TMC Account Freeze / ମମତା ବାନାର୍ଜୀଙ୍କୁ ବଡ଼ ଝଟ୍କା; TMC ଖାତାରେ ଥିବା ୧ ହଜାର କୋଟିରୁ ଅଧିକ ଟଙ୍କା ଅଚଳ
·5 hours ago·2 min read

Key Points
୨ ଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିଏମ୍ସି ଆକାଉଣ୍ଟରେ ଥିବ ୪୪୦ କୋଟି ଟଙ୍କାକୁ ଅଚଳ କରିଥିଲା । ଆଉ ଏବେ ଟିଏମ୍ସି ବ୍ୟାଙ୍କ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସାଇବର ପୋଲିସ ।
କୋଲକାତା: ତୃଣମୂଳ କଂଗ୍ରେସ (TMC) ପାଇଁ ସଂକଟ ଘନେଇବାରେ ଲାଗିଛି । ଯାହା ବଢ଼ାଇ ଦେଇଛି ମମତାଙ୍କ ମୁଣ୍ଡବ୍ୟଥା । ୨ ଦିନ ତଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିଏମ୍ସି ଆକାଉଣ୍ଟରେ ଥିବ ୪୪୦ କୋଟି ଟଙ୍କାକୁ ଅଚଳ କରିଥିଲା ।
ଆଉ ଏବେ ଟିଏମ୍ସି ବ୍ୟାଙ୍କ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସାଇବର ପୋଲିସ । ଦଳର ଦୈନିକ ଖର୍ଚ୍ଚ ନେଇ କୋଲକାତା ହାଇକୋର୍ଟର ଆଶ୍ଵସ୍ତି ମିଳିଥିବା ବେଳେ ବିଧାନନଗର ସାଇବର ଥାନା ପୋଲିସ ଟିଏମ୍ସିର ଚିନ୍ତା ବଢ଼ାଇ ଦେଇଛି । ବିଭିନ୍ନ ବ୍ୟାଙ୍କରେ ଥିବା ଟିଏମ୍ସିର ଆଉ ୧୨ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ।
ଏଥିସହ ପଢ଼ନ୍ତୁ: ମମତାଙ୍କୁ ED ଝଟ୍କା; ମନି ଲଣ୍ଡରିଂ ଅଭିଯୋଗରେ TMCର ୪୪୦ କୋଟି ଟଙ୍କା ଅଚଳ
ପୋଲିସ ସୂଚନା ଅନୁସାରେ, ୨ଟି ପର୍ଯ୍ୟାୟରେ ଟିଏମ୍ସିର ଫ୍ରିଜ୍ କରାଯାଇଥିବା ଆକାଉଣ୍ଟରେ ମୋଟ ୧ ହଜାର କୋଟିରୁ ଅଧିକ ଟଙ୍କା ଜମା ରହିଛି । ଏହି କାର୍ଯ୍ୟାନୁଷ୍ଠାନ ଟିଏମ୍ସିର ବିଦ୍ରୋହୀ ବିଧାୟକ ବିଶ୍ଵନାଥ ଦାସଙ୍କ ଦ୍ଵାରା ଦିଆଯାଇଥିବା ଏତଲାର ତଦନ୍ତ ଆଧାରରେ ହୋଇଛି । ଏହି ମାମଲାରେ ପୋଲିସ ପୂର୍ବରୁ ୩ଟି ଆକାଉଣ୍ଟ ଫ୍ରିଜ୍ କରିଥିଲା । ପରେ ଇଡି ମନି ଲଣ୍ଡରିଂ ଆକ୍ଟରେ ଖାତାର ଜମା ରାଶି ଅଚଳ କରି ଦେଇଥିଲା ।
ଯାହା ବିରୋଧରେ ତୃଣମୂଳ କଂଗ୍ରେସ କୋଲକାତା ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା । ହାଇକୋର୍ଟ ଗୁରୁବାର ଦଳର ଦୈନିକ ଖର୍ଚ୍ଚ ଲାଗି ଜଣେ ସ୍ଵତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ।
ସେପଟେ ବିଦ୍ରୋହୀ ବିଧାୟକ ବିଶ୍ଵନାଥ ଦାସଙ୍କ ଏତଲା ଆଧାରରେ ସାଇବର ଥାନା ପୋଲିସ ତଦନ୍ତ କରୁଛି । ବିଦ୍ରୋହୀ ବିଧାୟକ ବିଶ୍ଵନାଥ ଦାସଙ୍କ ସହ ଋତବ୍ରତ ବାନାର୍ଜୀଙ୍କ ଗୋଷ୍ଠୀର ୭ରୁ ଅଧିକ ବିଧାୟକଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ୩ଟି ଖାତାର ଦେଣନେଣ ଯାଞ୍ଚ କରିଥିଲା । ଯାହାପରେ ଏବେ ୧୨ଟି ଖାତାକୁ ଅଚଳ କରିଛି । ଅନ୍ୟପଟେ ଇଡି ଫ୍ରିଜ୍ କରିଥିବା ୩ ଖାତା ମଧ୍ୟରେ ଗୋଟିଏ ଖାତାରେ ଅଧିକୃତ ହସ୍ତାକ୍ଷରକର୍ତ୍ତା ହେଉଛନ୍ତି ୨ ଜଣ ସାଂସଦ ।
ଏଥିସହ ପଢ଼ନ୍ତୁ: କାହିଁକି ରାଗିଗଲେ ମମତା ? ଥିଲେଥଲେ ବୟସ୍କ ବ୍ୟକ୍ତିଙ୍କ ଗାଲକୁ ମାରିଲେ ଚାପୁଡ଼ା
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନୁସାରେ, ଅନ୍ୟ ୨ଟି ଆକାଉଣ୍ଟର ଅଧିକୃତ ହସ୍ତାକ୍ଷରକର୍ତ୍ତାଙ୍କ ମଧ୍ୟରେ ଜଣେ ପୂର୍ବତନ ସାଂସଦ ଓ ଅନ୍ୟ ଜଣେ ପୂର୍ବତନ ମନ୍ତ୍ରୀ ଅଛନ୍ତି । ତଦନ୍ତରେ ଅଗ୍ରଗତି ପାଇଁ ଇଡି ଆଗକୁ ଏମାନଙ୍କୁ ଜେରା ପାଇଁ ସମନ ଜାରି କରିପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories