Tiger Viral Video / ଘଞ୍ଚ ଜଙ୍ଗଲରେ ବି ପ୍ଲାଷ୍ଟିକ୍ ପ୍ରଦୂଷଣ; କେମିତି ବଞ୍ଚିବେ ବାଘ ଓ ଅନ୍ୟ ବନ୍ୟଜନ୍ତୁ ?
·1 hour ago·2 min read

Key Points
ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଏକ ବାଘ ଜଙ୍ଗଲ ଭିତରେ ବସି ପ୍ଲାଷ୍ଟିକ ବୋତଲକୁ ଚୋବାଉଛି । ଆଉ ଏହି ଦୃଶ୍ୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ଭୋପାଳ: ୨୦୭୪.୩୨ ସ୍କୋୟାର୍ କିଲୋମିଟରର ଘଞ୍ଚ ଜଙ୍ଗଲ । ଆଉ ଜଙ୍ଗଲ ଭିତରେ ଖାଲି ବାଘଙ୍କ ରାଜ୍ । ଏଠି ବାଘଙ୍କୁ ଦେଖିବାକୁ ଧାଇଁ ଆସନ୍ତ ପ୍ରକୃତି ପ୍ରେମୀ, ପରିବେଶବିତ୍, ପଶୁ ପ୍ରେମୀ ଏବଂ ପର୍ଯ୍ୟଟକ । ବ୍ୟାଘ୍ରଙ୍କ ଲାଗି ଏଭଳି ଏକ ସୁରକ୍ଷିତ ସ୍ଥାନ ହେଉଛି ମଧ୍ୟପ୍ରଦେଶର କାହ୍ନା ଟାଇଗର୍ ରିଜର୍ଭ ।
ମଧ୍ୟପ୍ରଦେଶର ବାଲଘାଟ ଜିଲ୍ଲାରେ ରହିଛି କାହ୍ନା ଟାଇଗର୍ ରିଜର୍ଭ । ମୂଖ୍ୟତଃ ଶାଳ ଗଛରେ ଭର୍ତ୍ତି କାହ୍ନା ଟାଇଗର୍ ରିଜର୍ଭ ଏବେ ବାଘଙ୍କ ପାଇଁ ଅସୁରକ୍ଷିତ ହୋଇ ପଡ଼ିଛି । ଆଉ ଏହାର କାରଣ ହେଉଛି ପ୍ଲାଷ୍ଟିକ୍ ପ୍ରଦୂଷଣ ।
ଏଥିସହ ପଢ଼ନ୍ତୁ: ଉଦନ୍ତୀ-ସୀତାନଦି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ନଜର ଆସିଲେ 'ବଳିଆ କୁକୁର'
ସୋସିଆଲ୍ ମିଡିଆରେ କାହ୍ନା ଟାଇଗର୍ ରିଜର୍ଭର ଏକ ଭିଡିଓ ମଣିଷର ପ୍ଲାଷ୍ଟିକ୍ ପ୍ରଦୂଷଣ ଯାଇ କେଉଁଠି ପହଞ୍ଚିଲାଣି ବୟାନ କରୁଛି । ଭାଇରାଲ୍ ଭିଡିଓରେ ଦେଖା ଯାଉଛି, ଏକ ବାଘ ଜଙ୍ଗଲ ଭିତରେ ବସି ପ୍ଲାଷ୍ଟିକ ବୋତଲକୁ ଚୋବାଉଛି । ଆଉ ଏହି ଦୃଶ୍ୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।
