Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶିଶୁଦିବସ ; ଆଜିର ଶିଶୁ , କାଲିର ନାଗରିକ

National

ଶିଶୁଦିବସ ; ଆଜିର ଶିଶୁ , କାଲିର ନାଗରିକ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ଶିଶୁଦିବସ ; ଆଜିର ଶିଶୁ , କାଲିର ନାଗରିକ

ଅର୍ଗସ ବ୍ୟୁରୋ : ଆଜି ଶିଶୁଦିବସ । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ । ଯିଏ ପ୍ରତ୍ୟେକ ପିଲାଙ୍କ ଗହଣରେ ଚାଚା ନେହେରୁ ଭାବେ ପରିଚିତ । ତାଙ୍କ ସ୍ମୃତିରେ ପ୍ରତିବର୍ଷ ନଭେମ୍ବର ୧୪କୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ଜବାହାରଲାଲ ନେହେରୁ ଶିଶୁପ୍ରିୟ ଥିଲେ । ଶିଶୁମାନଙ୍କ ସହ ସମୟ ଅତିବାହିତ କରିବାକୁ ସେ ଖୁବ ଭଲ ପାଉଥିଲେ । ସେଥିପାଇଁ ସେ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ ଭାବେ ପରିଚିତ ଥିଲେ ।  ଏପରିକି ସେ ସବୁବେଳେ ତାଙ୍କ ପକେଟରେ ଏକ ଗୋଲାପ ଫୁଲ ଧରି ବୁଲୁଥିଲେ। ଏହି ମହାନ ମହାନାୟକଙ୍କ ଜନ୍ମ ଦିବସକୁ ସାରା ଭାରତରେ ଶିଶୁ ଦିବସ ରୂପେ ପାଳନ କରାଯାଉଛି।

ଆଜିର ଶିଶୁ କାଲିର ନାଗରିକ । ସେମାନଙ୍କୁ ଇଶ୍ୱରଙ୍କ ପ୍ରତିରୂପ ଭାବରେ ନେହେରୁ ବିଚାର କରି ଆସୁଥିଲେ । ତେଣୁ ଦେଶମାତୃକାର ନିର୍ମାଣରେ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଗ୍ରଗତିର ଆବଶ୍ୟକତା ରହିଥିବା ନେଇ ନେହେରୁ ସଦାସର୍ବଦା ଧ୍ୟାନ ଦେଇ ଆସୁଥିଲେ । ଶିଶୁମାନେ ଶାରିରୀକ ଓ ମାନସିକ ସ୍ତରରେ କିପରି ପରିପୃଷ୍ଟ ହେବେ ସେ ନେଇ ସେ ଆହ୍ୱାନ କରି ଆସୁଥିଲେ । ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଥିଲା । ନେହେରୁ ଶିଶୁଙ୍କର ସାକ୍ଷରତା ଉପରେ ଗୁରୁତ୍ୱ ଦେବା ସହ ସେମାନଙ୍କୁ ପୃଷ୍ଟିହୀନତାରୁ ରକ୍ଷା କରିବାକୁ ବିଶେଷ ଧ୍ୟାନ ଦେଉଥିଲେ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is children's Day | Argus News