Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯୁବପିଢୀଙ୍କୁ ଚାକିରି ଦେବ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା

Swayangprajna Mishra
Browse all articles by Swayangprajna Mishra
·2 years ago·2 min read
ଯୁବପିଢୀଙ୍କୁ ଚାକିରି ଦେବ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା

Key Points

  • ଦୂନିଆର ଆବଶ୍ୟକତା ପୂରଣ କରିବେ ଭାରତର ଯୁବପିଢୀ
  • ଆଗାମୀ ୨୫ ଦିନରେ ଭାରତର ଅର୍ଥନୀତି ହେବ ୩୦ ଟ୍ରିଲିୟନ ଡଲାର
  • ଯୁବପିଢିଙ୍କୁ ସଶକ୍ତ କରିବାକୁ ପ୍ରଧାନମନ୍ତ୍ରୀ ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ପ୍ରୋଗ୍ରାମ

ଅର୍ଗସ ବ୍ୟୁରୋ : ଗତ ୧୦ ବର୍ଷ ଭିତରେ ଆମ ଅର୍ଥନୈତିକ କ୍ଷେତ୍ରରେ ୧୧ସ୍ଥାନରୁ ଚତୁର୍ଥ ସ୍ଥାନକୁ ଆସି ସାରିଛନ୍ତି ।  ଏବଂ ଆଗାମୀ ୨୫ ବର୍ଷ ଭିତରେ ଆମର ଅର୍ଥନିତୀ ୩୦ ଟ୍ରିଲିୟନ ଡଲାରରେ ପହଞ୍ଚିବ । ଅର୍ଥନୈତିକ ସ୍ତରରେ କେବଳ ଭାରତ ନୁହେଁ ପୁରା ଦୂନିଆର ଆବଶ୍ୟକତା ପୂରଣ କରିବ ଭାରତର ଯୁବପିଢୀ । ଆଗାମୀ ଦିନରେ ଦୂନିଆର ଯେକୌଣସି ଆବଶ୍ୟକତାକୁ ସୁଲଭ ମୂଲ୍ୟରେ ଲୋକଙ୍କ ପାଖରେ ପହଞ୍ଚାଇବା ଦାୟିତ୍ବ ଭାରତୀୟ ଯୁବପିଢୀଙ୍କ ହାତରେ। କାରଣ ୧୦୦ ଦେଶ ତୁଳନାରେ ଆମ ଦେଶର ଜନସଂଖ୍ୟା ଅଧିକ । ଏହାର ଫାଇଦା ଉଠାଇ ଭାରତକୁ ଏକ ଉନ୍ନତ ଏବଂ ଅର୍ଥନୈତିକ କ୍ଷେତ୍ରରେ ମଜବୁତ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 
ସ୍କିଲ ଇଣ୍ଡିଆ ଡେଭଲପମେଣ୍ଟ ହବ୍ ରେ ଯୋଗଦେଇ ଏପରି କହିଛନ୍ତି ଧର୍ମେନ୍ଦ୍ର। ଏଥିସହ ଭାରତର ଯୁବ ଶକ୍ତିକୁ ଦକ୍ଷତା ଏବଂ ସଶକ୍ତିକରଣ ପାଇଁ ନୂଆ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଗୁଗଲ, ମାଇକ୍ରୋସଫ୍ଟ , ଫ୍ଲିପକାର୍ଟ, ଇମ୍ଫୋସିସ , ଟାଇମ୍ସ ପ୍ରୋ, ବିସିଜି , ରଲାଏନ୍ସ ଫାଉଣ୍ଡେସନ ଆଆଦି କମ୍ପାନୀ ଯୋଗ ଦେଇଥିଲେ । ଏହି ସ୍କିଲ ଇଣ୍ଡିଆ ଦ୍ବାରା ଅନେକ କିଛି ୱେବସାଇଟ ୱାକିପିଡିଆ ତିଆରି କରାଯାଇଛି । ସେଥିରୁ ଏକ ଷ୍ଟୁଡେଣ୍ଟ ରେଜିଷ୍ଟ୍ରେସନ ଆଇଡି ତିଆରି କରାଯାଇଛି । ଯାହାର ନାଁ ରହିଛି ଅପାର । ବର୍ତ୍ତମାନ ସୁଦ୍ଧା ଏଥିରେ ୨୫ କୋଟି ରେଜିଷ୍ଟ୍ରେସନ ହୋଇସାରିଛି, ଯାହା ଆଗାମୀ ଦିନରେ ୩୫ କୋଟିରେ ପହଞ୍ଚିବ । ଏହି ଆଇଡି ଦ୍ବାରା ଛାତ୍ରଛାତ୍ରୀ ତିଆରି କରିଥିବା ନୂଆ ପ୍ରଡକ୍ଟକୁ ଦୂନିଆର ସମସ୍ତେ ଦେଖିପାରିବେ ।  

 ବର୍ତ୍ତମାନ ସେଲ୍ଫ ଲର୍ଣ୍ଣିଂର ପ୍ରୋସେସ ଆରମ୍ଭ ହୋଇଛି । ଯାହାଦ୍ବାରା ପିଲା ନିଜେ ପଢି ନିଜ ପସନ୍ଦର ଚାକିରୀ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ । କାରଣ ଭାରତରେ ଅଧିକାଂଶ ଲୋକଙ୍କ ପାଖରେ ସ୍ମାର୍ଟଫୋନ ରହିଛି । ସମସ୍ତେ ସ୍ମାର୍ଟଫୋନରୁ କିଛି ନା କିଛି ଶିଖୁଛନ୍ତି । ସ୍ମାର୍ଟଫୋନର ଦିଆଯାଇଥିବା କୋର୍ସ ଦ୍ବାରା ସେମାନେ ନିଜ ପସନ୍ଦର କୋର୍ସ କରି ପସନ୍ଦର ଚାକିରୀ ପାଇପାରିବେ । ଅଧିକରୁ ଅଧିକ କୋର୍ସ ବଢିବ ତ ଅଧିକରୁ ଅଧିକ ଚାକିରିଆ ବଢିବେ , ଯାହାଦ୍ବାରା ଆଗକୁ ଅର୍ଥନୀତି ବି ସୁଦୃଢ ହେବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This scheme of the Prime Minister will give jobs to the youth | Argus News