ଏହି ଭିଡିଓ ଉତ୍ତୋଳନ କରିଛନ୍ତି ବନ୍ୟଜୀବ ଫଟୋଗ୍ରାଫର ଅନୀଲ ବୋହରା । ଉକ୍ତ ଭିଡିଓକୁ ଡ. ପି.ଏମ୍ ଧାକୋଟ ସୋସିଆଲ୍ ମିଡିଆ ଏକ୍ସରେ ସେୟାର୍ କରିଛନ୍ତି । ଭିଡିଓ ସାମ୍ନାକୁ ଆସିବା ପରେ ଜଙ୍ଗଲରେ ମଣିଷ ଫିଙ୍ଗୁଥିବା ପ୍ଲାଷ୍ଟିକ ବର୍ଜ୍ୟ ଓ ବନ୍ୟଜନ୍ତୁଙ୍କ ଉପରେ ତାର ପ୍ରଭାବକୁ ନେଇ ଆରମ୍ଭ ହୋଇଛି ବିତର୍କ ।
ଜଙ୍ଗଲ ପାଇଁ ସତର୍କ ଘଣ୍ଟି
ଭିଡିଓ ସେୟାର୍ କରି ଡ. ଧାକୋଟ ଲେଖିଛନ୍ତି, "ଜଙ୍ଗଲ ଭିତରେ ଏକ ବାଘ ପ୍ଲାଷ୍ଟିକ ବୋତଲ ଚୋବାଇବାର ସଂକେତ ହେଉଛି ଏବେ ପ୍ଲାଷ୍ଟିକ୍ ପ୍ରଦୂଷଣରୁ ବନ୍ୟଜନ୍ତୁଙ୍କ ପ୍ରାକୃତିକ ବାସସ୍ଥାନ ସୁରକ୍ଷିତ ନୁହେଁ । ଏହା ଜୈବ ବିବିଧତା ପାଇଁ ଏକ ଗମ୍ଭୀର ଚେତାବନୀ ଅଟେ ।"
ପ୍ଲାଷ୍ଟିକ ନେଇଯିବ କି ଜନ୍ତୁଙ୍କ ଜୀବନ ?
ବିଶେଷଜ୍ଞଙ୍କ ଅନୁସାରେ, ପ୍ଲାଷ୍ଟିକ କେବଳ ପରିବେଶ ପ୍ରଦୂଷିତ କରେ ନାହିଁ । ବରଂ ବନ୍ୟଜୀବଙ୍କ ଜୀବନ ନେଇପାରେ । ବଡ଼ ବଡ଼ ପ୍ଲାଷ୍ଟିକ୍ ଖଣ୍ଡ ଜନ୍ତୁଙ୍କ ପେଟ ଓ ଅନ୍ତଃନଳୀରେ ଫସିପାରେ । ଫଳରେ ସେମାନେ ଖାଦ୍ୟ ହଜମ କରିବାରେ ଅସୁବିଧା କେତେକ କ୍ଷେତ୍ରରେ ମୃତ୍ୟୁ ବି ହୋଇପାରେ ।
ଏଥିସହ ପଢ଼ନ୍ତୁ: ମଣିଷର ନିଶ୍ଵାସରୁ କୁକୁର ଜାଣି ପାରୁଛି ହୋଇଛି କି କ୍ୟାନସର୍
ବାଘ ସୁରକ୍ଷିତ ନ ରହିଲେ ଜଙ୍ଗଲ ଅସୁରକ୍ଷିତ
ଜଙ୍ଗଲରେ ଖାଦ୍ୟ ଶୃଙ୍ଖଳାର ଗୁରୁତ୍ଵପୂର୍ଣ୍ଣ ଶିକାରୀ ହେଉଛି ବାଘ । ବାଘର ଉପସ୍ଥିତି ଜଙ୍ଗଲ ଇକୋସିଷ୍ଟମ ସନ୍ତୁଳନର ସଂକେତ ହୋଇଥାଏ । ଯଦି ବାଘର ବାସସ୍ଥାନରେ ପ୍ଲାଷ୍ଟିକ ପହଞ୍ଚୁଛି, ତାର ଅର୍ଥ ସମସ୍ୟା କେବଳ ଏକ ବୋତଲ୍କୁ ନେଇ ନୁହେଁ । ବରଂ ଏହା ସମଗ୍ର ଜଙ୍ଗଲ ପାଇଁ ସତର୍କ ଘଣ୍ଟି ବୋଲି କହିଛନ୍ତି ବିଶେଷଜ୍ଞ ।

