Anurag Thakur / ସଂସଦରେ ଇ-ସିଗାରେଟ୍ ଟାଣୁଛନ୍ତି TMC ସାଂସଦ ? ବିଜେପି ସାଂସଦଙ୍କ ଅଭିଯୋଗ ପରେ ହଟ୍ଟଗୋଳ
·3 months ago·2 min read

Key Points
ସଂସଦରେ ଇ-ସିଗାରେଟ୍ ?
TMC ସାଂସଦଙ୍କୁ ନେଇ ଅନୁରାଗ ଠାକୁରଙ୍କ ବଡ଼ ଅଭିଯୋଗ
ସଂସଦରେ ପ୍ରବଳ ହଟ୍ଟଗୋଳ

ଲୋକସଭାରେ ବିରୋଧି ସାଂସଦଙ୍କୁ ନେଇ ବଡ଼ ଅଭିଯୋଗ କଲେ ବିଜେପି ସାଂସଦ ଅନୁରାଗ ଠାକୁର । ଗୁରୁବାର ଅନୁରାଗ ଠାକୁର ଲୋକସଭାରେ ତୃଣମୂଳ କଂଗ୍ରେସର ସାଂସଦ ଇ-ସିଗାରେଟ୍ ଟାଣିବା ନେଇ ଅଭିଯୋଗ କରିଥିଲେ। ପ୍ରଶ୍ନକାଳ ସମୟରେ ଠାକୁର ଏହି ଅଭିଯୋଗ କରିଥିଲେ । ଆଉ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପଚାରିଥିଲେ ଯେ ଗୃହରେ ଇ-ସିଗାରେଟ୍ ଟାଣିବାର ଅନୁମତି ଅଛି କି ? ଏହା ପରେ ଓମ ବିର୍ଲା ମନା କରିବା ପରେ ଠାକୁର କହିଥିଲେ ଯେ ତୃଣମୂଳ କଂଗ୍ରେସ ସାଂସଦ ଅନେକ ଦିନ ଧରି ଗୃହରେ ଇ-ସିଗାରେଟ୍ ଟାଣୁଛନ୍ତି । ତେବେ ଅନୁରାଗ ଠାକୁର ତୃଣମୂଳ କଂଗ୍ରେସ ସାଂସଦଙ୍କ ନାଁ ନେଇନଥିଲେ ।
ଅନୁରାଗ ଠାକୁରଙ୍କ ଅଭିଯୋଗ ପରେ ବିଜେପି ସାଂସଦମାନେ ପ୍ରତିବାଦ କରି ନିଜ ଆସନରୁ ଠିଆ ହୋଇଥିଲେ । ଯାହା ଫଳରେ ଗୃହରେ ହଟ୍ଟଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମସ୍ତ ସାଂସଦଙ୍କୁ ଶାନ୍ତ ରହିବାକୁ ଅପିଲ୍ କରିଥିଲେ । ଏହା ସଂସଦର ମର୍ଯ୍ୟାଦାକୁ ସମ୍ମାନ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଯଦି ଏପରି ମାମଲା ତାଙ୍କ ଦୃଷ୍ଟିକୁ ଆସେ ତେବେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ଗିରିରାଜ ସିଂହଙ୍କ ପ୍ରତିକ୍ରିୟା
ଇ-ସିଗାରେଟ୍ ବିବାଦ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଇ-ସିଗାରେଟ୍ ଟାଣିବା ସ୍ୱାଭାବିକ ଭାବରେ ଭୁଲ। ଯଦି ଏହା ଜଣେ ସାଂସଦଙ୍କ ଦ୍ୱାରା କରାଯାଉଛି, ତେବେ ଏହା ଆହୁରି ଦୁର୍ଭାଗ୍ୟଜନକ। ସିଂହ କହିଛନ୍ତି ଯେ ସାର୍ବଜନୀନ ଜୀବନରେ ଥିବା ଲୋକମାନେ ଏହି ଆଇନକୁ ଉଲ୍ଲଂଘନ ନ କରି ଏହାକୁ ପାଳନ କରି ଏକ ଉଦାହରଣ ସୃଷ୍ଟି କରିବା ଉଚିତ ।
ଭାରତରେ କାହିଁକି ଇ-ସିଗାରେଟ୍ ସମ୍ପୂର୍ଣ୍ଣ ନିଷିଦ୍ଧ?
ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ ୨୦୧୯ ଅନୁସାରେ ଭାରତରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏହି ଆଇନ ଅନୁଯାୟୀ, ଇ-ସିଗାରେଟ୍ ଉତ୍ପାଦନ, ବିକ୍ରୟ, ଆମଦାନୀ, ବଣ୍ଟନ, ସଂରକ୍ଷଣ, ବିଜ୍ଞାପନ କିମ୍ବା ପ୍ରଚାର, ଏବଂ ଭେପିଂ ତରଳ ପଦାର୍ଥର ସଂରକ୍ଷଣ, ବିଜ୍ଞାପନ କିମ୍ବା ପ୍ରଚାର ସମସ୍ତ ବେଆଇନ ।
ସଂସଦ ପରିସରରେ ଧୂମପାନ କଡ଼ାକଡ଼ି ନିଷେଧ
ଭାରତରେ ସାର୍ବଜନୀନ ସ୍ଥାନରେ ଧୂମପାନ ନିଷେଧ ଏବଂ ସଂସଦ ଭବନ ଏହି ବର୍ଗରେ ମଧ୍ୟ ଆସେ । ସାଂସଦ, କର୍ମଚାରୀ ଏବଂ ସଂସଦ ପରିସରରେ ଥିବା ଅନ୍ୟ ସମସ୍ତଙ୍କ ପାଇଁ ଧୂମପାନ କଡ଼ାକଡ଼ି ନିଷେଧ । ୨୦୧୫ ମସିହାରେ ସଂସଦ ଭିତରେ ଥିବା ଧୂମପାନ କକ୍ଷ ବନ୍ଦ ହେବା ପରେ ବହୁତ ବିବାଦ ସୃଷ୍ଟି ହୋଇଥିଲା । ଅନେକ ସାସ ତତ୍କାଳୀନ ବାଚସ୍ପତିଙ୍କ ନିକଟରେ ଏହାର ପ୍ରତିବାଦ କରିଥିଲେ ।

