Ashish Banerjee Death / TMC କାର୍ଯ୍ୟାଳୟରୁ ପୂର୍ବତନ ବିଧାୟକଙ୍କ ମୃତଦେହ ଉଦ୍ଧାର, ମମତାଙ୍କ ଥିଲେ ଘନିଷ୍ଠ
·1 hour ago·2 min read

Key Points
ଟିଏମ୍ସି କାର୍ଯ୍ୟାଳୟ ଭିତରୁ ଆଶିଷଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
କୋଲକାତା: ପଶ୍ଚିମବଙ୍ଗ ରାମପୁରହାଟ ବିଧାନସଭା ଆସନରୁ ପାଞ୍ଚଥର ତୃଣମୂଳ କଂଗ୍ରେସରୁ ବିଧାୟକ ରହିଥିବା ଆଶିଷ ବାନାର୍ଜୀଙ୍କ ସନ୍ଦିଗ୍ଧ ମୃତ୍ୟୁ ହୋଇଛି । ରାମପୁରହାଟ ବାସଭବନ ନିକଟରେ ଥିବା ଟିଏମ୍ସି କାର୍ଯ୍ୟାଳୟରୁ ସନ୍ଦିଗ୍ଧ ଅବସ୍ଥାରେ ଆଶିଷଙ୍କ ମୃତଦେହ ମିଳିଛି ।
ରବିବାର ସକାଳୁ ଆଶିଷ ବାନାର୍ଜୀଙ୍କ ମୃତଦେହ ମିଳିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଟିଏମ୍ସି କାର୍ଯ୍ୟାଳୟ ଭିତରୁ ଆଶିଷଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଆଶିଷ ବାନାର୍ଜୀ ଗତ ମମତା ସରକାରରେ ବିଧାନସଭାର ଉପ ବାଚସ୍ପତି ଥିଲେ । ରାମପୁରହାଟର ୱାର୍ଡ ନମ୍ବର-୫ରେ ରହୁଥିଲେ ଆଶିଷ । ତାଙ୍କ ବାସଭବନର ଠିକ୍ ସମ୍ମୁଖରେ ଥିଲା ଟିଏମ୍ସି କାର୍ଯ୍ୟାଳୟ ।
ଯେଉଁଠି ରବିବାର ସକାଳୁ ଆଶିଷଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ କରାଯାଇଛି । ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି କହିଛି । ୨୦୨୬ ବିଧାନସଭା ନିର୍ବାଚନ ଆଶିଷ ଲଢ଼ିଥିବା ବେଳେ ବିଜେପିର ଧ୍ରୁବା ସାହାଙ୍କ ଠାରୁ ହାରି ଯାଇଥିଲେ ।
ଏଥିସହ ପଢ଼ନ୍ତୁ: ଭାଷଣ ଦେବା ବେଳେ ଅଚାନକ ଅସୁସ୍ଥ ହୋଇଗଲେ ମନ୍ତ୍ରୀ; ଭିଡ଼ିଓ ଭାଇରାଲ
ମମତା ସରକାରର ଟାଣୁଆ ନତା
ଆଶିଷ ବାନାର୍ଜୀ, ମମତା ବାନାର୍ଜୀଙ୍କ ଘନିଷ୍ଠ ନେତାଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ପଶ୍ଚିମବଙ୍ଗରେ ଟିଏମ୍ସି ସରକାର ଆସିବା ପରେ ମମତାଙ୍କ ସରକାରରେ ଅନେକ ବିଭାଗର ମନ୍ତ୍ରୀ ରହିଥିଲେ ଆଶିଷ ବାନାର୍ଜୀ ।
କୃଷି ସହ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ଵ ତୁଲାଇଥିଲେ । ୨୦୦୧. ୨୦୦୬, ୨୦୧୧, ୨୦୧୬ ଓ ୨୦୨୧ରେ ଲଗାତାର ରାମପୁରହାଟ ବିଧାନସଭା ଆସନରୁ ୫ଥର ଜିତି ବିଧାୟକ ହୋଇଥିଲେ ଆଶିଷ ବାନାର୍ଜୀ । ଗତ ମମତା ସରକାରରେ ବିଧାନସଭାର ଉପ ବାଚସ୍ପତି ଥିଲେ ।
ତେବେ ଆଶିଷ କାହିଁକି ଜୀବନ ହାରିଲେ ? ତାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ପୋଲିସ ବିଭିନ୍ନ ଦିଗରୁ ଯାଞ୍ଚ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ମୃତ୍ୟୁର କାରଣ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories