Videos
|
National

TMC Symbol Row / ନିର୍ବାଚନ କମିଶନଙ୍କ ନିକଟରେ TMCର ଚିହ୍ନ ପାଇଁ ଲଢ଼େଇ; ମମତାଙ୍କୁ ଦସ୍ତାବିଜ୍ ମାଗିଲେ ECI

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ନିର୍ବାଚନ କମିଶନଙ୍କ ନିକଟରେ TMCର ଚିହ୍ନ ପାଇଁ ଲଢ଼େଇ; ମମତାଙ୍କୁ ଦସ୍ତାବିଜ୍ ମାଗିଲେ ECI
ECI Asks Mamata Group to Submit Reply by September 16

Key Points

ନିକଟରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ TMC କ୍ଷମତାଚ୍ୟୁତ୍ ହୋଇଥିଲା । ଯାହାପରେ ଦଳରେ ଫାଟ ସୃଷ୍ଟି ହୋଇଛି । ବିଧାନସଭାରେ ଟିଏମସି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛି ।
ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (TMC)ର ଦଳୀୟ ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛି । ଦଳର ଦୁଇ ଗୋଷ୍ଠୀ ନିଜକୁ ପ୍ରକୃତ TMC ବୋଲି ଦାବି କରୁଥିବା ବେଳେ ଉଭୟ ପକ୍ଷ ଦଳର ନାମ ଓ ଚିହ୍ନ ଉପରେ ଅଧିକାର ଦାବି କରିଛନ୍ତି ।

ମମତା ବାନାର୍ଜୀଙ୍କ ଗୋଷ୍ଠୀ ଓ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ନିର୍ବାଚନ କମିଶନଙ୍କ ନିକଟରେ ନିଜ ନିଜ ପକ୍ଷର ଦସ୍ତାବିଜ ଦାଖଲ କରିଛନ୍ତି । ସେପ୍ଟେମ୍ବର ୧୨ରେ ଦୁଇ ପକ୍ଷର ପ୍ରତିନିଧିମାନେ କମିଶନଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ।

ଏଥିସହ ପଢ଼ନ୍ତୁ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ଼ ବୟାନ; ୨୦୨୯ ସୁଦ୍ଧା ଏନଡିଏ ଶାସିତ ରାଜ୍ୟରେ ଲାଗୁ ହେବ UCC 

ଏହାପରେ ଋତବ୍ରତ ଗୋଷ୍ଠୀ ଦେଇଥିବା ଦସ୍ତାବିଜକୁ ନେଇ ମମତା ବାନାର୍ଜୀଙ୍କ ଗୋଷ୍ଠୀଠାରୁ ଲିଖିତ ଜବାବ ମାଗିଛନ୍ତି ନିର୍ବାଚନ କମିଶନ । ଏହି ଜବାବ ସେପ୍ଟେମ୍ବର ୧୬ ତାରିଖ ଅପରାହ୍ନ ୩ଟା ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି । ଏହା ପରେ ସେପ୍ଟେମ୍ବର ୧୭ରେ ମାମଲାର ଶୁଣାଣି ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିକଟରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ TMC କ୍ଷମତାଚ୍ୟୁତ୍ ହୋଇଥିଲା । ଯାହାପରେ ଦଳରେ ଫାଟ ସୃଷ୍ଟି ହୋଇଛି । ବିଧାନସଭାରେ ଟିଏମସି ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଛି । ମମତା ଓ ଋତବ୍ରତ ଦୁଇ ଗୋଷ୍ଠୀ ଦଳର ସଂଗଠନ ଉପରେ ନିଜ ନିଜ ଦାବି ରଖିଛନ୍ତି । ଏବେ ନିର୍ବାଚନ କମିଶନ ଉଭୟ ପକ୍ଷର ଦସ୍ତାବିଜ ଓ ଦାବିକୁ ଯାଞ୍ଚ କରୁଛନ୍ତି।

ଏହି ମାମଲାର ନିଷ୍ପତ୍ତି ଆଗାମୀ ନନ୍ଦୀଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ହେବ । ଏହି ଦୁଇ ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବାକୁ ଥିବାରୁ TMC ନାମ ଓ ଚିହ୍ନ କେଉଁ ଗୋଷ୍ଠୀ ବ୍ୟବହାର କରିବ, ତାହା ନେଇ କମିଶନଙ୍କ ନିଷ୍ପତ୍ତି ଉପରେ ନଜର ରହିଛି ।

ଏଥିସହ ପଢ଼ନ୍ତୁ: ପିଉସୀଙ୍କ ଭୀଷ୍ମ ପ୍ରତିଜ୍ଞା; ବିଏସପି ବାହାରେ ରହିବେ ପୁତୁରା, ଝିଆରୀ କରିବେ ପ୍ରବେଶ 

ଋତବ୍ରତ ବାନାର୍ଜୀ ନିର୍ବାଚନ କମିଶନଙ୍କ ପ୍ରକ୍ରିୟାକୁ ସାଧାରଣ ପ୍ରକ୍ରିୟା ବୋଲି କହିଥିବା ବେଳେ ଶେଷ ନିଷ୍ପତ୍ତି କମିଶନଙ୍କ ହାତରେ ରହିଛି । ଏବେ ମମତା ଗୋଷ୍ଠୀର ଜବାବ ପରେ କମିଶନ ମାମଲାରେ ପରବର୍ତ୍ତୀ ପଦକ୍ଷେପ ନେବେ ।

ସେପଟେ ଏହି ମାମଲାରେ ବିଜେପି ଛୁଙ୍କ୍ ମାରିଛି । ମନ୍ତ୍ରୀ ଅଗ୍ନିମିତ୍ରା ପଲ୍ କହିଛନ୍ତି, "ଟିଏମ୍‌ସିର ଅନ୍ତ ହୋଇ ସାରିଛି । ତାଙ୍କ ଦଳର ଚିହ୍ନ ଲଢ଼େଇ କାହା ଉପରେ ପ୍ରଭାବ ପକାଇବ ନାହିଁ । ରେଜିନଗର ଓ ନନ୍ଦିଗ୍ରାମ ଉପନିର୍ବାଚନର ଫଳ କଣ ଆସିବ, ତାହା ସମଗ୍ର ପଶ୍ଚିମବଙ୍ଗ ଜାଣିଛି ।"