଇଥାନ୍ତି। କି ଆମେ ଆମ ମ୍ୟାରେଜରେ ନିହାତି କିଛି ସ୍ପେଶାଲ କରିବୁ। ଆଜି ସେମିତି ଏକ ବିବାହ ବିଷୟରେ କହୁଛୁ ଯାହା ସମ୍ପୂର୍ଣ୍ଣ ଭିନ୍ନ। ଯାହା ଦେଖିବାକୁ ମିଳିଛି ଯୁକ୍ତରାଷ୍ଟ୍ର ଆମେରିକାରେ। ବିବାହ କରିଥିବା ଯୋଡିଙ୍କ ନାମ ହେଉଛି ମ୍ୟାଡେଲିନ୍ ବ୍ରକ୍ୱେ ଏବଂ ଯାଦବ ଲାଗ୍ରୋନ୍ । ଏମାନେ ଏତେ ଫେମସ ନୁହନ୍ତି କିନ୍ତୁ ଏହି ବିବାହ ପରେ ସେମାନେ ଏବେ ଚର୍ଚ୍ଚାରେ। ସେମାନେ ତାଙ୍କ ବିବାହକୁ ସ୍ବତନ୍ତ୍ର କରିବା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଥିଲେ ଯେ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ। କିନ୍ତୁ ଏହା ସତ।
ଏବେ ଉଭୟଙ୍କ ବିବାହ ବିଶ୍ୱର ବ୍ୟୟବହୁଳ ବିବାହ ଭାବେ ଜଣାଯାଇଛି । ସେମାନଙ୍କ ବିବାହରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା। ମ୍ୟାଡେଲିନ୍ ଏବଂ ଯାଦବଙ୍କୁ କିଛି ଦିନ ପୂର୍ବେ କେହି ଚିହ୍ନି ନ ଥିଲେ । କିନ୍ତୁ ସପ୍ତାହେ ତଳେ ସେମାନଙ୍କ ବିବାହ ସରିବା ପରେ ଦୁହେଁ ଇଣ୍ଟରନେଟ୍‌ରେ ବହୁଚର୍ଚ୍ଚିତ ଦମ୍ପତି ପାଲଟିଛନ୍ତି ।

୨୬ ବର୍ଷୀୟା କନ୍ୟା ମ୍ୟାଡେଲିନଙ୍କ ପରିବାର କାର୍ ବ୍ୟବସାୟ ସହ ସଂପୃକ୍ତ । ଏକମାତ୍ର ଉତ୍ତରାଧିକାରୀ ହୋଇଥିବାରୁ ସେ ପ୍ରଚୁର ସମ୍ପତ୍ତିର ମାଲିକାଣୀ ଅଟନ୍ତି। ପ୍ୟାରିସ୍‌ରେ ତାଙ୍କର ପାଞ୍ଚ ଦିନ ଧରି ଧୁମଧାମରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୧୮ ତାରିଖରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ସେଥିପାଇଁ ସେ ୫୯ ମିଲିୟନ୍ ଡଲାର ବା ପ୍ରାୟ ୪୯୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ବିବାହର ଅତିଥିମାନଙ୍କ ପାଇଁ ପ୍ୟାରିସ୍‌ରେ ପ୍ରାଇଭେଟ୍ ଜେଟ୍‌, ପ୍ୟାରିସ୍ ଅପେରା ହାଉସ୍‌ରେ ରିହର୍ସାଲ୍ ଡିନର, ଭର୍ସାଇ ରାଜପ୍ରାସାଦରେ ବିଭିନ୍ନ ଉତ୍ସବ, ଲୋକପ୍ରିୟ ବ୍ୟାଣ୍ଡ୍ ‘ମରୁନ୍ ୫’ର ସଂଗୀତ ପରିବେଷଣ ଏହି ଖର୍ଚ୍ଚରେ ଅନ୍ତର୍ଭୁକ୍ତ । ଫୁଲରେ ସାଜସଜ୍ଜା ପାଇଁ ମଧ୍ୟ ପ୍ରଚୁର ଟଙ୍କା ଖର୍ଚ୍ଚ କରାଯାଇଥିଲା ଏହି ବିବାହରେ । ତେବେ ଏହି ବିବାହରେ ଏତେ ଟଙ୍କା ଖର୍ଚ୍ଚ କରିଥିବାରୁ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିଶ୍ବର ସବୁଠାରୁ ବ୍ୟୟବହୁଳ ବାହାଘର,  ଯେଉଁଥିରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା | Argus News