ED Action Against TMC / ମମତାଙ୍କୁ ED ଝଟ୍କା; ମନି ଲଣ୍ଡରିଂ ଅଭିଯୋଗରେ TMCର ୪୪୦ କୋଟି ଟଙ୍କା ଅଚଳ
·1 hour ago·2 min read

Key Points
TMCର ୪୪୦ କୋଟି ବ୍ୟାଙ୍କ ଜମାକୁ ଫ୍ରିଜ୍ କରିଛି (ED) । କୋଲକାତା ଇଡି ବୁଧବାର ମନି ଲଣ୍ଡରିଂ ଆକ୍ଟରେ ଟିଏମ୍ସିର ବ୍ୟାଙ୍କ ଜମାକୁ ଅଚଳ କରି ଦେଇଛି ।
କୋଲକାତା: ଦଳ ପରେ ଭାଙ୍ଗୁଛି ମମତାଙ୍କ ବଳ । ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଟିଏମ୍ସି କ୍ଷମତାରୁ ଯିବା ପରେ ବିପଦ ମାଡ଼ି ଆସୁଛି । ଦଳରେ ବିଦ୍ରୋହ କରି ଘନିଷ୍ଠ ଦିଦିଙ୍କ ଠାରୁ ଦୂରେଇ ଯାଇଛନ୍ତି । TMCକୁ ବଞ୍ଚାଇବାକୁ ଦିଦି ଉଦ୍ୟମ କରୁଥିବା ବେଳେ ଲାଗିଛି ED ଝଟ୍କା ।
ଅଲ୍ ଇଣ୍ଡିଆ ତୃଣମୂଳ କଂଗ୍ରେସ (TMC)ର ୪୪୦ କୋଟି ବ୍ୟାଙ୍କ ଜମାକୁ ଫ୍ରିଜ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । କୋଲକାତା ଇଡି ବୁଧବାର ମନି ଲଣ୍ଡରିଂ ଆକ୍ଟରେ ଟିଏମ୍ସିର ବ୍ୟାଙ୍କ ଜମାକୁ ଅଚଳ କରି ଦେଇଛି । ଯାହା ଦିଦିଙ୍କୁ ବଡ଼ ଝଟ୍କା ଦେଇଛି ।
ଏଥିସହ ପଢ଼ନ୍ତୁ: ୩ରୁ ୩ ରାଜ୍ୟସଭା ଆସନ ହାତେଇବ BJP; ମଇଦାନରୁ ମମତା ଆଉଟ୍
TMCର ବ୍ୟାଙ୍କ ଆକାଉଣ୍ଟ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗ ଅନୁସାରେ, ପ୍ରାୟ ୧୫୦ କୋଟିରୁ ଅଧିକ ଟଙ୍କା ବିମାନ, ଭ୍ରମଣ ଓ ଅନ୍ୟ କମ୍ପାନୀ ଦ୍ଵାରା ଟିଏମ୍ସି ଆକାଉଣ୍ଟକୁ ଆସିଛି ।
ଏବେ ସେସବୁର ତର୍ଜମା କରୁଛି ତଦନ୍ତକାରୀ ସଂସ୍ଥା । ଏହି ଟଙ୍କାକୁ ଦଳ ୨୦୨୪ ଲୋକସଭା ନିର୍ବାଚନରେ ଚାର୍ଟର ବିମାନ ପାଇଁ ଉପଯୋଗ କରି ନିର୍ବାଚନ କ୍ୟାମ୍ପେନ୍ କରିଥିବା ଅଭିଯୋଗ ଆସିଛି । ଜୁନ୍ରେ ବଡ଼ ସାଇବର ଠକେଇ ଓ ନିର୍ଦ୍ଦିଷ୍ଟ ଟିଏମ୍ସି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠା ଯାଇଥିବା ଅଭିଯୋଗ ଆସିବା ପରେ ତଦନ୍ତ ଆରମ୍ଭ ହୋଇଥିଲା ।
ଅଭିଯୋଗ ଅନୁସାରେ, ପ୍ରଥମେ ପୋଲିସ ଏତଲା କରି ଦଳର ୩ଟି ଆକାଉଣ୍ଟକୁ ଫ୍ରିଜ୍ କରିଥିଲା । ତାପରେ ଇଡି ତଦନ୍ତ ବେଳେ ଦଳର ୧୮ଟି ବ୍ୟାଙ୍କ ଆକାଉଣ୍ଟର ତର୍ଜମା କରାଯାଇଥିଲା । ଯେଉଁଥିର ଦୁର୍ନୀତିର ଗନ୍ଧ ବାରିବା ପରେ ଇଡି ୪୪୦ କୋଟି ଟଙ୍କା ବ୍ୟାଙ୍କ ଜମା ଫ୍ରିଜ୍ କରି ଦେଇଛି ।
ଏଥିସହ ପଢ଼ନ୍ତୁ: ଭାରତୀୟ ନିବେଶକଙ୍କ ୯ ଲକ୍ଷ କୋଟି ବୁଡ଼ାଇଦେଲେ ଟ୍ରମ୍ପ; ୧୯୦୦ ପଏଣ୍ଟ ଖସିଲା Sensex
ଟିଏମ୍ସି ବ୍ୟାଙ୍କ ଆକାଉଣ୍ଟରେ ଏକାଧିକ ଫାର୍ମ ଦେଣନେଣ କରିଛନ୍ତି । ଯାହା ଭିତରେ କେୟାରୱେଲ୍ ଟ୍ରାଭେଲ୍ସ, ୱିଣ୍ଡବୋର୍ଣ୍ଣ ଆଭିଏସନ୍ ଏବଂ ଅନୀତା ଟୁର୍ସ ଆଦି ନାଁ ରହିଛି । ମଙ୍ଗଳବାର ଇଡି ଏହି ମାମଲାରେ କୋଲକାତାର ୫ଟି ସ୍ଥାନରେ ରେଡ୍ କରିଥିଲା ।
କେୟାରୱେଲ୍ ଟ୍ରାଭେଲ୍ସ ସଂସ୍ଥା ସହ ଗୋଟିଏ ଇଲେକ୍ଟୋରାଲ୍ ଟ୍ରଷ୍ଟ ଏବଂ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ନିକଟରୁ କାଗଜପତ୍ର ଓ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଜବତ କରିଛି ଇଡି । ଏଥିସହ ୨୦୨୩ରୁ ୨୦୨୬ ମଧ୍ୟରେ କେୟାରୱେଲ୍ ଟ୍ରାଭେଲ୍ସ କିଣିଥିବା ବିମାନର ଦେଣନେଣକୁ ସନ୍ଦିଗ୍ଧ ତାଲିକାରେ ଇଡି ଯାଞ୍ଚ ଚଳାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories