Tirupati Laddu Prasadam / କେତେ ଶୁଦ୍ଧ ତିରୁପତି ଲଡୁ ପ୍ରସାଦ? ଯାଞ୍ଚ ପାଇଁ ଗଠିତ ହେଲା ପ୍ରୟୋଗଶାଳା
·5 months ago·2 min read

Key Points
ଏଣିକି ଭକ୍ତଙ୍କୁ ମିଳିବ ନାହିଁ ତିରୁପତି ବାଲାଜୀ ମନ୍ଦିରର ଲଡୁ ପ୍ରସାଦରେ ଅପମିଶ୍ରଣ। ଏନେଇ ତିରୁପତି ତିରୁମାଲ ଦେବସ୍ଥାନମ୍ ପକ୍ଷରୁ ନିଆଯାଇଛି ସ୍ୱତନ୍ତ୍ର ନିଷ୍ପତ୍ତି।
Tirupati Laddu Prasadam Testing Laboratory: ଦେଶର ପ୍ରସିଦ୍ଧ ଦେବସ୍ଥାନ ତିରୁପତି ବାଲାଜୀ ମନ୍ଦିରର ଲଡୁ ପ୍ରସାଦର ଅପମିଶ୍ରଣ ହୋଇଥିବାର ମାମଲା ସାମ୍ନାକୁ ଆସିବା ପରେ ସତର୍କ ହୋଇ ଉଠିଥିଲେ ଆନ୍ଧ୍ର ପ୍ରଦେଶ ସରକାର। ତିରୁପତି ଲଡୁ ପ୍ରସାଦରେ ହେଉଥିବା ଭେଜାଲକୁ ରୋକିବା ପାଇଁ ସଦ୍ୟ ଏକ ଅତ୍ୟାଧୁନିକ ପ୍ରୟୋଗଶାଳା ନିର୍ମାଣ କରାଯାଇଛି। ଯାହାକୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଶନିବାର (ମାର୍ଚ୍ଚ ୨୧) ଉଦଘାଟନ କରିଛନ୍ତି। ଏନେଇ କୁହାଯାଇଛି ଯେ ଲଡୁ ପ୍ରସାଦର ଗୁଣବତ୍ତା ଯାଞ୍ଚ କରିବା ପାଇଁ ଏହାକୁ ପ୍ରତିଷ୍ଠା କରାଯାଇଛି। ପ୍ରସାଦର ପବିତ୍ରତା ବଜାୟ ରଖିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଉଦଘାଟନ କରିବା ଅବସରରେ କହିଛନ୍ତି।
ଲଡୁ ପ୍ରସାଦ ଯାଞ୍ଚ ପାଇଁ ଗଠିତ ହେଲା ଅତ୍ୟାଧୁନିକ ପ୍ରୟୋଗଶାଳା
ତିରୁପତି ବାଲାଜୀ ମନ୍ଦିରର ଲଡୁ ପ୍ରସାଦର ଗୁଣବତ୍ତା ଯାଞ୍ଚ କରିବା ପାଇଁ ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ପ୍ରୟୋଗଶାଳା ସ୍ଥାପନ କରାଯାଇଛି। ଦେଶର କୌଣସି ମନ୍ଦିରର ପ୍ରସାଦର ଶୁଦ୍ଧତା ଯାଞ୍ଚ କରିବା ପାଇଁ ପ୍ରଥମ ଥର ପାଇଁ ଏପରି ପ୍ରୟୋଗଶାଳା ଗଠିତ ହୋଇଛି। ଏହାର ଉଦଘାଟନ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପ୍ରାୟ ୧୨୦୦୦ ବର୍ଗ ଫୁଟ୍ ଜମିରେ ପରିବ୍ୟାପ୍ତ ବିଶାଳ ପ୍ରୟୋଗଶାଳା ପରିଦର୍ଶନ କରିଥିଲେ। ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷ (ଏଫଏସଏସଆଇ) ଏବଂ କେନ୍ଦ୍ରୀୟ ଖାଦ୍ୟ ପ୍ରଯୁକ୍ତି ଗବେଷଣା ପ୍ରତିଷ୍ଠାନ (CFTRI) ବିଶେଷଜ୍ଞଙ୍କ ସହିତ ପଚାଶରୁ ଅଧିକ ମେସିନ୍ ଯାଞ୍ଚ କରିଥିଲେ।
