Videos
|
National

ଆଜି ପବିତ୍ର ଜନ୍ମାଷ୍ଟମୀ…ମଥୁରାରେ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

Ritu Das
Browse all articles by Ritu Das
·2 years ago·1 min read
ଆଜି ପବିତ୍ର ଜନ୍ମାଷ୍ଟମୀ…ମଥୁରାରେ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରା ସହିତ ଦେଶର ବିଭିନ୍ନ କୃଷ୍ଣ ମନ୍ଦିରକୁ ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଛି । ଶ୍ରୀକୃଷ୍ଣଙ୍କ ଗୋଟିଏ ଝଲକ ପାଇଁ ବିଭିନ୍ନ ମନ୍ଦିରକୁ ଛୁଟୁଛି ଭକ୍ତଙ୍କ ସୁଅ । ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣ ଜନ୍ମସ୍ଥାନ ମନ୍ଦିର ଭକ୍ତଙ୍କ ପାଇଁ ୨୦ ଘଣ୍ଟା ଖୋଲାରହିବ।

 

କୃଷ୍ଣ ଜନ୍ମସ୍ଥାନ ମନ୍ଦିର ଅଧିକାରୀଙ୍କ ଅନୁଯାୟୀ ସକାଳ ସାଢ଼େ ୫ଟାରୁ ଠାକୁରଜୀଙ୍କ ପଞ୍ଚାମୃତ ଅଭିଷେକ ଏବଂ ପୁଷ୍ପାଞ୍ଜଳି ସହ ମଙ୍ଗଳ ଆଳତୀ ଉତ୍ସବ ଆରମ୍ଭ ହୋଇଥିଲା । ସନ୍ଥ ନୃତ୍ୟ ଗେପାଲ ଦାସଙ୍କ ନେତୃତ୍ୱରେ ରାତିଅଧରେ ଠାକୁରଜୀଙ୍କ ବାଳ ସ୍ୱରୂପର ମହାଭିଷେକ ହେବ । ଏହି ସମାରୋହ ରାତି ୧୧ଟାରୁ ଆରମ୍ଭ ହୋଇ ୧୨ଟା ୪୦ ପର୍ଯ୍ୟନ୍ତ ଚାଲିବ । ସେହିପରି ରାତି ୨ଟାରେ ଶୟନ ଆରତୀ ସହ ଏହି ଉତ୍ସବ ଶେଷ ହେବ । ଅଗଷ୍ଟ ୨୭କୁ ବୃନ୍ଦାବନରେ ଜନ୍ମାଷ୍ଟମୀ ପାଳନ ହେବ । ଜନ୍ମାଷ୍ଟମୀ ଅବସରରେ ଶ୍ରୀକୃଷ୍ଣଙ୍କ ଦିବ୍ୟ ଆଳତୀ ଦର୍ଶନ କଲେ ପୁଣ୍ୟ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର