Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବେଙ୍ଗଲରେ TMC ବିରୋଧରେ ଜନ ଆକ୍ରୋଶ ! ଦୁଇ ଦିନରେ ୨ ସାଂସଦଙ୍କୁ ଆକ୍ରମଣ

National

Public Anger Against TMC / ବେଙ୍ଗଲରେ TMC ବିରୋଧରେ ଜନ ଆକ୍ରୋଶ ! ଦୁଇ ଦିନରେ ୨ ସାଂସଦଙ୍କୁ ଆକ୍ରମଣ

Santosh Kumar Sahoo
Browse all articles by Santosh Kumar Sahoo
·57 mins ago·2 min read
ବେଙ୍ଗଲରେ TMC ବିରୋଧରେ ଜନ ଆକ୍ରୋଶ ! ଦୁଇ ଦିନରେ ୨ ସାଂସଦଙ୍କୁ ଆକ୍ରମଣ
Public Anger Against TMC

Key Points

ବେଙ୍ଗଲରେ TMC ବିରୋଧରେ ଜନ ଆକ୍ରୋଶ
ମମତାଙ୍କ ଦଳ ପାଇଁ ବଢ଼ିଲା ଚିନ୍ତା
ଦୁଇ ଦିନରେ ଦୁଇ ସାଂସଦ ଆକ୍ରମଣର ଶିକାର
ତୃଣମୂଳ କଂଗ୍ରେସ ବିରୋଧରେ ବେଙ୍ଗଲରେ ତେଜୁଛି ଲୋକଙ୍କ ଅସନ୍ତୋଷ । ଅଭିଷେକ ବାନାର୍ଜୀଙ୍କ ପରେ ବେଙ୍ଗଲରେ ତୃଣମୂଳ କଂଗ୍ରେସର ଆଉ ଜଣେ ସାଂସଦଙ୍କୁ ଆକ୍ରମଣ ହୋଇଛି । ଶନିବାର ତୃଣମୂଳ କଂଗ୍ରେସର ଦ୍ୱିତୀୟ ସର୍ବୋଚ୍ଚ ନେତା ଅଭିଷେକ ବାନାର୍ଜୀଙ୍କୁ ଜନଗହଳି ମଧ୍ୟରେ ଆକ୍ରମଣ କରାଯିବାର ମାତ୍ର ଦିନକ ପରେ, ଆଜି ସକାଳେ ପଶ୍ଚିମବଙ୍ଗରେ ଦଳର ଆଉ ଜଣେ ସାଂସଦ ନିଜ ନିର୍ବାଚନ ମଣ୍ଡଳୀରେ ଆକ୍ରମଣର ଶିକାର ହୋଇଛନ୍ତି ।

ହୁଗୁଳିର ଚଣ୍ଡୀତଲା ଅଞ୍ଚଳରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ମୁଣ୍ଡକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ତାଙ୍କୁ କଳା ପତାକା ପ୍ରଦର୍ଶନ କରାଯିବା ସହ ‘ଚୋର ଚୋର’ ସ୍ଲୋଗାନର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା । ସୋନାରପୁର ଘଟଣାକୁ ବିରୋଧ କରି କଲ୍ୟାଣ ବାନାର୍ଜୀ ଏବଂ ତାଙ୍କ ସମର୍ଥକମାନେ ଚଣ୍ଡୀତଲାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସମୟରେ ତାଙ୍କ ଉପରକୁ ଏହି ଆକ୍ରମଣ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ ସହ ସାଂସଦ କଲ୍ୟାଣ ବାନାର୍ଜୀଙ୍କୁ ଉଦ୍ଧାର କରିଥିଲା ।



ସୂଚନା ଅନୁସାରେ, ଶନିବାର ଟିଏମସି ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଗୋଡ଼େଇ ପିଟିଥିଲେ ଲୋକେ । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୋନାରପୁରଠାରେ ଭୟାବହ ଆକ୍ରମଣ କରାଯାଇଥିଲା । ନିର୍ବାଚନ ପରବର୍ତ୍ତୀ ହିଂସାର ଶିକାର ହୋଇଥିବା ଜଣେ ଦଳୀୟ କର୍ମୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଘେରି ଯାଇଥିଲେ । ଉତ୍ତ୍ୟକ୍ତ ଲୋକେ ତାଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଅଣ୍ଡା, ପଥର ଏବଂ ଜୋତା ମାଡ଼ କରିଥିଲେ। ଏହି ସଂଘର୍ଷରେ ଅଭିଷେକଙ୍କ ସାର୍ଟ ଚିରି ଯାଇଥିବା ବେଳେ ମୁଣ୍ଡକୁ ରକ୍ଷା କରିବା ପାଇଁ ସେ ହେଲମେଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା। ଅଭିଷେକ ବାନାର୍ଜୀ ଏହାକୁ ବିରୋଧୀଙ୍କ ପ୍ରାୟୋଜିତ ଆକ୍ରମଣ ବୋଲି କହିବା ସହ "ସେମାନେ ମୋତେ ଜୀବନରୁ ମାରିଦେବାକୁ ଚାହୁଁଛନ୍ତି" ବୋଲି ଅଭିଯୋଗ କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Public Anger Against TMC? Two Trinamool MPs Attacked in West Bengal in Two Days | Argus News