VIDEO | Speaking in Lok Sabha, BJP MP Anurag Thakur (@ianuragthakur) says, “I just want to request something so that the House knows. E-Cigarettes are banned in the country. Have you (Speaker) allowed it in the House? TMC MPs are using e-cigarettes in the House.”
— Press Trust of India (@PTI_News) December 11, 2025
Speaker Om… pic.twitter.com/cVI4coJtUB
ଗିରିରାଜ ସିଂହଙ୍କ ପ୍ରତିକ୍ରିୟା
ଇ-ସିଗାରେଟ୍ ବିବାଦ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଇ-ସିଗାରେଟ୍ ଟାଣିବା ସ୍ୱାଭାବିକ ଭାବରେ ଭୁଲ। ଯଦି ଏହା ଜଣେ ସାଂସଦଙ୍କ ଦ୍ୱାରା କରାଯାଉଛି, ତେବେ ଏହା ଆହୁରି ଦୁର୍ଭାଗ୍ୟଜନକ। ସିଂହ କହିଛନ୍ତି ଯେ ସାର୍ବଜନୀନ ଜୀବନରେ ଥିବା ଲୋକମାନେ ଏହି ଆଇନକୁ ଉଲ୍ଲଂଘନ ନ କରି ଏହାକୁ ପାଳନ କରି ଏକ ଉଦାହରଣ ସୃଷ୍ଟି କରିବା ଉଚିତ ।
ଭାରତରେ କାହିଁକି ଇ-ସିଗାରେଟ୍ ସମ୍ପୂର୍ଣ୍ଣ ନିଷିଦ୍ଧ?
ଇଲେକ୍ଟ୍ରୋନିକ୍ ସିଗାରେଟ୍ ନିଷେଧ ଆଇନ ୨୦୧୯ ଅନୁସାରେ ଭାରତରେ ଇ-ସିଗାରେଟକୁ ସମ୍ପୂର୍ଣ୍ଣ ବ୍ୟାନ୍ କରାଯାଇଛି । ଏହି ଆଇନ ଅନୁଯାୟୀ, ଇ-ସିଗାରେଟ୍ ଉତ୍ପାଦନ, ବିକ୍ରୟ, ଆମଦାନୀ, ବଣ୍ଟନ, ସଂରକ୍ଷଣ, ବିଜ୍ଞାପନ କିମ୍ବା ପ୍ରଚାର, ଏବଂ ଭେପିଂ ତରଳ ପଦାର୍ଥର ସଂରକ୍ଷଣ, ବିଜ୍ଞାପନ କିମ୍ବା ପ୍ରଚାର ସମସ୍ତ ବେଆଇନ ।
ସଂସଦ ପରିସରରେ ଧୂମପାନ କଡ଼ାକଡ଼ି ନିଷେଧ
ଭାରତରେ ସାର୍ବଜନୀନ ସ୍ଥାନରେ ଧୂମପାନ ନିଷେଧ ଏବଂ ସଂସଦ ଭବନ ଏହି ବର୍ଗରେ ମଧ୍ୟ ଆସେ । ସାଂସଦ, କର୍ମଚାରୀ ଏବଂ ସଂସଦ ପରିସରରେ ଥିବା ଅନ୍ୟ ସମସ୍ତଙ୍କ ପାଇଁ ଧୂମପାନ କଡ଼ାକଡ଼ି ନିଷେଧ । ୨୦୧୫ ମସିହାରେ ସଂସଦ ଭିତରେ ଥିବା ଧୂମପାନ କକ୍ଷ ବନ୍ଦ ହେବା ପରେ ବହୁତ ବିବାଦ ସୃଷ୍ଟି ହୋଇଥିଲା । ଅନେକ ସାସ ତତ୍କାଳୀନ ବାଚସ୍ପତିଙ୍କ ନିକଟରେ ଏହାର ପ୍ରତିବାଦ କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories