Videos
|
National

Ugandan Women Detained / ଭାରତରେ ରହୁଥିଲେ ଏହି ୩ ଉଗାଣ୍ଡା ମହିଳା, ଅଟକ ରଖିଲା ପୋଲିସ୍

Bikash Mohanty
Browse all articles by Bikash Mohanty
·40 mins ago·2 min read
ଭାରତରେ ରହୁଥିଲେ ଏହି ୩ ଉଗାଣ୍ଡା ମହିଳା, ଅଟକ ରଖିଲା ପୋଲିସ୍
Uganda Women

Key Points

ଉଗାଣ୍ଡାର ତିନିଜଣ  ମହିଲା ଅଟକ
ଅଟକ ରଖିଛି ପୁଣେ ପୋଲିସ୍
ଭିସାର ଅବଧି ଶେଷ ହେବା ପରେ ମଧ୍ୟ ରହୁଥିବା ଅଭିଯୋଗ
ଫେରାଇବା ପାଇଁ ଦେଶାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି
ପୁଣେ,୧୫/୧୦: ଉଗାଣ୍ଡାର ତିନି ମହିଲା ଅଟକ। ଅଟକ ରଖିଛି ପୁଣେ ପୋଲିସ୍। ଭିସାର ଅବଧି ଶେଷ ହେବା ପରେ ମଧ୍ୟ ଭାରତରେ ରହୁଥିବା ଅଭିଯୋଗରେ ତିନି ଜଣ ଉଗାଣ୍ଡା ମହିଳାଙ୍କୁ ପୁଣେରେ ଅଟକ ରଖାଯାଇଛି। ମହିଳାମାନଙ୍କୁ ସେମାନଙ୍କ ଦେଶକୁ ଫେରାଇବା ପାଇଁ ଦେଶାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି।

ପୋଲିସ ସୂଚନା ଅନୁଯାୟୀ, ଭିସା ଅବଧି ଶେଷ ହେବା ପରେ ମଧ୍ୟ କିଛି ବିଦେଶୀ ନାଗରିକ ଭାରତରେ ରହୁଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଏହାକୁ ଆଧାର କରି ହିଞ୍ଜେୱାଡି ପୋଲିସ ଷ୍ଟେସନ ଅଧୀନରେ ଥିବା ମାରୁଞ୍ଜିର ଏକ ଆବାସିକ କମ୍ପ୍ଲେକ୍ସରେ ଯାଞ୍ଚ କରାଯାଇଥିଲା। ଏହି ସମୟରେ ତିନି ମହିଳାଙ୍କ ଭିସା ଓ ପାସପୋର୍ଟ ସମ୍ପର୍କିତ କାଗଜପତ୍ର ଯାଞ୍ଚ କରାଯାଇଥିଲା।

କେବେ ସରିଥିଲା ଭିସା ଅବଧି?

ପୋଲିସ ଅନୁଯାୟୀ, ୩ ଉଗାଣ୍ଡାର ତିନି ମହିଳାମହିଳା ହେଉଛନ୍ତି ଡୋରେକ ଅହାଇସବିୱେ, ପ୍ରୋସି ଅଙ୍କୁଣ୍ଡା ଏବଂ ଅମିନା କାଟୁସିମେ। ଯାଞ୍ଚ ସମୟରେ ସେମାନେ ମୂଳ କାଗଜପତ୍ର ବଦଳରେ ପାସପୋର୍ଟ ଓ ଭିସାର ଫଟୋକପି ଦେଇଥିବା ଜଣାପଡ଼ିଛି।  ପୋଲିସ ଇମିଗ୍ରେସନ୍‌, ଭିସା, ବିଦେଶୀ ପଞ୍ଜିକରଣ ଓ ଟ୍ରାକିଂ ବ୍ୟବସ୍ଥା (IVFRT) ମାଧ୍ୟମରେ ସେମାନଙ୍କ ତଥ୍ୟ ଯାଞ୍ଚ କରିଥିଲା। ଏହାପରେ ସେମାନେ ଉଗାଣ୍ଡାର ନାଗରିକ ବୋଲି ନିଶ୍ଚିତ ହୋଇଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଶିବା ଶର୍ମା ମାମଲାରେ ନୂଆ ମୋଡ଼, ନେପାଳରେ ଦେଖାଗଲେ ଅଭିଯୁକ୍ତ ଶ୍ରଦ୍ଧା !

ପୋଲିସ ଦେଇଥିବା ସୂଚନା ଅନୁସାରେ  ଡୋରେକ ଅହାଇସବିୱେ: ତାଙ୍କ ଛାତ୍ର ଭିସା ୭ ଅକ୍ଟୋବର ୨୦୨୬ରେ ଶେଷ ହୋଇଥିଲା।  ପ୍ରୋସି ଅଙ୍କୁଣ୍ଡା: ତାଙ୍କ ମେଡିକାଲ ଭିସା ୨୯ ଡିସେମ୍ବର ୨୦୨୫ରେ ଶେଷ ହୋଇଥିଲା ଏବଂ  ଅମିନା କାଟୁସିମେ: ତାଙ୍କ ମେଡିକାଲ ଭିସା ୧୧ ନଭେମ୍ବର ୨୦୨୫ରେ ଶେଷ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ତିନି ଜଣଙ୍କ ମଧ୍ୟରୁ କେହି ମଧ୍ୟ ଭିସାର ଅବଧି ବୃଦ୍ଧି ପାଇଁ ଅନୁମତି ନେଇନଥିଲେ।

ଦେଶାନ୍ତର ପ୍ରକ୍ରିୟା ଆରମ୍ଭ

ଏହି ଘଟଣା ପରେ ତିନି ମହିଳାଙ୍କୁ ଅଟକ ରଖାଯାଇଛି। ପିମ୍ପରି-ଚିଞ୍ଚୱାଡର ବିଦେଶୀ ପଞ୍ଜିକରଣ କାର୍ଯ୍ୟାଳୟ (FRO) ମାଧ୍ୟମରେ ସେମାନଙ୍କୁ ଉଗାଣ୍ଡା ଫେରାଇବା ପାଇଁ ଆବଶ୍ୟକ ପ୍ରକ୍ରିୟା ଚାଲିଥିବା ଅଧିକାରୀମାନେ କହିଛନ୍ତି। ଭାରତରେ ଭିସା ଅବଧି ଶେଷ ହୋଇଯାଇଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ନିମନ୍ତେ ଦିଆଯାଇଥିବା ନିର୍ଦ୍ଦେଶ ଆଧାରରେ ପିମ୍ପରି-ଚିଞ୍ଚୱାଡ ପୋଲିସର ସ୍ୱତନ୍ତ୍ର ଶାଖା ଏହି କାର୍ଯ୍ୟାନୁଷ୍ଠାନ କରିଛି।