Bihar Election 2025: ଟାଇମସ ନାଓ -ଜେଭିସି ଓପିନିୟନ ପୋଲ, ବିହାରରେ ବାଜି ମାରିପାରେ NDA !

Key Points
ବିହାର ନିର୍ବାଚନକୁ ନେଇ ଟାଇମସ ନାଓ -ଜେଭିସି ଓପିନିୟନ ପୋଲ। ବିପୁଳ ସଫଳତା ହାସଲ କରି ୧୩୬ଟି ସିଟ୍ ପାଇପାରେ ଏନଡିଏ । ବିଜେପିର ସିଟ୍ ସଂଖ୍ୟା ୭୪ରୁ ବୃଦ୍ଧି ପାଇ ୮୧ରେ ପହଞ୍ଚିପାରେ ।
ବିହାର ବିଧାନସଭା ନିର୍ବାଚନକୁ ନେଇ ସରଗରମ ରାଜନୀତି । ଖୁବଶୀଘ୍ର ବିହାର ନିର୍ବାଚନର ତାରିଖ ଘୋଷଣା କରିପାରନ୍ତି ECI । ନଭେମ୍ବର ପ୍ରଥମ ସପ୍ତାହରେ ବିହାରରେ ବିଧାନସଭା ନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି। ତେବେ ଏହାରି ମଧ୍ୟରେ ବିହାର ନିର୍ବାଚନ ଫଳାଫଳ ସମ୍ପର୍କରେ ବିଭିନ୍ନ ଏଜେନ୍ସିର ଓପିନିୟନ୍ ପୋଲ ସାମ୍ନାକୁ ଆସିବାରେ ଲାଗିଛି ।
ଟାଇମ୍ସ ନାଓ-ଜେଭିସି ମତାମତ ସର୍ଭେ ଅନୁଯାୟୀ, ବିହାରରେ ପୁଣି ଥରେ ଏନଡିଏ ମେଣ୍ଟ ସରକାର ଗଠନ କରିବ । ସର୍ଭେ ଅନୁଯାୟୀ, ପୂର୍ବ ନିର୍ବାଚନ ଅପେକ୍ଷା ଏନଡିଏକୁ ବଡ଼ ବିଜୟ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି । ଆଗାମୀ ବିହାର ବିଧାନସଭା ନିର୍ବାଚନ ପାଇଁ ଟାଇମ୍ସ ନାଓ-ଜେଭିସି ଜନମତ ସର୍ଭେ ଅନୁଯାୟୀ, ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏ ୧୩୬ ଆସନ ଜିତିପାରେ ।
📱 Get Argus News App
✨ବିଜେପି ଗତ ନିର୍ବାଚନରେ ୭୪ଟି ସିଟ୍ ପାଇଥିଲା ବେଳେ ଏଥର ତାହା ବୃଦ୍ଧି ପାଇ ୮୧ରେ ପହଞ୍ଚିପାରେ । ୬୪ଟି ଆସନରେ ବିଜେପି ବଡ଼ ବ୍ୟବଧାନରେ ଜିତିପାରେ । କିନ୍ତୁ ୧୭ଟି ସିଟରେ କଡ଼ା ଟକ୍କର ହେବାକୁ ଥିଲେ ମଧ୍ୟ ସେଠାରେ ବାଜି ମାରିବ ବିଜେପି । ନୀତିଶ କୁମାରଙ୍କ ଜେଡିୟୁକୁ ୩୧ଟି ସିଟ୍ ମିଳିପାରେ । ତେବେ ୨୦୨୦ ନିର୍ବାଚନରେ ୪୩ଟି ଆସନରେ ଜିତିଥିଲା ।
ଅନ୍ୟପକ୍ଷରେର କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ ମହାଗଠବନ୍ଧନ ମେଣ୍ଟକୁ ୫୨ଟି ଆସନ ମିଳିପାରେ । ତେଜସ୍ବୀ ଯାଦବଙ୍କ ଆରଜେଡି ୫୨ଟି ସିଟ୍ ଓ କଂଗ୍ରେସକୁ ମାତ୍ର ୧୦ଟି ସିଟ୍ ମିଳିପାରେ । ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ବହୁମତ ପାଇଁ ୧୨୨ଟି ଆସନ ଦରକାର ।