‘ବିକଶିତ ଭାରତ @୨୦୪୭ : ଭଏସ ଅଫ୍ ୟୁଥ୍’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଦେଶ ଯେତେବେଳେ ସ୍ୱାଧୀନତାର ୧୦୦ ବର୍ଷ ପୂରଣ କରିବ ସେହି ସମୟରେ ବିକଶିତ ଭାରତ ସହ ନୂଆ ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅତୁଟ ପ୍ରତିବଦ୍ଧତା କୋଟି କୋଟି ଜନତାଙ୍କ ମନରେ ଆଶାର ନୂଆ କିରଣ ସୃଷ୍ଟି କରିଛି ବୋଲି ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ‘ବିକଶିତ ଭାରତ @୨୦୪୭: ଭଏସ ଅଫ୍ ୟୁଥ୍’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ‘ବିକଶିତ ଭାରତ @୨୦୪୭: ଭଏସ ଅଫ୍ ୟୁଥ୍’ ମେଗା ଅଭିଯାନର ଶୁଭାରମ୍ଭ ଅମୃତକାଳର ଆଲୋଚନାକୁ ଜନ-ଆନ୍ଦୋଳନରେ ପରିଣତ କରିବାକୁ ଯାଉଛି । ସ୍ୱାଧୀନତାର ୭୫ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ ଦେଶର ବିକାଶ ପାଇଁ, ଆଗାମୀ ଦିନର ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ବିକଶିତ ଭାରତ ପାଇଁ ଆହ୍ୱାନ କରିଥିଲେ । ଆଜି ସମାଜରେ ସବୁ ବ୍ୟକ୍ତିବିଶେଷ ବିଶେଷ ଭାବରେ ଶିକ୍ଷାବିତ, ବିଦ୍ୟାର୍ଥୀ ତଥା ଶିକ୍ଷା ସହ ଯୋଡି ହୋଇଥିବା ଦାୟିତ୍ୱବାନ ଲୋକଙ୍କୁ ଏକାଠି କରି ବିକଶିତ ଭାରତର ଆଲୋଚନାରେ ଯୋଡିବାର ଆବଶ୍ୟକତା ଅଛି । ଶିକ୍ଷା ବିଭାଗ ବିକଶିତ ଭାରତକୁ ଏକ ଜନଆନ୍ଦୋଳନର ରୂପ ଦେବାର ଆବଶ୍ୟକତା ରହିଛି ।
ଅଧିକ ପଢନ୍ତୁ ଭାରତ ଖବର
ଏକ ନୂଆ ଆଶା, ଆକାଂକ୍ଷା, ସମାଜ ସହ ଜଡିତ ସବୁ ବିଷୟ ଯଥା ରାଜନୀତି, ସମାଜନୀତି, ଅର୍ଥନୀତି, ଟେକ୍ନୋଲୋଜି, ନବସୃଜନ, ନୂଆ ରୋଜଗାରର ସୁଯୋଗ ଏବଂ ବିଶ୍ୱକୁ ନୂଆ ଦୃଷ୍ଟିକୋଣରେ ଦେଖିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ନୂଆ କଳ୍ପନା ଅଛି । ସ୍ୱାଧୀନତା ସଂଗ୍ରାମର ଲଢେଇରେ ଯେପରି ସମସ୍ତଙ୍କର ନିଜ ନିଜର ଦାୟିତ୍ୱ ଥିଲା ସେହିଭଳି ଭାବେ ନୂଆପିଢି ସହ ଶିକ୍ଷା କ୍ଷେତ୍ରକୁ ଯୋଡି ସମସ୍ତେ ନିଜ ନିଜ କର୍ତ୍ତବ୍ୟ କରିବା । ଅମୃତ କାଳରେ ବିକଶିତ ଭାରତ ଆମ ସମସ୍ତଙ୍କ ବଡ ଲକ୍ଷ୍ୟ ହେଉ । ଶିକ୍ଷାକୁ ଆଧାର କରି ନୂଆ ଭାରତ ଓ ନୂଆ ବିଶ୍ୱ ତିଆରି କରିବା ଆମର ସଂକଳ୍ପ ହେବା ଉଚିତ୍ ।
📱 Get Argus News App
✨ପ୍ରଧାନମନ୍ତ୍ରୀ ଆଜି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତି, ପ୍ରତ୍ୟେକ ସଂସ୍ଥା ଏବଂ ସମସ୍ତ ସଂଗଠନ ଏହି ସଂକଳ୍ପ ସହ ଆଗକୁ ବଢିବା ଦରକାର ଯେ “ମୁଁ ଯାହା ବି କିଛି କରିବି ତାହା ‘ବିକଶିତ ଭାରତ’ ପାଇଁ ହେବା ଦରକାର” । ଆଜି ଆପଣଙ୍କ ଲକ୍ଷ୍ୟ, ଆପଣଙ୍କ ସଂକଳ୍ପର କେବଳ ଗୋଟିଏ ଉଦ୍ଦେଶ୍ୟ ରହିବା ଦରକାର ଏବଂ ତାହା ‘ବିକଶିତ ଭାରତ’ । ସେହିପରି ପ୍ରଗତିର ରୋଡମ୍ୟାପ୍ ସରକାର ନିର୍ଦ୍ଧାରଣ କରିବେ ନାହିଁ, ବରଂ ଦେଶ ନିର୍ଦ୍ଧାରଣ କରିବ ବୋଲି ପିଏମ କହିଛନ୍ତି । ଆମର ଛାତ୍ରଛାତ୍ରୀ ଏବଂ ଶିକ୍ଷାବିତ୍ ସମୁଦାୟ "ବିକଶିତ ଭାରତ @୨୦୪୭: ଭଏସ୍ ଅଫ୍ ୟୁଥ୍" ଅଭିଯାନର ନେତୃତ୍ୱ ନେବା ସହ ଲିଡର ପ୍ରଦାନ କରିବେ । ଆମର ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଶିକ୍ଷାନୁଷ୍ଠାନ ଗୁଡ଼ିକ ‘ବିକଶିତ ଭାରତ @୨୦୪୭: ଭଏସ ଅଫ୍ ୟୁଥ୍’ ପଦକ୍ଷେପକୁ ନୂତନ ଗତି ଦେବେ । ସବକା ପ୍ରୟାସ ମନ୍ତ୍ରରେ ଆମେ ଏପରି ଏକ ପରିବେଶ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଯାହା ଆମ ଅମୃତ ପିଢି ଏବଂ ନାଗରିକମାନଙ୍କୁ ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।