ନୂତନ ଖାଦ୍ୟ ପରୀକ୍ଷାଗାର ୧୨ ହଜାର ବର୍ଗଫୁଟରେ ପରିବ୍ୟାପ୍ତ। ଯେଉଁଠି ରାସାୟନିକ ଏବଂ ସୂକ୍ଷ୍ମ ଜୈବିକ ପରୀକ୍ଷା କରାଯାଇ ପାରିବ। ଏହି ପରୀକ୍ଷାଗାର ନିର୍ମାଣ ପାଇଁ ଏଫଏସଏସଆଇ (FSSI) ୨୩ କୋଟିର ସହାୟତା ପ୍ରଦାନ କରିଥିଲା। ବାକି ପାଣ୍ଠି ଆନ୍ଧ୍ର ପ୍ରଦେଶ ସରକାର ଏବଂ ତିରୁପତି ତିରୁମାଲା ଦେବସ୍ଥାନମ୍ ଯୋଗାଇ ଦେଇଥିଲେ।
ତୁରନ୍ତ ଭେଜାଲ ଚିହ୍ନଟ କରିବ ଜିଭ-ନାକ
ତିରୁପତି ତିରୁମାଲା ମନ୍ଦିରରେ ନିର୍ମିତ ପରୀକ୍ଷାଗାରରେ ଲଡୁ ପ୍ରସାଦର ଶୁଦ୍ଧତା ଯାଞ୍ଚ କରିବା ପାଇଁ ବିଭିନ୍ନ ପ୍ରକାରର ମେସିନ୍ ସ୍ଥାପନ କରାଯାଇଛି। ତଥାପି ଏହାର ମୁଖ୍ୟ ଉପକରଣ ହେଉଛି "ଇଲେକ୍ଟ୍ରୋନିକ୍ ଜିଭ ଏବଂ ନାକ।" ଯାହାର ମୂଲ୍ୟ ହେଉଛି ୩୫ ଲକ୍ଷ ଟଙ୍କା। ଏହାକୁ ଫ୍ରାନ୍ସରୁ ଆମଦାନି କରାଯାଇଛି। ଏହି ମେସିନ୍ ଘିଅରେ ଶୁଦ୍ଧତା, ସ୍ୱାଦ, ଗନ୍ଧ ଏବଂ ପରିବର୍ତ୍ତନକୁ ସହଜରେ ଚିହ୍ନଟ କରିପାରିବେ। ଲଡୁ ପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ ଘିଅର ଗୁଣବତ୍ତା ବଜାୟ ରଖିବା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହି ମେସିନ୍ ମୁହୂର୍ତ୍ତକ ମଧ୍ୟରେ ଘିଅର ଗୁଣବତ୍ତାରେ ସାମାନ୍ୟ ତ୍ରୁଟି ବିଚ୍ୟୁତି ଚିହ୍ନଟ କରିବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମେସିନ୍ ସମସ୍ତ ପ୍ରକାରର ଅପମିଶ୍ରଣ ଚିହ୍ନଟ କରିବାକୁ ସକ୍ଷମ
ଏହି ପରୀକ୍ଷାଗାରର ପ୍ରାୟ ୫୦ ଉପକରଣ ଖାଦ୍ୟ ଏବଂ ପାଣିରେ ୨୦୦ ପ୍ରକାରର ଜୀବାଣୁ କୀଟନାଶକ, ଭାରୀ ଧାତୁ, ପଶୁ ଚର୍ବି, ମାଇକୋଟକ୍ସିନ୍, ଆଣ୍ଟିବାୟୋଟିକ୍ ଏବଂ ମାଇକ୍ରୋବାୟଲ୍ ପ୍ରଦୂଷଣ ପରୀକ୍ଷା କରିପାରିବ। ଏହି ମେସିନ ସହୟତାରେ ଲଡୁ ପ୍ରସାଦକୁ ପରୀକ୍ଷା କରାଯିବ। ଏଠାରେ ପ୍ରତି ମାସରେ ୧ ହଜାରରୁ ୧୫୦୦ ନମୁନା ପରୀକ୍ଷଣ କରାଯାଇ ପାରିବ। ସ୍ୱାସ୍ଥ୍ୟ ବିଭାଗ ଏବଂ ତିରୁପତି ତିରୁମାଲା ଦେବସ୍ଥାନମ୍ ସହ ଜଡ଼ିତ ପ୍ରାୟ ୪୦ ଜଣ କର୍ମଚାରୀ ପରୀକ୍ଷାଗାରର କାର୍ଯ୍ୟ ତଦାରଖ କରିବେ।
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଯେ ପ୍ରସାଦ ପାଇଁ ବର୍ତ୍ତମାନ କେବଳ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରମାଣିତ ସାମଗ୍ରୀ ମଗାଯାଉଛି। ସେ ଦାବି କରିଛନ୍ତି ଯେ ମନ୍ଦିର ପରିସରରେ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତାକୁ ନେଇ ୯୮% ଶ୍ରଦ୍ଧାଳୁ ସନ୍ତୁଷ୍ଟ ଅଛନ୍ତି।

Related Topics
Explore more stories