Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ରାଷ୍ଟ୍ରପତି ଭବନରେ ୫ ଜଣଙ୍କୁ ମିଳିବ ଭାରତ ରତ୍ନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆଜି ରାଷ୍ଟ୍ରପତି ଭବନରେ ୫ ଜଣଙ୍କୁ ମିଳିବ ଭାରତ ରତ୍ନ

ଅର୍ଗସ ବ୍ୟୁରୋ : ଆଜି ୫ ଜଣଙ୍କୁ ମିଳିବ ଭାରତ ରତ୍ନ । ରାଷ୍ଟ୍ରପତି ଭବନରେ ଭାରତ ରତ୍ନ ପ୍ରଦାନ ସମାରୋହ କରାଯିବ । ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ । ୪ ଜଣଙ୍କୁ ମିଳିବ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯିବ ।କର୍ପୂରୀ ଠାକୁର, ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ପିଭି ନରସିଂହରାଓ, ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ଦିଆଯିବ । ଏନେଇ ପୂର୍ବରୁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଏକ୍ସ ହ୍ୟାଣ୍ଡଲରେ ଏନେଇ ଦେଶବାସୀଙ୍କୁ ସୂଚନା ଦେଇଥିଲେ । 

ଅଧିକ ପଢନ୍ତୁ : ମୋଦି ସରକାରଙ୍କ ବଡ଼ ଘୋଷଣା, ତିନି ମହାପୁରୁଷଙ୍କୁ ମିଳିବ ଭାରତ ରତ୍ନ

ପ୍ରଧାନମନ୍ତ୍ରୀ କହିଥିଲେ  ,"ଏହା ଆମ ସରକାରର ସୌଭାଗ୍ୟ। ଦେଶପାଇଁ ଅତୁଳନୀୟ ଯୋଗଦାନ କରିଥିବା ମହାପୁରୁଷଙ୍କୁ ସମର୍ପିତ ଏହି ସମ୍ମାନ। କୃଷକଙ୍କ ଅଧିକାର ଓ କଲ୍ୟାଣ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। ଚୌଧୁରୀ ଚରଣ ସିଂହ। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଦେଶର ଗୃହମନ୍ତ୍ରୀ, ଜଣେ ବିଧାୟକ ଭାବେ ମଧ୍ୟ ସେ ସର୍ବଦା ରାଷ୍ଟ୍ର ନିର୍ମାଣକୁ ପ୍ରୋତ୍ସାହନ ଦେଇଥିଲେ । ଦେଶର କୃଷକଙ୍କ ପାଇଁ ତାଙ୍କର ସମର୍ପଣ ଓ ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ର ପାଇଁ ତାଙ୍କର ପ୍ରତିବଦ୍ଧତା ସାରା ଦେଶ ପାଇଁ ପ୍ରେରଣା।" ଯେଉଁ ପ୍ରଧାନମନ୍ତ୍ରୀଙ୍କ ସମୟରେ ଦେଶର ଅର୍ଥନୀତି ପାଇଥିଲା ନୂଆ ଗତି, ଯାହାଙ୍କ ନିଷ୍ପତ୍ତି ଯୋଗୁଁ ଭାରତ ଆର୍ଥିକ ମହାଶକ୍ତି ହେବା ଦିଗରେ ପଡ଼ିଥିଲା ମୂଳ ଭିତ୍ତି, ସେହି ନେତା ପି. ଭି ନରସିଂହ ରାଓଙ୍କୁ ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି ମୋଦି ସରକାର। ମୋଦି ସରକାରଙ୍କ ଏହି ନିଷ୍ପତ୍ତି କଂଗ୍ରେସ ମୁହଁରେ ଶକ୍ତ ଚାପୁଡ଼ା ଦେଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
today 5 people will be awarded bharat ratna in rashtrapati bhavan | Argus News