In this video, a tiger chewing a plastic bottle shows how plastic pollution has breached core wildlife habitats. This is not simple litter; it is a threat to biodiversity. Data shows macro-plastics cause internal blockages, while microplastics contaminate the food chain from the… pic.twitter.com/kkCXIoWoC4
— Dr. PM Dhakate (@paragenetics) June 29, 2026
ଜଙ୍ଗଲ ପାଇଁ ସତର୍କ ଘଣ୍ଟି
ଭିଡିଓ ସେୟାର୍ କରି ଡ. ଧାକୋଟ ଲେଖିଛନ୍ତି, "ଜଙ୍ଗଲ ଭିତରେ ଏକ ବାଘ ପ୍ଲାଷ୍ଟିକ ବୋତଲ ଚୋବାଇବାର ସଂକେତ ହେଉଛି ଏବେ ପ୍ଲାଷ୍ଟିକ୍ ପ୍ରଦୂଷଣରୁ ବନ୍ୟଜନ୍ତୁଙ୍କ ପ୍ରାକୃତିକ ବାସସ୍ଥାନ ସୁରକ୍ଷିତ ନୁହେଁ । ଏହା ଜୈବ ବିବିଧତା ପାଇଁ ଏକ ଗମ୍ଭୀର ଚେତାବନୀ ଅଟେ ।"
ପ୍ଲାଷ୍ଟିକ ନେଇଯିବ କି ଜନ୍ତୁଙ୍କ ଜୀବନ ?
ବିଶେଷଜ୍ଞଙ୍କ ଅନୁସାରେ, ପ୍ଲାଷ୍ଟିକ କେବଳ ପରିବେଶ ପ୍ରଦୂଷିତ କରେ ନାହିଁ । ବରଂ ବନ୍ୟଜୀବଙ୍କ ଜୀବନ ନେଇପାରେ । ବଡ଼ ବଡ଼ ପ୍ଲାଷ୍ଟିକ୍ ଖଣ୍ଡ ଜନ୍ତୁଙ୍କ ପେଟ ଓ ଅନ୍ତଃନଳୀରେ ଫସିପାରେ । ଫଳରେ ସେମାନେ ଖାଦ୍ୟ ହଜମ କରିବାରେ ଅସୁବିଧା କେତେକ କ୍ଷେତ୍ରରେ ମୃତ୍ୟୁ ବି ହୋଇପାରେ ।
ଏଥିସହ ପଢ଼ନ୍ତୁ: ମଣିଷର ନିଶ୍ଵାସରୁ କୁକୁର ଜାଣି ପାରୁଛି ହୋଇଛି କି କ୍ୟାନସର୍
ବାଘ ସୁରକ୍ଷିତ ନ ରହିଲେ ଜଙ୍ଗଲ ଅସୁରକ୍ଷିତ
ଜଙ୍ଗଲରେ ଖାଦ୍ୟ ଶୃଙ୍ଖଳାର ଗୁରୁତ୍ଵପୂର୍ଣ୍ଣ ଶିକାରୀ ହେଉଛି ବାଘ । ବାଘର ଉପସ୍ଥିତି ଜଙ୍ଗଲ ଇକୋସିଷ୍ଟମ ସନ୍ତୁଳନର ସଂକେତ ହୋଇଥାଏ । ଯଦି ବାଘର ବାସସ୍ଥାନରେ ପ୍ଲାଷ୍ଟିକ ପହଞ୍ଚୁଛି, ତାର ଅର୍ଥ ସମସ୍ୟା କେବଳ ଏକ ବୋତଲ୍କୁ ନେଇ ନୁହେଁ । ବରଂ ଏହା ସମଗ୍ର ଜଙ୍ଗଲ ପାଇଁ ସତର୍କ ଘଣ୍ଟି ବୋଲି କହିଛନ୍ତି ବିଶେଷଜ୍ଞ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories